Odisha news

ବାଲେଶ୍ଵର ରୁ ପାରାଦପ ବନ୍ଦର , କାରବାର ହେଉଛି ଧଳା ଜହର

0

ପାରାଦୀପ :  ବାଲେଶ୍ଵର ରୁ ପାରାଦୀପ ବନ୍ଦର  | କାରବାର ଧଳା ଜହର | ଏହି ଧଳା ଜହର ର କବଜାରେ ଏବେ ଏଠାକାର ଯୁବପିଢ଼ି  | ଅନେକ ସମୟରେ ବିଭିନ୍ନ ଉପାୟରେ ସୁଦୂର ବାଲେଶ୍ଵର ରୁ ଏହି ଧଳା ଜହର ଆଣି ବ୍ୟବସାୟ କରୁଥିବା କେତେକ ଚୋରା ନିଶା ବେପାରୀ ଏବେ ପାରାଦୀପ ପୋଲିସ ର ଫୁଲ ସ୍କାନର ରେ ଥିବା ମଧ୍ଯ ଜଣାପଡ଼ଛି  | ପ୍ରତି ଥାନା ର ଥାନା ଅଧିକାରୀ ଙ୍କ ବଦଳି ପରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ଓ ଦାୟିତ୍ଵ ରେ ଥିବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏବେ ଏହି ନିଶା ବେପାରୀ ଙ୍କ ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହେଉଥିବା କୁହାଯାଉଛି  | ଏକ ଟ୍ରିଗରୋ କାର OD-02-BQ8382 ନମ୍ବର ବିଶିଷ୍ଟ କାର କୁ ପାରାଦୀପ ଲକ ଥାନା ପୋଲିସ ସ୍ତାନୀୟ ଭୂତମୁଣ୍ଡାଇ ଜଗତି  ଗଡ଼ା ନିକଟରେ ଅଟକାଇବା ସହ ଦୁଇ ଲକ୍ଷ୍ୟ ଟଙ୍କା ର ଧଳା ଜହର ଜବତ କରିଛି  | ଏହି ଚୋରା ନିଶା କାରବାର ରେ ନିମିଡି ଗ୍ରାମର ଅଶୃମୋଚନ ବାରିକ , ପ୍ରଭାସ ପ୍ରଧାନ, ଜ୍ୟୋତିପ୍ରକାଶ ସ୍ୱାଇଁ , ଓ ଭଦ୍ରକ ଜିଲ୍ଲା ବଂଶଦା ଥାନା ଗଙ୍ଗାଧରପାଟନା ଗ୍ରାମ ର ସୁଶାନ୍ତ ସେଠି ଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ଜଣାଯାଇଛି | ଲକ ଥାନା ପକ୍ଷ୍ୟରୁ 301/2023 ରେ ଏକ ମାମଲା ରୁଜୁ କରାଯାଇ ଚାରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଦାୟିତ୍ଵ ରେ ଥିବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସନ୍ତୋଷ କୁମାର ଜେନା ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି  | ଦିନକୁ ଦିନ ଏହି ଧଳା ଜହର କାରବାର ବଢିବାରେ ଲାଗିଥିବା ବେଳେ ଆଗକୁ ପୋଲିସ ଏହା ଉପରେ କେତେ ନଜର ରଖୁଚି ତାହା ଦେଖିବାକୁ ବାକି ରହିଲା  |

Nalco
Leave A Reply