Odisha news

ଅଳିଆ ଗଦାରେ ଲୋଟୁଛନ୍ତି ପାରାଦୀପର କିମ୍ବଦନ୍ତୀ ପୁରୁଷ

0

ପାରାଦୀପ – ବନ୍ଦର ର ସ୍ରଷ୍ଟା , ବନ୍ଦର ର କିମ୍ବଦନ୍ତୀ ପୁରୁଷ , ପାରାଦୀପ୍ ବନ୍ଦର ର ଅନନ୍ୟ ବିନ୍ଧାଣୀ କହିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ତତକାଳୀନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତଃ ବିଜୁ ପଟ୍ଟନାୟକ ଙ୍କୁ ହିଁ ବୁଝାଇଥାଏ  | 1962 ମସିହାରେ ଵର୍ତମାନ ପୂର୍ବଭାରତର ବିକାଶର ପଥ କୁହାଯାଉଥିବା ବନ୍ଦର ନଗରୀ ପାରାଦୀପ କୁ ସେହି ସମୟରେ ଏକ ଘଞ୍ଛ ଜଙ୍ଗଲ ମଧରେ ବିଜୁ ବାବୁ ଆବିଷ୍କାର କରିବା ସହ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଜବାହାରଲାଲ ନେହେରୁ ଙ୍କୁ ଆଣି ଜାନୁଆରୀ 3 ତାରିଖ ରେ ଶୁଭ ଦେଇଥିଲେ  | ଉକ୍ତ ଦୁଇ କିମ୍ବଦନ୍ତୀ ପୁରୁଷ ଙ୍କୁ ମାନସପଟ  ସ୍ମୃତି ରେ ସାଇତି ରଖିବା ପାଇଁ ସେତେବେଳେ ବାଲିପ୍ଲଟ୍ ରେ ଗଢି ଉଠିଥିବା କଳିଙ୍ଗ କର୍ଣ୍ଣଧାର ମତ୍ସ୍ୟଜୀବୀ ସମବାୟ ସମିତି ର କୋଠା ଉପରେ ଏକ ଡଙ୍ଗା ମଧ୍ୟରେ ବିଜୁ ବାବୁ ଓ ନେହେରୁ ଙ୍କର ଅବବେବ୍ୟୟ ପ୍ରତିମୂର୍ତ୍ତି କୁ ସ୍ଥାପନ କରାଯାଇଥିଲା ଓ ଏହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମଧ୍ଯ ଆସି ଉଦଘାଟନ କରିଥିଲେ  |

କାଳକ୍ରମେ ଏହି ସମିତି ନୀରବି ଯିବା ଓ ଏହି କୋଠା ରେ ଷୋଳଭାଇ ସଭା ରାଜୁତି କରୁଥିବା ବେଳେ ଆଜି ସେଠାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି  | କେହି ଏହି ଦୁଇ କିମ୍ବଦନ୍ତୀ ପୁରୁଷ ଙ୍କ ପ୍ରତିମୂର୍ତ୍ତି କୁ ଭାଙ୍ଗି ନିକଟ ରେ ଥିବା ଅଳିଆ ଗଦା ଉପରେ ଫୋପାଡି ଚାଲିଯାଇଛି  | ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପୁର୍ବତନ ପ୍ରଧାନମନ୍ତ୍ରୀ ଙ୍କ ଏହି ଦୁଇ ପ୍ରତିମୂର୍ତ୍ତି ଯେଉଁଭଳି ଭବରେ ତଳେ ଲୋଟି ପଡିଛନ୍ତି , ତାକୁ ଯିଏ ଆଖିରେ ନଦେଖିବ ସେ ବିଶ୍ବାସ କରିପାରିନାହିଁ  | ପାରାଦୀପ୍ ବାସୀ ଅନେକ ସମୟରେ ବିଜୁ ବାବୁ , ନେହେରୁ ଙ୍କୁ ନେଉ ଗର୍ବ ଅନୁଭବ କରୁଥିବାବେଳେ ଏଭଳି ଦ୍ରୁଶ୍ୟ ଅନେକଙ୍କୁ ଆଘାତ ଦେବ ନିଶ୍ଚୟ  | ଗୋଟିଏ ପ୍ରତିମୂର୍ତ୍ତି ଅବବରଣ ରୁ ଅନାବରଣ ହେବା ପରେ ଏହାକୁ ସମ୍ମାନର ସହ ରଖାଯିବା କଥା  | ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଦୁଇ ପ୍ରତିମୂର୍ତ୍ତି କୁ ଜାନୁଆରୀ ତିନି 2003 ମସିହା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଯିବା ପରେ ଆଜି ଏହିଭଳି ଅବସ୍ତା ରେ ସେମାନଙ୍କୁ ପକାଇ ଦିଆଯାଇଛି , ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି  | କିଭଳି ପରିସ୍ଥିତିରେ ଏହି ଦୁଇ ପ୍ରତିମୂର୍ତ୍ତି କୁ କିଏ କଣ ପାଇଁ ଭାଙ୍ଗି ଏହି ଭଳି ଦୟନୀୟ ଅବସ୍ଥାରେ ପକାଇଛି ତାହାର କାରଣ ଜଣାପଡ଼ିନାହିଁ  | କେହି କେହି ଏହି କୋଠା ର ମରାମତି ହେବାକୁ ଥିବା ବେଳେ ଏପରି କେହି କରିଥାଇ ପାରନ୍ତି ବୋଲି ଆଲୋଚନା ହେଉଥିବା ବେଳେ କଣ ପାଇଁ ଏହି ଦୁଇ ପ୍ରତିମୂର୍ତ୍ତି କୁ ସମ୍ମାନର ସହ କପଡା ଘୋଡାଇ ସୁରକ୍ଷିତ ସ୍ଥାନରେ ରଖାଗଲା ନାହିଁ ବୋଲି ମଧ୍ଯ ପ୍ରଶ୍ନ ଉଠାଇଛନ୍ତି  | ସେ ଯାହାବି ହେଉ ତୁରନ୍ତ ଏଥିପ୍ରତି ସ୍ତାନୀୟ ପ୍ରଶାସନ ଦୃଷ୍ଟି ଦେଇ ଘଟଣା ଘଟାଇଥିବା ଓ ଦୁଇ କିମ୍ବଦନ୍ତୀ ପୁରୁଷ ଙ୍କ ପ୍ରତିମୂର୍ତ୍ତି କୁ ଅସମ୍ମାନିତ କରିଥିବା ବ୍ୟକ୍ତି ଙ୍କୁ ଖୋଜି ତଦନ୍ତ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି  |

Leave A Reply