Odisha news

ଜଗତସିଂହପୁର : କରୋନା ପାଇଁ ଦୁର୍ଦ୍ଦୀନରେ ଖବରକାଗଜ ବିତରକ,ସହାୟତାର ହାତ ବଢାଇଲେ ଅଧ୍ୟାପକ

0

ଜଗତସିଂହପୁର୦୧/୫:ରାତି ପାହିଲେ ଖବରକାଗଜ ଦେଖିଲେ ଦେଶ ବିଦେଶର ଖବର ଜାଣିହୁଏ ।ସେହି ଦେଶ ବିଦେଶ ଓ ଆମ ଅଞ୍ଚଳର ଖବର ଆମ ପାଖରେ ପହଞ୍ଚାଉଥିବା ଖବରକାଗଜ ବିତରକମାନେ ଏବେ ଦୁର୍ଦ୍ଦୀନରେ ରହିଛନ୍ତି ।ଖବର କାଗଜ ବିକି ନିଜ ପରିବାର ପ୍ରତିପୋଷଣ କରୁଥିବା ଖବରକାଗଜ ବିତରକମାନେ ନିଜ ପରିବାର ମୁହଁରେ ଆହାର ଦେବାକୁ ଏବେ ନିଜକୁ ଅସମର୍ଥ ମନେ କଲେଣି ।ସାରା ଦେଶରେ ଲକ ଡାଉନ ରହିଥିବାରୁ ଖବର କାଗଜ ଛପା ମଧ୍ୟ ଠିକ ଭାବରେ ହେଉନାହିଁ ।ଗତ କିଛି ଦିନ ହେବ ହାତ ଗଣତି କେତୋଟି ଖବରକାଗଜ ଛାପା ହେଉଥିଲେ ହେଁ ଦୋକାନ ବଜାର ବନ୍ଦ ଯୋଗୁ ତାହା ମଧ୍ୟ ବିକ୍ରୀ ହୋଇପାରୁନାହିଁ ।ଗତ କିଛି ଦିନ ହେବ ଲକ ଡାଉନ ଯୋଗୁ ଘରୁ ବାହାରି ପାରୁ ନଥିବା ବେଳେ ଏବେ ଘରୁ ବାହାରି ମଧ୍ୟ ଲକ ଡାଉନ ଯୋଗୁ ସେଇ ଏକା ଅବସ୍ଥା ।

ଏହା ସହିତ ଗତ ୧ମାସରୁ ଉର୍ଦ୍ଧ ଏହି ଲକ ଡାଉନ ଚାଲିଥିବା ବେଳେ ଦୋକାନ ବଜାର ବନ୍ଦ ଥିବାରୁ ବକେୟା ଟଙ୍କା ମଧ୍ୟ ଆଦାୟ ହୋଇ ପାରୁ ନଥିବା କହିଛନ୍ତି ଖବରକାଗଜ ବିତରକମାନେ ।ଫଳରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ଖବରକାଗଜ ବିତରକ ।ତେବେ ଏଭଳି ଦୁର୍ଦ୍ଦୀନରେ ଏମାନଙ୍କର ସାହା କେହି ନାହାନ୍ତି ।ଛାପା ଗଣମାଧ୍ୟମର ତଥା ଖବରକାଗଜ ବିତରକ ହିସାବରେ ସେମାନେ ସରକାରୀ ସହାୟତା ପାଇଁ ଦାବୀ କରୁଥିବା ବେଳେ ଏଭଳି ଦୁର୍ଦ୍ଦୀନରେ ସେମାନଙ୍କର ସାହା ହୋଇଛନ୍ତି ବାଲିକୁଦା ମହାବିଦ୍ୟାଳୟର ଅର୍ଥନିତୀ ବିଭାଗର ଅଧ୍ୟାପକ ପ୍ରଦୀପ୍ତ କୁମାର ଶତପଥୀ ସଂପୃକ୍ତ ଅଧ୍ୟାପକ ଜଣକ ସେହି ଖବର କାଗଜ ବିରକମାନଙ୍କୁ ସାନିଟାଇଜ କରାଇବା ସହିତ ଚୁଡା,ବିସ୍ଲୁଟ,ସାବୁନ,ମାସ୍କ ପ୍ରଦାନ କରିଛନ୍ତି ।ଆଗକୁ ସେମାନଙ୍କୁ ଆର୍ଥୀକ ସହାୟତା ପ୍ରଦାନ କରିବେ ବୋଲି କହିଛନ୍ତି ।ଯେଉଁମାନେ ରାତି ୪ରୁ ଉଠି ଆମ ପାଖରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛନ୍ତି ସେମାନଙ୍କୁ ସରକାରୀ ଓ ବେସରକାରୀ ସ୍ତରରେ ସହାୟତା ପ୍ରଦାନ କରିବା ଜରୁରୀ ।

ଏହା ସହିତ ମୁଁ ଯେଉଁ ବିଶ୍ୱରେ ବଞ୍ଚୁଛି ସେହି ବିଶ୍ୱରେ ମୋର ବଞ୍ଚିବାରେ ବିଶ୍ୱବାସୀଙ୍କର ଅବଦାନ ରହିଛି ।ଯଦି ମୋ ବଞ୍ଚିବା ପାଇଁ ସେମାନେ ଏତେ ଚିନ୍ତିତ ତେବେ ମୋଭଳି ଲୋକଟିଏ ବିଶ୍ୱ ପାଇଁ ଚିନ୍ତା କରିବାର ଆବଶ୍ୟକତା ରହିଛି ।ମୁଁ ଯେଉଁ ଖାଦ୍ୟ ଖାଉଛି ବା ଯେଉଁ ବସ୍ତ୍ର ପିନ୍ଧୁଛି ସେଥିପାଇଁ କେହି ନା କେହି ଚିନ୍ତା କରୁଛନ୍ତି ।

ତେଣୁ ମୋ ଭଳି ଜଣେ ମଣିଷ ଗୁଣ୍ଡୁଚିମୁଷା ଭଳି ସମାଜ ପାଇଁ କିଛି କରିବାର ଅଛି ।ମାନବ ସେବାକୁ ମାଧବ ସେବା ଭାବେ ନିଜ ଜୀବନକୁ ବ୍ରତୀ କରି ଦୁସ୍ଥ,ଦରିଦ୍ର ଓ ଅସହାୟ ଲୋକମାନର ସେବା କରିବାର ଅଭିଲାଷା ଆଗରୁ ରହିଥିବା ବେଳେ ଏବେ କରୋନା ଭଳି ଦୁର୍ଦ୍ଦୀନରେ ଅସହାୟ ଲୋକମାନଙ୍କ ସହିତ ଏହି ଖବରକାଗଜ ବିରତକମାନଙ୍କୁ ସହଯୋଗର ହାତ ବଢାଇ ମୁଁ ମୋର କର୍ତ୍ତବ୍ୟ କରୁଛନ୍ତି ବୋଲି ଅଧ୍ୟାପକ କହିଛନ୍ତି ।ଏହି କାର୍ଯ୍ୟରେ ଖବରକାଗଜ ବିତରକ ରବିନ୍ଦ୍ର ମିଶ୍ର,ଅନନ୍ତ ଚରଣ ସାହୁ,ଲକ୍ଷ୍ମୀଧର ଦାସ,ଗୌରୀ ଶଙ୍କର ଦାସ,ଲକ୍ଷ୍ମୀଧର ବେହେରା,କର୍ଣ୍ଣ ନାଥ,ସମୁନା ନାଥ,ଅକ୍ଷୟ ନାଥ,ସୂର୍ଯ୍ୟକାନ୍ତ ବେହେରା,ଧନେଶ୍ୱର ଜେନା,ରମାକାନ୍ତ ଜେନା,ରବିନ୍ଦ୍ର ମିଶ୍ର ,ପ୍ରଦିପ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply