Odisha news

କରୋନା ଭୂତାଣୁ ରୋଗ (କୋଭିଡ୍‍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‍ଚୀ, ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତି୍ରପାଠୀ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ସୂଚନା ଦେଇଛନ୍ତିା

0

ଭୁବନେଶ୍ୱର : ୦୧ ମଇ, ୨୦୨୦ :   “ମଇ ଦିବସ’ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ଶ୍ରମିକ ଭାଇଭଉଣୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତିା ସେ କହିଛନ୍ତି ଯେ, ଶ୍ରମଜୀବୀମାନଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ରାଜ୍ୟ ସରକାର ଦୃଢ଼ ପ୍ରତିବଦ୍ଧ ଅଛନ୍ତିା କାର୍ଯ୍ୟକ୍ଷେତ୍ରରେ ସାମାଜିକ ଦୂରତା ବଜାୟ ସହ ସମସ୍ତ ସରକାରୀ ନିୟମ କଡ଼ାକଡ଼ି ପାଳନ ପାଇଁ ସେ ଆହ୍ୱାନ ଦେଇଛନ୍ତିା
 କୋଭିଡ୍‍-୧୯ ଲକ୍‍ ଡାଉନ୍‍ ପରିପ୍ରେକ୍ଷୀରେ ଆମ ରାଜ୍ୟରେ କାମ କରୁଥିବା ପ୍ରାୟ ୯୦,୦୦୦ ଅତିଥି ଶ୍ରମଜୀବୀଙ୍କୁ ୨୭୦୦ ଶିବିରରେ ରଖାଯିବା ସହ ସେମାନଙ୍କୁ ଖାଦ୍ୟ, ସ୍ୱାସ୍ଥ୍ୟସେବା, ସାମାଜିକ-ମନସ୍ତାତ୍ତ୍ୱିକ ପରାମର୍ଶ ଯୋଗାଇଦେବା ସହିତ ସେମାନଙ୍କର ଉତ୍ତମ ଯନି ନିଆଯାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତିା
 ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‍ଫରେନ୍ସ ଜରିଆରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଶ୍ରୀ ଇ.କେ. ପାଲାନିସ୍ୱାମୀଙ୍କ ସହ ଆଲୋଚନା କରି ତାମିଲନାଡ଼ୁରେ ଅଟକି ରହିଥିବା ଓଡ଼ିଆମାନଙ୍କ ଉପଯୁକ୍ତ ଯନି ନେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତିା ତାମିଲନାଡ଼ୁରୁ ଓଡ଼ିଶା ଫେରିବାକୁ ଚାହୁଁଥିବା ଓଡ଼ିଆ ଲୋକମାନଙ୍କୁ ନିରାପଦରେ ପଠେଇବାର ସୁବ୍ୟବସ୍ଥା କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ କାମନା କରିଛନ୍ତିା ତାମିଲନାଡ଼ୁ ସରକାର ଏ ଦିଗରେ ସବୁ ସହଯୋଗ ଯୋଗାଇଦେବେ ବୋଲି ଶ୍ରୀ ପାଲାନିସ୍ୱାମୀ ପ୍ରତିଶ୍ରୁତି ଦେଇଛନ୍ତିା ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ୍‍ ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଭିଡ଼ିଓ କନ୍‍ଫରେନ୍ସରେ ଯୋଗ ଦେଇଥିଲୋ ଉଲ୍ଲେଖଯୋଗ୍ୟ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହା ପୂର୍ବରୁ ଗୁଜରାଟ ଓ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲୋ
 ଚେନ୍ନାଇର ଗୁରୁ ନାନକ କଲେଜ୍‍ରେ କରାଯାଇଥିବା ଶିବିରରେ ରହିଥିବା ଓଡ଼ିଆମାନେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସହିତ ଭିଡ଼ିଓ କନ୍‍ଫରେନ୍ସ ଜରିଆରେ କଥା ହୋଇ ତାମିଲନାଡୁ ସରକାରଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲୋ
 ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଲୋକମାନେ ନିଜ ନିଜ ରାଜ୍ୟକୁ ଫେରିବା ନିମନ୍ତେ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତିା ଏହି ଆଧାରରେ ଓଡ଼ିଶାକୁ ବିଭିନ୍ନ ପ୍ରଦେଶରୁ ଫେରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ, ଶ୍ରମଜୀବୀ, ବୃତ୍ତିଜୀବୀ, ତୀର୍ଥଯାତ୍ରୀ ଏବଂ ସାଧାରଣ ଲୋକଙ୍କ ପାଇଁ ରାଜ୍ୟ ସରକାର ଏକ ଗାଇଡ଼ଲାଇନ୍‍ ପ୍ରସ୍ତୁତ କରିଛନ୍ତିା ଓଡ଼ିଶାକୁ ଫେରିବା ନିମନ୍ତେ cଞ୍ଚଠiଛ୧୯.ଞ୍ଚଛiଟhଚ୍ଚ.ଜ୍ଜଞ୍ଚଠ.in ପୋର୍ଟାଲ୍‍ରେ ପଂଜୀକରଣ କରିବା ବାଧ୍ୟତାମୂଳକା ଇତି ମଧ୍ୟରେ ବହୁସଂଖ୍ୟକ ଲୋକ ଓଡ଼ିଶା ଫେରିବା ନିମନ୍ତେ ପଂଜୀକରଣ କରିଛନ୍ତି ଏବଂ ସରକାରଙ୍କ ଦ୍ୱାରା ଏହି ଆବେଦନଗୁଡ଼ିକ ଯାଞ୍ଚ କରାଯାଉଛିା ଲୋକମାନେ ସଡ଼କ ଏବଂ ରେଳପଥ ଏହି ଦୁଇଟି ମାଧ୍ୟମରେ ଓଡ଼ିଶାକୁ ଫେରିପାରିବୋ
 କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶନାମା ଅନୁଯାୟୀ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ଫେରୁଥିବା ଲୋକମାନଙ୍କର ସଂପୃକ୍ତ ରାଜ୍ୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ଉଭୟ ସଡ଼କ ଓ ରେଳପଥରେ ଆସୁଥିବା ଲୋକମାନଙ୍କ ପାଇଁ ଏହା ବାଧ୍ୟତାମୂଳକା
 ଯେଉଁମାନେ ସଡ଼କ ପଥରେ ଫେରିବେ ସେମାନେ ପଂଜୀକରଣ କରିବା ପରେ ସଂପୃକ୍ତ ରାଜ୍ୟର ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷଙ୍କ ନିକଟରୁ ପାସ୍‍ ନେବୋ ସଡକ ପଥରେ ଆସିବା ପାଇଁ ଓଡ଼ିଶାର ୧୧ଟି ଚେକ୍‍ ପଏଣ୍ଟକୁ ଚିହ୍ନଟ କରାଯାଇଛିା ସେଗୁଡ଼ିକ ହେଉଛି ବୀରମିତ୍ରପୁର(ସୁନ୍ଦରଗଡ଼), ଚମ୍ପୁଆ (କେନ୍ଦୁଝର), ଚାନ୍ଦିଲୀ (କୋରାପୁଟ), ଗିରିଶୋଳା (ଗଞ୍ଜାମ), କେରେଡ଼ା (ରାୟଗଡ଼ା), ମୋଟୁ (ମାଲକାନଗିରି), ସୁଙ୍କି (କୋରାପୁଟ)ା ଏହି ଚେକ୍‍ଗେଟ୍‍ଗୁଡ଼ିକରେ କ୍ୟାମ୍ପ ଅଫିସ୍‍ ଖୋଲାଯିବା ସହ ସଡ଼କ ପରିବହନ କର୍ତ୍ତୃପକ୍ଷ ଏବଂ ମେଡିକାଲ୍‍ ଟିମ୍‍ ଯାଞ୍ଚ ପାଇଁ ନିୟୋଜିତ ରହିଛନ୍ତିା ଏଠାରେ ତାଙ୍କର ପାସ୍‍ ଓ ପଂଜୀକରଣ ବିବରଣୀ ଯାଞ୍ଚ କରାଯିବା ଯେଉଁମାନେ ପୂର୍ବରୁ ପଂଜୀକରଣ କରିନଥିବେ ସେମାନେ ଚେକ୍‍ ପଏଣ୍ଟରେ ଥିବା କ୍ୟାମ୍ପ ଅଫିସ୍‍ରେ ପଂଜୀକରଣ କରିପାରିବୋ ଯାନରେ ଆସୁଥିବା ସମସ୍ତଙ୍କର ବିବରଣୀ ଥାଇ ଏକ ଟ୍ରାଞ୍ଜିଟ୍‍ ପାସ୍‍ ଯାନର ସମ୍ମୁଖରେ ଲଗାଯିବ, ଏହା ପରମିଟ୍‍ ଭାବେ ବିବେଚିତ ହେବ । ଚେକ୍‍ ପଏଣ୍ଟରେ ଭିଡ଼ କମାଇବା ପାଇଁ ପୂର୍ବରୁ ପଂଜୀକରଣ କରି ଓଡ଼ିଶା ଆସିବା ପାଇଁ ସରକାରଙ୍କ ଦ୍ୱାରା ଅନୁରୋଧ କରାଯାଇଛିା
 ଯେଉଁମାନେ ଟ୍ରେନ୍‍ରେ ଫେରିବେ ସେମାନେ ସଂପୃକ୍ତ ରାଜ୍ୟରୁ ବାହାରିବା ପୂର୍ବରୁ ପଂଜୀକରଣ କରିବୋ ଓଡ଼ିଶାର କେତୋଟି ନିର୍ଦ୍ଦିଷ୍ଟ ଷ୍ଟେସନ୍‍ରେ ହିଁ ଟ୍ରେନ୍‍ ରହିବା ଓଡ଼ିଶା ସରକାରଙ୍କ ବିନା ଅନୁମତିରେ କୌଣସି ଟ୍ରେନ୍‍ ଓଡ଼ିଶାକୁ ପ୍ରବେଶ କରିପାରିବ ନାହିାଁ
 ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଉଭୟ ସ୍ଥାନରେ କ୍ୱାରାଣ୍ଟାଇନ୍‍ ବ୍ୟବସ୍ଥା କଡ଼ାକଡ଼ି ଭାବେ ପାଳନ କରାଯିବା ସହରାଞ୍ଚଳରେ ମୁନିସିପାଲ୍‍ କମିଶନରଙ୍କ ଦ୍ୱାରା ଦାୟିତ୍ୱପ୍ରାପ୍ତ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରି ଆବଶ୍ୟକ ସ୍ଥଳେ ହୋମ୍‍ କ୍ୱାରାଣ୍ଟାଇନ୍‍ରେ ରହିପାରିବୋ ସୁବିଧା ନଥିଲେ ସରକାରଙ୍କ ଦ୍ୱାରା ଆନୁଷ୍ଠାନିକ କ୍ୱାରାଣ୍ଟାଇନ୍‍ ଅଥବା ନିଜ ଖର୍ଚ୍ଚରେ ସ୍ୱୀକୃତିପ୍ରାପ୍ତ ହୋଟେଲ୍‍ ବା ଲଜ୍‍ରେ ରହିପାରିବୋ ଗ୍ରାମାଞ୍ଚଳ ପାଇଁ ୨ ଲକ୍ଷ ୬୦ ହଜାର ଶଯ୍ୟା ସମ୍ବଳିତ କ୍ୱାରାଣ୍ଟାଇନ୍‍ ସେଣ୍ଟର ପ୍ରସ୍ତୁତ କରାଯାଇଛିା ଗ୍ରାମାଞ୍ଚଳକୁ ଫେରୁଥିବା ଲୋକମାନେ ଏହିଠାରେ ୧୪ ଦିନ ରହିବେ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ତଦାରଖ କରାଯିବା
 ବର୍ଡର ଚେକ୍‍ ପଏଣ୍ଟଠାରେ ଫେରୁଥିବା ଲୋକମାନଙ୍କ ହାତରେ ତାରିଖ ଥାଇ ଅଲିଭା କାଳିରେ ଷ୍ଟାମ୍ପିଂ କରାଯିବ ଏବଂ ଯେଉଁମାନେ ଘରେ କ୍ୱାରାଣ୍ଟାଇନ୍‍ରେ ରହିବେ ସେମାନଙ୍କ ଘର ଆଗରେ ମଧ୍ୟ ଷ୍ଟିକର ଲଗାଯିବା ମେଡିକାଲ୍‍ ଟିମ୍‍ ନିୟମିତ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ତଦାରଖ କରିବେ ଓ ଲକ୍ଷଣ ଥିବା ଲୋକମାନଙ୍କ କୋଭିଡ୍‍ ପରୀକ୍ଷା କରାଇବୋ
 ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅତ୍ୟନ୍ତ ବ୍ୟବସ୍ଥିତ ଉପାୟରେ କୋଭିଡ୍‍ର ମୁକାବିଲା କରିବା ପାଇଁ ପ୍ରଚେଷ୍ଟା କରୁଛନ୍ତିା ତେଣୁ ଯେଉଁମାନେ ଏହି ନିୟମର ଉଲ୍ଲଂଘନ କରିବେ ସେମାନଙ୍କ ବିରୁଦ୍ଧରେ ମହାମାରୀ ଆଇନ, ବିପର୍ଯ୍ୟୟ ପରିଚାଳନା ଆଇନ ଏବଂ ଭାରତୀୟ ପିଙ୍ଗଳ କୋର୍ଡର ବିଭିନ୍ନ ଧାରା ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସରକାରଙ୍କ ଗାଇଡ୍‍ ଲାଇନ୍‍ ଠିକ୍‍ ଭାବରେ ଅନୁପାଳନ କଲେ ପୂର୍ବ ଘୋଷଣା ଅନୁସାରେ ୨୦୦୦ ଟଙ୍କା ପ୍ରଦାନ କରାଯିବା
 ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମହାରାଷ୍ଟ୍ର, ଗୁଜରାଟ ଓ ତାମିଲନାଡୁର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡ଼ିଓ କନ୍‍ଫରେନ୍ସରେ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତିା ମୁଖ୍ୟ ଶାସନ ସଚିବ ମଧ୍ୟ ପ୍ରତ୍ୟେକ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ ସମନ୍ୱୟ ରକ୍ଷା କରୁଛନ୍ତିା ରାଜ୍ୟର ପ୍ରତ୍ୟେକ ଜିଲ୍ଲା ପାଇଁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛିା ତେଣୁ ଓଡ଼ିଶାର ଭାଇଭଉଣୀମାନେ ସୁରକ୍ଷିତ ଭାବେ ଓଡ଼ିଶା ଫେରି ନିଜର, ପରିବାର ଓ ନିଜ ଅଞ୍ଚଳର ସମସ୍ତଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଯନିବାନ ହେବାକୁ ସରକାରଙ୍କ ତରଫରୁ ଅନୁରୋଧ କରାଯାଇଛିା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଏ ସଂପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛିା
 ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ରୋଗ ନିରୀକ୍ଷଣ ତଥା ବିଭିନ୍ନ ଇଲାକାରେ ସଂକ୍ରମଣ ପ୍ରତିରୋଧ କାର୍ଯ୍ୟକଳାପକୁ ଦୃଢ଼ୀଭୂତ କରିବା ପାଇଁ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମସ୍‍), ଭୁବନେଶ୍ୱର ପକ୍ଷରୁ ତ୍ୱରିତ କ୍ରିୟାନୁଷ୍ଠାନ ପାଇଁ ଦୁଇଟି ଦଳଙ୍କୁ ପଠାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦର୍ଶାଯାଇଛିା
 ନିକଟରେ ପଶ୍ଚିମବଙ୍ଗରୁ ଫେରିଥିବା ଲୋକମାନେ ନିଃସଙ୍କୋଚରେ କୋଭିଡ୍‍-୧୯ ପରୀକ୍ଷଣ ପାଇଁ ଆଗେଇ ଆସିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଅନୁରୋଧ କରାଯାଇଛିା ବିଭାଗ ପକ୍ଷରୁ କୁହାଯାଇଛି ଯେ ସେମାନେ ସୁସ୍ଥ ଜଣାଯାଉଥିଲେ ମଧ୍ୟ ସଂକ୍ରମିତ ହୋଇଥାଇ ପାରନ୍ତି ଏବଂ ସେମାନଙ୍କ ଜରିଆରେ ସଂକ୍ରମଣ ବ୍ୟାପିପାରୋ ସେମାନେ ନିଜର କୋଭିଡ୍‍ ପରୀକ୍ଷଣ ପାଇଁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ/ତହସିଲଦାର/ସରପଞ୍ଚଙ୍କ ସହ ଯୋଗାଯୋଗ କରିବା ଏବଂ ଘରୋଇ ସଙ୍ଗରୋଧରେ ରହିବା ପାଇଁ ଅନୁରୋଧ କରାଯାଇଛିା ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍‍-୧୯ ପରୀକ୍ଷଣ ବିନାମୂଲ୍ୟରେ କରାଯାଉଛିା
 କୋଭିଡ୍‍-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୭୨୯୧ ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛିା ଏଥିରେ ମୋଟ ୧,୮୨,୫୫୮ ଶଯ୍ୟାର ବ୍ୟବସ୍ଥା କରାଯାଇଛିା
 ଆଜି ରାଜ୍ୟର ୫୩୯୪ ଗ୍ରାମ ପଞ୍ଚାୟତରେ ୩,୪୧,୩୧୪ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେହିପରି ୧୧୪ ଟି ପୌରାଞ୍ଚଳରେ ୩୯,୭୪୪ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା
 ରାଜ୍ୟରେ କୋଭିଡ୍‍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୩୦ରୁ ମଇ ୧ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୩୨ଟି ମାମଲା ଦାୟର
କରାଯାଇଛିା ସେଥିରୁ ୩୧ଟି ମାମଲା ଲକ୍‍ ଡାଉନ୍‍ ସଂପର୍କିତ ହୋଇଥିବାବେଳେ ୧ଟି ହୋମ୍‍ କ୍ୱାରାଣ୍ଟାଇନ୍‍ ପାଇଁ ଅଟୋ ବିଭିନ୍ନ ଅଭିଯୋଗରେ ୮୨ ଜଣଙ୍କୁ ଗିରଫ କରାଯାଇଛି ।

ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
 ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୩୪୧୩୩ଟି ନମୁନା କୋଭିଡ୍‍-୧୯ ପରୀକ୍ଷା କରାଯାଇଛିା
 ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୪୮ ଜଣ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତିା
 ୫୫ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତିା
 ଜଣେ କୋଭିଡ୍‍-୧୯ ରୋଗୀଙ୍କର ମୃତୁ୍ୟ ହୋଇଛିା
 ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୯୨ ରହିଛିା
 ୨୦୩ ଜଣ ହସ୍‍ପିଟାଲ୍‍ ଆଇସୋଲେସନ୍‍ରେ ଅଛନ୍ତିା

Govt
Leave A Reply