Odisha news

ନାଲକୋ ମହିଳା ସମିତି ଓ ନାଲକୋ ଫାଉଣ୍ଡେସନର ସଦସ୍ୟ ମାନେ ପୋଲିସ୍ କର୍ମ ଚାରୀ ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇଲେ

0

ଭୁବନେଶ୍ୱର, ୦୧.୦୫.୨୦୨୦: କରୋନା କୁ ପ୍ରତିହତ କରିବାପାଇଁ ଦେଶବ୍ୟାପୀ ଲକଡାଉନ ଚାଲିଥିବାବେଳେ ସାଧାରଣ ଲୋକମାନେ ଯେତେବେଳେ ଘର ଭିତରେ ଅଛନ୍ତି ସେମାନଙ୍କର ସୁରକ୍ଷା ଲାଗି ଜୀବନକୁ ବାଜିଲଗେଇ ପୋଲିସ୍ କର୍ମ ଚାରୀ ମାନେ ନିଜର କର୍ତ୍ତବ୍ୟ ସମ୍ପାଦନ ରେ ଲାଗି ପଡ଼ିଛନ୍ତି।ସେହି ଆଗ ଧାଡ଼ିର ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇବା ପାଇଁ ତଥା ପ୍ରୋତ୍ସାହିତ କରିବା ପାଇଁ ଆଗକୁ ଆଗେଇ ଆସିଛନ୍ତି ନାଲକୋ ମହିଳା ସମିତି ଏବଂ ନାଲକୋ ଫାଉଣ୍ଡେସନର ସଦସ୍ୟ ମାନେ। ଆଜି ନାଲକୋ ମହିଳା ସମିତି ର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ପାତ୍ର ଏବଂ ସଂପାଦିକା ଶ୍ରୀମତୀ ପ୍ରତିଭା ମିଶ୍ର ଙ୍କ ତତ୍ତ୍ୱାବଧାନରେ ଏହାର ସଦସ୍ୟ ମାନେ ତଥା ନାଲକୋ ଫାଉଣ୍ଡେସନ୍ଏ ବଂ ନାଲକୋ ର ଅଧିକାରୀ ମାନଙ୍କ ସହାୟତା ରେ ଭୁବନେଶ୍ୱର ସହର ରବିଭିନ୍ନ ଛକ ମାନଙ୍କରେ, ଯଥା୧୨୦ବାଟାଲିୟନ୍ଛ କ, ନାଲକୋ ଛକ, ଡମଣା ଛକ ଆଦି ସ୍ଥାନ ମାନଙ୍କରେ କାର୍ଯ୍ୟରତ ଥିବା ପୋଲିସ୍କ ର୍ମଚାରୀ ମାନଙ୍କୁ ପ୍ରାୟତଃ ୧୫୦୦ରନ୍ଧା ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇଥିଲା।ପ୍ରଥମ ପର୍ଯ୍ୟାୟରେ ଆସନ୍ତା ସାତଦିନ ଧରି ଏହି ବଣ୍ଟନ କାର୍ଯ୍ୟ ଚାଲୁ ରହିବ ବୋଲି ଜଣା ପଡ଼ିଛି।

Govt
Leave A Reply