ଭୁବନେଶ୍ୱର/ଯାଜପୁର: ରାଜ୍ୟରେ ପୁଣି ପାଞ୍ଚ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ୨ ମହିଳା ଥିବା ସୂଚନା ମିଳିଛି। ସଂପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ଯାଜପୁର ଜିଲ୍ଲାରେ ବୋଲି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ଟୁଇଟ କରିଛି । ସମସ୍ତ ଆକ୍ରାନ୍ତ କୋଲକାତାରୁ ଫେରିଥିବା ସୂଚନା ମିଳିଛି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ରେ ପହଞ୍ଚିଛି । ସେଥିରୁ ୫୫ ଜଣ ସୁସ୍ଥ ହୋଇଥିବା ବେଳେ ୯୮ ଜଣ ସକ୍ରିୟ ଆକ୍ରାନ୍ତଙ୍କ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ତେଣେ କରୋନା ଭୂତାଣୁ ସଂକ୍ରମିତ ଯୋଗୁଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।
First Health Update, 2nd May
5 New Positives in Jajpur28 yr Male, 56 yr Male, 63 yr Male
24 yr Female & 60 yr Female
(Both contacts of positive case)(All Kolkata returnees. All asymptomatic. All in quarantine)
Contact tracing & followup action is being done.
Tota case: 154
ସେହିପରି ଯାଜପୁର ଜିଲ୍ଲାରେ ଏପର୍ଯ୍ୟନ୍ତ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଜଣେ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଏବେ ୪୪ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି।
ଖୋର୍ଦ୍ଧା ଜିଲ୍ଲା ପରେ ଏବେ ଯାଜପୁର ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା ଅଧିକ । ଏହି ଜିଲ୍ଲାର କଣ୍ଟେନମେଣ୍ଟ ଜୋନ ଅଧିନରେ ଅଛି ୨୮ଟି ଗାଁ । ଗତକାଲି ଭୁବନେଶ୍ବର ଏମ୍ସର ଏକ ରାପିଡ ଆକ୍ସନ ଟିମ ଯାଜପୁରରେ ପହଞ୍ଚିଛନ୍ତି।