Odisha news

ବୈଜ୍ଞାନିକ ପଦ୍ଧତିରେ ଅମୃତଭଣ୍ଡା ଚାଷ

0

ଅମୃତଭଣ୍ଡା ଗୋଟିଏ ଅଧିକ ଅମଳକ୍ଷମ ତଥା ସହଜ ଅର୍ଥକାରୀ ଫସଲ । ଏହା ବିଭିନ୍ନ ପ୍ରକାର ମାଟି ଏବଂ ଜଳବାୟୁରେ ସହଜ ଭାବରେ ଚାଷ କରାଯାଇ ପାରେ । କଞ୍ଚା ଅମୃତଭଣ୍ଡାକୁ ପରିବା ଭାବରେ ବ୍ୟବହାର କରାଯାଉଥିବାବେଳେ ପାଚିଲା ଫଳକୁ ତାଜା ଖାଇବା ସହ ବିଭିନ୍ନ ପ୍ରକାର ପ୍ରକି୍ରୟାକୃତ ଖାଦ୍ୟ ଭାବରେ ବ୍ୟବହାର କରାଯାଏ ଯଥା ଜାମ୍‍, ମୃଦୁପାନୀୟ, ଆଇସ୍‍କ୍ରିମ୍‍, ଚକୋଲେଟ୍‍ ଏବଂ ସରବତ୍‍ ଇତ୍ୟାଦି । ପାଚିଲା ଅମୃତଭଣ୍ଡାରେ ଶର୍କରା, ପୁଷ୍ଟିସାର, ଜୀବସାର-କ ଏବଂ ଗ ପ୍ରଚୁର ମାତ୍ରାରେ ଥାଏ । ପକ୍ୱ ଫଳରୁ ପାପେନ୍‍ ନାମକ ଏକ ଏନ୍‍ଜାଇମ୍‍ ବାହାର କରାଯାଇ ବିଭିନ୍ନ ପ୍ରକାର ଉଦ୍ୟୋଗରେ ବ୍ୟବହାର କରାଯାଏ ।

ମାଟି ଏବଂ ଜଳବାୟୁ

ଅମୃତଭଣ୍ଡା ଗଛରେ ବର୍ଷସାରା ଫୁଲ ଏବଂ ଫଳ ଆସେ । ତେଣୁ ଏହାକୁ ନିଗିଡ଼ା ଏବଂ ଉର୍ବର ମାଟିରେ ଲଗାଇବା ଉଚିତ୍‍ । ଉଷ୍ଣ ଏବଂ ଆଦ୍ର୍ର ଜଳବାୟୁ ଅମୃତଭଣ୍ଡା ଚାଷ ପାଇଁ ଅନୁକୁଳ ଅଟେ । ସେହିପରି ଶୁଷ୍କ ଏବଂ ପ୍ରବଳ ବେଗରେ ପବନ ବହୁଥିବା ଅଞ୍ଚଳ ଅବା ବାରମ୍ବାର ଝଡ଼ ହେଉଥିବା, ଅଧିକ ବର୍ଷା ହେଉଥିବା ଅଞ୍ଚଳରେ କିମ୍ବା ଜଳ ନିଷ୍କାସନର ବ୍ୟବସ୍ଥା ନଥିଲେ ଓସାରିଆ ହୁଡ଼ା ତିଆରି କରାଯାଇ ସେଥିରେ ଅମୃତଭଣ୍ଡା ଚାଷ କରାଯାଇ ପାରିବ । ଅମୃତଭଣ୍ଡା ଚାଷ ପାଇଁ ୨ ଫୁଟ୍‍ ଗଭୀର ବାଲିଆ ଦୋରସା, ଜୈବିକ ପଦାର୍ଥ ଯୁକ୍ତ ନିଗିଡ଼ା ପଟୁ ମାଟି ଉତ୍କୃଟ ଅଟେ ।

କିସମ

ବର୍ତ୍ତମାନ ଆମ ଦେଶରେ ଅନେକ ଉନ୍ନତ ଏବଂ ଅଧିକ ଅମଳକ୍ଷମ କିସମ ମିଳୁଛି । ସେଗୁଡିକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଉଛି ।

୧. ଶୁଦ୍ଧ ଦ୍ୱିଲିଙ୍ଗି (ଡାଇଓସିୟସ୍‍)

ଏହି କିସମ ଗୁଡିକରେ ବିଶୁଦ୍ଧ ଅଣ୍ଡିରା ଓ ମାଇ ଗଛ ବାହାରେ । ଓ୍ୱାଶିଂଟନ, ପୁଷା ଡ୍ୱାରର୍ଫ, ପୁଷା ନହ୍ନା, ପୁଷା ଜାଏଣ୍ଟ, ସି.ଓ-୧, ସି.ଓ-୨, ସି.ଇ-୪, ଓ.ଇ-୫, ସି.ଓ-୬ ଏବଂ ପନ୍ଥ-୨ ଏହି କିସମ ଅନ୍ତର୍ଗତ ।

୨. ଉଭୟ ଲିଙ୍ଗି (ଗାଇନୋଡାଇଓସିୟସ୍‍)

ଏହି ପ୍ରକାର କିସମରେ ସମ୍ପୂର୍ଣ୍ଣ ଅଣ୍ଡିରା ଗଛ ହୁଏ ନାହିଁ । ଏହି ବର୍ଗରେ କୁର୍ଗ ହନିଡିସ୍କୁ, ସୂର୍ଯ୍ୟ, ଶୋଲୋ, ଓ-୩, ପୁଷା ଡେଲିସିୟସ୍‍ ଏବଂ ପୁଷା ମାଜେଷ୍ଟି ଅନ୍ତୁର୍ଭୁକ୍ତ

ପୁଷାନହ୍ନା – ବାମନ କିସମ ଅମୃତଭଣ୍ଡା ଯାହାକୁ ପାକଶାଳା ବଗିଚାରେ ସହଜରେ ଲଗାଯାଇ ପାରିବ । ସି.ଓ-୨ ଏବଂ ସି.ଓ-୫ କିସମରେ ଅଧିକ ମାତ୍ରାରେ ପାପେନ୍‍ ଉତ୍ପାଦନ ହୁଏ । କିସମ ଏବଂ ଚାଷ ପ୍ରଣାଳୀ ଅନୁଯାୟୀ ଅମୃତଭଣ୍ଡା କିସମରେ ଫଳର ଓଜନ ୧ କିଲୋଗ୍ରାମ ରୁ ଦେଢ଼ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ ।

ଚାରା ପ୍ରସ୍ତୁତି କରଣ

ଅମୃତଭଣ୍ଡା ଏକ ପର ପରାଗସଙ୍ଗମକାରୀ ଫସଲ ହୋଇଥିବାରୁ ବିଶୁଦ୍ଧ ମଞ୍ଜି ବ୍ୟବହାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ବିଶ୍ୱାସନୀୟ ସଂସ୍ଥା କିମ୍ବା ମଞ୍ଜି ବ୍ୟବସାୟୀଙ୍କ ଠାରୁ ମଞ୍ଜି କିଣିବା ଆବଶ୍ୟକ । ମଞ୍ଜିର ଅଂକୁରଣ କ୍ଷମତା ଖୋଲା ଯାଗାରେ ୪୫ ରୁ ୫୦ ଦିନ ପର୍ଯ୍ୟନ୍ତ ରହେ । କିନ୍ତୁ ଯଦି ବାୟୁ ନିରୋଧକ ପାତ୍ରରେ ୪-୫ ସେ. ତାପମାତ୍ରାରେ ରଖିଲେ ୪ ରୁ ୫ ମାସ ପର୍ଯ୍ୟନ୍ତ ରହିପାରିବ ।

ଦୁଇ ମିଟର ଲମ୍ବ, ୧ ମିଟର ଚଉଡା ଏବଂ ମାଟି ଠାରୁ ୧୫ ସେ.ମି. ଉଚ୍ଚତା ବିଶିଷ୍ଟ ତଳି ଘେରା ପ୍ରସ୍ତୁତି କରାଯାଏ । ଚାରା ଗଛର ଭଲ ବୃଦ୍ଧି ପାଇଁ ପଟାଳି ପିଛା ୨ ଝୁଡ଼ି ପଙ୍କୁଆ ମାଟି ଏବଂ ୧ ଝୁଡି ସଢା ଗୋବର ଖତ ପଟାଳିର ଉପରି ଭାଗରେ ଭଲ ଭାବରେ ମିଶାଇ ଦେବା ଆବଶ୍ୟକ । ତଳିଘେରାରେ ମଞ୍ଜି ବୁଣିବା ପୂର୍ବରୁ ମଞ୍ଜିକୁ ୬ ରୁ ୮ ଘଣ୍ଟା ପାଣିରେ ଭିଜାଇଲା ପରେ ସେଗୁଡିକୁ ଛାଣି ୨ ଘଣ୍ଟା ପର୍ଯ୍ୟନ୍ତ ଛାଇରେ ଶୁଖାଇବା ଆବଶ୍ୟକ । ମଞ୍ଜିଗୁଡିକ ଛାଇରେ ଶୁଖିଗଲା ପରେ ପ୍ରତି କି.ଗ୍ରା ମଞ୍ଜିରେ ୨ ଗ୍ରାମ ଟ୍ରଫି ଗୁଣ୍ଡକୁ ଭଲ ଭାବରେ ମିଶାଇ ମଞ୍ଜି ବିଶୋଧନ କରାଯାଏ । ବିଶୋଧିତ ମଞ୍ଜିକୁ ପ୍ରସ୍ତୁତ କରାଯାଇଥିବା ତଳି ଘେରାରେ ଧାଡ଼ିକୁ ଧାଡ଼ି ୧୫ ସେ.ମି. ଏବଂ ମଞ୍ଜିକୁ ମଞ୍ଜି ୫ ସେ.ମି. ଦୂରତାରେ ୨-୩ ସେ.ମି. ଗଭୀରରେ ବୁଣାଯାଏ ।

ଏକ ହେକଫର ଅମୃତଭଣ୍ଡା ଚାଷ ପାଇଁ ୨୫୦ ରୁ ୫୦୦ ଗ୍ରାମ ମଞ୍ଜି ଆବଶ୍ୟକତା ହୋଇଥାଏ । ମଞ୍ଜି ବୁଣିଲା ପରେ ପ୍ରତିଦିନ ତଳିଘେରାରେ ଝରା ସାହାଯ୍ୟରେ ପାଣି ଦେବା ଉଚିତ୍‍ । ବୁଣିବାର ୨ ସପ୍ତାହ ମଧ୍ୟରେ ମଞ୍ଜିରୁ ଗଜା ବାହାରେ । ଗଜା ବାହାରିବା ସମୟରେ ଜଳିଘେରାକୁ ୧ ଲିଟର ପାଣିରେ ୩ ଗ୍ରାମ ରିଡୋମିଲ୍‍ ମିଶାଇ ଦ୍ରବଣ ପ୍ରସ୍ତୁତ କରି ସିଞ୍ଚନ କରିବା ଉଚିତ୍‍ । ଚାରା ଗଛଗୁଡିକ ୪ ରୁ ୫ ପତ୍ର ହୋଇଗଲା ପରେ ସେଗୁଡିକୁ ୧୦ ଡ ୪ ଡ ୩ ସେ.ମି. ଆକାରର ଛିଦ୍ର ଯୁକ୍ତ ପଲିଥିନ୍‍ ଥଳିରେ ଲଗାଇ ଏକ ଲିଟର ପାଣିରେ ୩ ଗ୍ରାମ ଟ୍ରଫି ମିଶାଇ ଗଛ ମୂଳରେ ସିଞ୍ଚନ କରିବା ଦରକାର ।

ଏହା ବ୍ୟତୀତ ସିଧାସଳଖ ପଲିଥିନ ଥଳିରେ ମଧ୍ୟ ସହଜଏବଂ ସୁବିଧା ଉପାୟରେ ଚାରା ପ୍ରସ୍ତୁତ କରାଯାଇ ପାରିବ । ସେଥିପାଇଁ ୨୦ ଡ ୧୫ ସେ.ମ.ି ଆକାର ୧୫୦ ଗଜ ମୋଟେଇ ବିଶିଷ୍ଟ ଛିଦ୍ରଯୁକତ ପଲିଥିନ୍‍ ଥଳି ଆବଶ୍ୟକ ହୋଇଥାଏ । ସମପରିମାଣ ମାଟି, ବାଲି ଏବଂ ସଢ଼ା ଗୋବର ଖତ ମିଶାଇ ପଲିଥିନ୍‍ ଥଳି ଗୁଡିକୁ ଭରି ଦିଆଯାଏ । ପ୍ରତି ଥଳିରେ ୨ଟି ଲେଖାଏଁ ମଞ୍ଜି ୨-୩ ସେ.ମି. ଗଭୀରରେ ଲଗାଯାଏ । ବର୍ଷା ନହେଉଥିଲେ ପ୍ରତିଦିନ ଝରା ସାହାଯ୍ୟରେ ପାଣି ଦେବାକୁ ପଡ଼ିଥାଏ । ମଞ୍ଜିଗୁଡିକ ଗଜା ହୋଇଗଲା ପରେ ଗୋଟିଏ ଥଳିରେ କେବଳ ଗୋଟିଏ ଗଛ ବଢ଼ିବାକୁ ଦିଆଯାଏ । ଚାରାଗୁଡିକ ୨ ମାସ କିମ୍ବା ୨୦-୨୫ ସେ.ମି. ଉଚ୍ଚତା ହୋଇଗଲେ ସେଗୁଡିକୁ ଜମିରେ କରାଯାଏ ।

ଚାଷ ପ୍ରଣାଳୀ

ଚାରାଗଛ ଲଗାଇବା ପୂର୍ବରୁ ଜମିକୁ ୩-୪ ଥର ଓଡ଼ଚାଷ କରି ମହି ଦେଇ ସମତୁଲ କରିଦେବା ଉଚିତ୍‍ । ଏହାପରେ ୧.୫ ଡ ୧.୫ ମିଟର ବ୍ୟବଧାନରେ ୫୦ ଡ ୫୦ ଡ ୫୦ ସେ.ମି. ଆକାରରେ ଗାତ ଖୋଯାଇ ୧୫ ଦିନ ପର୍ଯ୍ୟନ୍ତ ଖରାରେ ଶୁଖିବାକୁ ଦିଆଯାଏ । ଗାତ ଖୋଳିବା ସମୟରେ ପ୍ରଥମ ୨୫ ସେ.ମି. ଗଭୀରର ମାଟି ଗାତର ଅନ୍ୟପଟେ ରଖିବା ଉଚିତ୍‍ । ବର୍ଷ ଆରମ୍ଭ ପୂର୍ବରୁ ଉପର ସ୍ତରର ମାଟିକୁ ସେହିପରି ତଳେ ଭରିଦେଇ ଉପରସ୍ତରର ତଳୁ ବାହାର କରି ଅନ୍ୟପଟେ ରଖିଥିବା ମାଟିରେ ୨-୩ ଝୁଡି ସଢ଼ା ଗୋବରଖତ ମିଶାଇ ଗାତ ଗୁଡିକୁ ସାବଧାନ ପୂର୍ବକୁ ପଲିଥିନ୍‍ ଥଳିରୁ ବାହାର କରି (ଯେପରିକି ଚାରା ଚାରିପାଖରେ ଥିବା ମାଟି ପିଣ୍ଡୁଳା ନ ଭାଙ୍ଗେ) ଗାତର ଠିକ୍‍ ମଧ୍ୟ ଭାଗରେ ଲଗାଇବା ଉଚିତ୍‍ । ଦ୍ୱି ଲିଙ୍ଗି କିସମ ଗୁଡ଼ିକୁ ପ୍ରତି ଗାତରେ ୩ଟି ଲେଖାଏଁ ଏବଂ ଉଭୟ ଲିଙ୍ଗି କିସମ ଗୁଡିକୁ ପ୍ରତି ଗାତରେ ଗୋଟିଏ ଗଛ ଲଗାଯାଏ । ଚାରାଗୁଡିକୁ ପବନରୁ ରକ୍ଷା କରିବା ପାଇଁ ୨ଟି ବାଡ଼ି ଏବଂ ସୁତୁଲି ସାହାଯ୍ୟରେ ବାନ୍ଧିଦେବା ଉଚିତ୍‍ ।

ଜଳସେଚନ

ଚାରାଗଛ ଗୁଡିକୁ ଲଗାଇବାର ପରେ ୨-୩ ଦିନ ପର୍ଯ୍ୟନ୍ତ ହାଲୁକା ସିଞ୍ଚନ କରିବା ଆବଶ୍ୟକ । ସାଧାରଣତଃ ବର୍ଷା ଋତୁରେ ଜଳସେଚନର ଆବଶ୍ୟକତା ପଡ଼ିନଥାଏ । ଶୀତଦିନେ ୮-୧୦ ଦିନ ଅନ୍ତରରେ ଏବଂ ଖରାଦିନେ ୪-୫ ଦିନ ଅନ୍ତରରେ ପାଣି ଦେବାକୁ ପଡିଥାଏ । ବୁନ୍ଦା ଜଳସେଚନ ପ୍ରଣାଳୀ ଦ୍ୱାରା ସେଚନ କଲେ ଶତକଡ଼ା ୫୦ ଭାଗ ପାଣି ଆବଶ୍ୟକତା କମିବା ସଙ୍ଗେ ସଙ୍ଗେ ଗଛ ଏବଂ ଫଳର ବୃଦ୍ଧି ହୋଇଥାଏ । ଏହା ବ୍ୟତୀତ ଏହି ପ୍ରଣାଳୀ ଅବଲମ୍ବନ କଲେ ଅମୃତଭଣ୍ଟା ଗଛରେ ହେଉଥିବା ମୂଳସଢ଼ା ରୋଗ ଏବଂ ଅନାବନା ଘାସର ବୃଦ୍ଧି ବହୁ ପରିମାଣରେ କମ୍‍ ହୋଇଥାଏ ।

ଖତ ଏବଂ ସାର

ଅମୃତଭଣ୍ଡା ଗଛରେ ବର୍ଷସାରା ଫୁଲ ଏବଂ ଫଳ ଲାଗି ରହୁଥିବାରୁ ଏହା ଅଧିକ ପରିମାଣରେ ଖତ ଏବଂ ସାର ଆବଶ୍ୟକ କରେ । ଗଛ ପିଛା ୨୫୦ ଗ୍ରାମ ଯବକ୍ଷାରଜାନ (୫୫୦ ଗ୍ରାମୟୁରିଆ), ୫୦୦ ଗ୍ରାମ ଫସ୍‍ଫରସ (୧ କି.ଗ୍ରା. ନବରନିା ଡି.ଏ.ପି.) ଏବଂ ୫୦୦ ଗ୍ରା ପଟାସ୍‍ (୮୪୦ ଗ୍ରାମନବରନିା ପଟାସ୍‍)କୁ ସମାନ ୬ ଭାଗରେ ବାଣ୍ଟି ପ୍ରତି ୨ ମାସ ଅନ୍ତରରେ ଦେବା ଉଚିତ୍‍ । ଏହା ବ୍ୟତୀତ ପ୍ରତିବର୍ଷକୁ ୨ ଝୁଡ଼ି ସଢ଼ା ଗୋବର ଖତ ଦେବା ଆବଶ୍ୟକ । ଖତ ଏବଂ ସାରକୁ ଗଛ ମୂଳରୁ ୨୫-୩୦ ସେ.ମି. ଦୂରରେ ,ବଂ ୧୦-୧୫ ସେ.ମି. ଗଭୀରରେ ମନ୍ଦାକରି ମାଟିରେ ଭଲ ଭାବରେ ମିଶାଇ ଦିଆଯାଏ । ତା’ପରେ ପାଣି ଦେବା ଉଚିତ୍‍ ।

ଅନ୍ତଃଚାଷ

ଚାରା ଲଗାଇବାର ପ୍ରଥମ ବର୍ଷରେ ମୂଳା, ଫୁଲକୋବି, ବନ୍ଧାକୋବି, ପିଆଜ, ରସୁଣ, ଗାଜର ଏବଂ ବିଲାତି ବାଇଗଣ ଇତ୍ୟାଦି ଅନ୍ତଃଫସଲ ଭାବରେ ଚାଷ କରାଯାଇ ପାରେ । ବର୍ଷକୁ ୪ ରୁ ୫ ଥର କୋଡ଼ା ଖୋସା କରି ଅନାବନା ଘାସ ନିୟନ୍ତ୍ରଣ କରିବା ଉଚିତ୍‍ । ଚାର ଲଗାଇବାର ୪-୫ ମାସ ମଧ୍ୟରେ ଫୁଲ ଆସିବା ଆରମ୍ଭ ହୁଏ । ଗାତ ପ୍ରତି ୩ଟି ଲେଖାଏଁ ଚାରା ଲଗାଯାଇଥିଲେ, ସେଥିରୁ ଗୋଟିଏ ମାଇ ଗଛ ରଖି ଅନ୍ୟ ଦୁଇଟିକୁ କାଟିଦେବା ଉଚିତ୍‍ । କିନ୍ତୁମନେ ରଖିବା ଉଚିତ୍‍ ଯେ ପ୍ରତି ୧୦ଟି ମାଇ ଗଛ ପାଇଁ ଗୋଟିଏ ଅଣ୍ଡିରା ଗଛ ରହିବା ଆବଶ୍ୟକ ।

ରୋଗ ଏବଂ ପୋକ

ସାଧାରଣତଃ ଅମୃତଭଣ୍ଡା ଗଛ କୌଣସି ପୋକ ଦ୍ୱାରା ସିଧାସଳଖ ଆକ୍ରାନ୍ତ ହୁଏ ନାହିଁ, ତଥାପି ବିଭିନ୍ନ ପ୍ରକାର ଶୋଷକ ଜାତୀୟ ପୋକ ଯଥା ଥ୍ରି«୍‍, ଜଉ ପୋକ, ଏଫିଡସ୍‍ ଏବଂ ଧଳାମାଛି ଦ୍ୱାରା ବିଭିନ୍ନ ପ୍ରକାର ଭୂତାଣୁ ଜନିତ ରୋଗରେ ଆକ୍ରାନ୍ତ ହୋଇଥାଏ । ତେଣୁ ବର୍ଷାଋତୁ ଆରମ୍ଭ ପୂର୍ବରୁ ଏବଂ ଶେଷରେ ଦୁଇଥର ୧ ଲି. ପାଣିରେ ୧.୬ ମି.ଲି ମନୋସାନ୍‍ ମିଶାଇ ସିଞ୍ଚନ କଲେ ସୁଫଳ ମିଳିଥାଏ । ଏହା ବ୍ୟତୀତ ଅଠାଜନ୍ତା ଓ ଆଲୋକ ଜନ୍ତା ବ୍ୟବହାର ଦ୍ୱାରା ମଧ୍ୟ ଉପରୋକ୍ତ ପୋକଙ୍କୁ ନିୟନ୍ତ୍ରଣ କରାଯାଏ । ଅମୃତଭଣ୍ଡା ଗଛରେ ମୂଳ ଏବଂ କାଣ୍ଡ ସଢ଼ା ରୋଗ ବହୁଳ ଭାବରେ ଦେଖାଯାଏ, ଯାହାକୁ ୧ଲି. ପାଣିରେ ୩ ଗ୍ରାମ ରିଡୋମିଲ୍‍ ମିଶାଇ ଗଛମୂଳରେ ବର୍ଷକୁ ୩-୪ ଥର ପ୍ରୟୋଗ କଲେ ଏଥିରୁ ରକ୍ଷାମିଳେ । ଗଛମୂଳରେ ଯେପରି ପାଣି ଜମି ନରହେ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ଅମୃତଭଣ୍ଡା ଗଛରେ କଳାଦାଗ ରୋଗ ହେଲେ ଫଳରେ ଛୋଟ ଛୋଟ କଳା ରଙ୍ଗର ଦାଗ ଦେଖାଯାଏ ଏବଂ କ୍ରମେ ଫଳ ସଢ଼ିଯାଏ । ଏହି ରୋଗକୁ ନିୟନ୍ତ୍ରଣ କରିବାକୁ ହେଲେ ୧ ଲି. ପାଣିରେ ୨ ଗ୍ରାମ ଟ୍ରଫି ଗୁଣ୍ଡ ମିଶାଇ ପ୍ରତି ୧୫ ଦିନ ଅନ୍ତରରେ ୨ ରୁ ୩ ଥର ସିଞ୍ଚନ କରିବାକୁ ପଡ଼େ । ପତ୍ରମୋଡ଼ା, ଗୋଲ ଦାଗ (ରିଙ୍ଗ ସ୍ପଟ୍‍) ଏବଂ ମୋଇକି ଭୂତାଣୁ ଅମୃତଭଣ୍ଡା ଗଛର ମୁଖ୍ୟ ରୋଗ, ଯାହାକି ସମ୍ପୂର୍ଣ୍ଣ ଫସଲ ନଷ୍ଟ କରିଦିଏ । ଭୂତାଣୁ ଜନିତ ରୋଗରେ ଆକ୍ରାନ୍ତ ଗଛକୁ ଉପାଡ଼ି ନଷ୍ଟ କରିଦେବା ଦରକାର ।

ଅମଳ ଏବଂ ବିପଣନ

ପରିବା ପାଇଁ ବ୍ୟବହୃତ ଫଳ କଞ୍ଚା ଅବସ୍ଥାରେ ତୋଳା ଯାଏ । ଫଳରେ ଉପର ଅଂଶର ରଙ୍ଗ ଇଷତ୍‍ ହଳଦିଆ ହୋଇଗଲେ ଏହାକୁ ତୋଳି ପୁରୁଣା କାଗଜରେ ମୋଟାକରି ଗୁଡ଼ାଇ କାଠ କିମ୍ବା ପ୍ଲାଷ୍ଟିକ୍‍ ଝୁଡ଼ିରେ ବଜାରକୁ ପଠାଯାଏ । ଅମୃତଭଣ୍ଡା ଗଛ ଲଗାଇବାର ୯-୧୦ ମାସ ଠାରୁ ଆରମ୍ଭ କରି ୩ ବର୍ଷ ପର୍ଯ୍ୟନ୍ତ ବ୍ୟବସାୟିକ ଭିତ୍ତିରେ ଫଳିଥାଏ । ସାଧାରଣତଃ ପ୍ରଥମ ଦୁଇବର୍ଷ ଗଛ ପିଛା ୩୫-୪୦ କେ.ଜି. ଏବଂ ତୃତୀୟ ବର୍ଷ ୨୦-୨୫ କେ.ଜି. ଫଳ ଅମଳ ହୋଇଥାଏ । କିନ୍ତୁ ଚାଷ ପ୍ରଣାଳୀ ଏବଂ ହେକଫର ପ୍ରତି ଗଛ ସଂଖ୍ୟା ଅମଳ ଉପରେ ଅନେକ ପ୍ରଭାବ ପକାଇଥାଏ । ହେକଫର ପିଛା ବର୍ଷକୁ ୬୦ ଟନ୍‍ ଅମଳ ମିଳିଥାଏ ।ସଯୋଗ : ହରିଶଙ୍କର ସିଂହ, ଦିନେଶ କୁମାର, ସୁଧାମୟ ମଣ୍ଡଳ

 

ପ୍ରକାଶକ : ନିର୍ଦ୍ଦେଶକ, ଭାରତୀୟ ଉଦ୍ୟାନ ଗବେଷଣା ସଂସ୍ଥାନ

ବାଙ୍ଗାଲୋର – ୫୬୦ ୦୮୯

ଏହି ପ୍ରସାର ପୁସ୍ତିକାରେ ଦିଆଯାଇଥିବା ଜ୍ଞାନକୌଶଳ ଜାତୀୟ କୃଷି ବୈଷୟିକ ପ୍ରକଳ୍ପର

(ଏନ୍‍.ଏ.ଟି.ପି.) ସହାୟତାରେ କରାଯାଇଅଛି ।

 

 

Leave A Reply