ପାଣିକୋଇଲି :ରଜରେ ଚାଲିଥିଲା ଜୁଆ ଆଡ୍ଡା । ତାହା ପୁଣି ନିକଂଚନ ସ୍ଥାନ, ପାଣିକୋଇଲି ଥାନା ଅନ୍ତର୍ଗତ ବୁଢା ନଦୀର ରୁଢିଆ ନୂଆ ବିଜ୍ର ତଳେ । ରଜ ପର୍ବରେ ସମସ୍ତେ ମାତିଥିଲା ବେଳେ ଜୁଆଡି ବାଛିଥିଲେ ନିକାଂଚନ ଜାଗା । ରଜ ସଂକ୍ରାନ୍ତିରେ ରୁଢିଆ ନୂଆ ବ୍ରିଜ ତଳେ ଚଳାଇଥିଲେ କରାନାମା । ଖାଲି ତାସ ନୁହେଁ ମୋବାଇଲ ଯୋଗେ ଚାଲିଥିଲା ଜୁଆଖେଳ ।
କିନ୍ତୁ ଜୁଆଡିଙ୍କ ର୍ଦୁଭାଗ୍ୟ ଖବର କେମିତି ପହଂଚିଯାଇଥିଲା ପୁଲିସ ପାଖରେ । ପାଣିକୋଇଲି ଥାନାଧିକାରୀ ଅଜୟ କୁମାର ଜେନାଙ୍କ ନିଦେ୍ର୍ଦଶ କ୍ରମେ ଏ,ଏସ.ଆଇ ସଂଜୟ କୁମାର ଦାସ ସଦଳବଳେ କରିଥିଲେ ଚଢାଉ । ମାତ୍ର ବିଜ୍ର ଉପରୁ ତଳକୁ ପୁଲିସ ଯିବା ଜାଣି ଜୁଆଡି ମାନେ କିଏ କେୁଉଁଆଡେ ମାରିଥିଲେ ଚମ୍ପଟ । କେବଳ ରହିଯାଇଥିଲା ୯ଟି ବାଇକ, ଦୁଇମୁଠା ତାସ ଓ ନଗଦ ୫ଶହ ଟଙ୍କା । ପୁଲିସ ଜବତ କରିବା ପରେ ବାଇକକୁ ଟ୍ରାକ୍ଟର ଯୋଗେ ଥାନାକୁ ଆଣିଥିଲା । ପରେ ଏନେଇ ଏକ ମାମଲା ରୁଜ୍ଜୁ କରାଯିବା ସହ ବାଇକ ଗୁଡିକର ମାଲିକ କିଏ ତାହାର ତଦନ୍ତ ଜାରି ରହିଛି