ପାଣିକୋଇଲି : ଯାଜପୁର ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର ପଂଚାୟତର ୪ ଦଫା ଦାବିରେ ସିପିଆଇଏମ ଭୁବନେଶ୍ୱରପୁର ଆଂଚଳିକ କମିଟି ପକ୍ଷରୁ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସାମାଜିକ ଦୂରତା ରଖି ଗଣ ଧାରଣା ଦିଆଯାଇଛି । ଚଳିତ ବର୍ଷର କରୋନ ମହାମାରୀ ଯୋଗୁ ଭୁବନେଶ୍ୱରପୁର ଗ୍ରାମ ପଂଚାୟତର କୃଷକ, ଶ୍ରମିକ, କ୍ଷୁଦ୍ର ୍ରବ୍ୟବସାୟୀ, ନିମ୍ନ ମଧ୍ୟବିତ ଓ ସମସ୍ତ ବର୍ଗର ଜନସାଧାରଣଙ୍କର ଜୀବନ ଜୀବିକା ବିପନ୍ନ ହୋଇଅଛି ।
ଏହି ଦୁଃଖଦ ଅବସ୍ଥା ସମୟରେ ଏନେଇ ବିଡିଓଙ୍କୁ ଆଚଳିକ କମିଟି ପକ୍ଷରୁ ଜଣାଯାଇଥିଲା । ମାତ୍ର ତାର ସୁଫଳ ନମିଳିବାରୁ ଖାଦ୍ୟ ସୁରକ୍ଷା ଆଇନରେ ଯେଉଁ ମାନଙ୍କର ନାମ ତାଲିକାରେ ଅଛି ସେମାନଙ୍କୁ ବାଦ କରାନଯାଉ ଓ ଯେଉଁମାନଙ୍କ ନାମ ତାଲିକା ଭୁକ୍ତ ହୋଇନାହିଁ ସେମାନଙ୍କ ନାମ ତାଲିକା ଭୁକ୍ତ କରାଯାଉ ।
ସରକାରଙ୍କ ପ୍ରଦତ ଚାଉଳ, ଡାଲି ଆଦି ପ୍ରଦାନର ବ୍ୟବସ୍ଥା , ଯେଉଁ ପଂଜିକୃତ ନିର୍ମାଣ ଶ୍ରମିକ ମାନେ ସରକାରୀ ଘୋଷିତ ୧୫ ଶହ ଟଙ୍କା ପାଇ ନାହାନ୍ତି ସେମାନେଙ୍କ ସହୟତା ପାଇବାର ବନେ୍ଦାବସ୍ତ, ପଂଚାୟତରେ ତୁରନ୍ତ ମହାତ୍ମାଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାରେ କାମ ଆରମ୍ଭ, ଯେଉଁ କୃଷକ ମାନେ ନିଜ କ୍ଷେତରେ କାମ କରୁଛନ୍ତି ସେହି କାମକୁ ମଧ୍ୟ ମନରେଗା ଯୋଜନାରେ ଅର୍ନ୍ତଭୁକ୍ତ କରିବା, ନୂତନଭାବେ ଜବକାର୍ଡ କରାଯିବା ପାଇଁ ଅଶାୟୀ ଶ୍ରମିକ ମାନଙ୍କୁ ସୁଯୋଗ ଦିଆଯିବା ଦାବିରେ ଗଣଧାରଣା ଦିଆଯାଇଛି । ସୁରେଶ ସାହୁ, ଗଣେଷ ସାହୁ, ଡା, ନିର୍ମଳ ର୍ଥ, ବ୍ରହ୍ମାନନ୍ଦ ବାରିକ, ବନୋଜ ଓଝା, ପ୍ରତୁ୍ୟଷ ସାହୁ, କିର୍ତନ ସାହୁ, ସୁବତ୍ର ଜେନା ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ ।