ପାଂଚପୀଢ ୧୮/୧୦ମିଳିତ ଆଦିବାସୀ ମଞ୍ଚ ଓଡ଼ିଶା ପକ୍ଷରୁ ଆଦିବାସୀ ମାନଙ୍କ ଅଧିକାର ଓ ନ୍ୟାୟ ତଥା ପିଲାମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ କରଞ୍ଜିଆ ସଙ୍ଗୀତ ମହାବିଦ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ସହର ପରିକ୍ରମା କରିବା ପରେ ପାଞ୍ଚପୀଢ଼ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ଓ କରଞ୍ଜିଆ ତହସିଲଦାର ନିତ୍ୟାନନ୍ଦ ସେଠୀଙ୍କୁ ବିଭିନ୍ନ ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ ମିଳିତ ଆଦିବାସୀ ମଞ୍ଚ କର୍ମକର୍ତ୍ତା ପଦ୍ମ ଲୋଚନ ଟୁଡୁ, ଠାକୁରମୁଣ୍ଡା ବ୍ଲକ ଅଧକ୍ଷା ସରୋଜିନୀ ମୁଣ୍ଡା, ଜିଲ୍ଲା ପରିଷଦ ସଦସ୍ୟା ବୀଣାପାଣି ନାଏକ, କୃଷ୍ଣ ଚନ୍ଦ୍ର ନାଏକ ପାର୍ବତୀ ନାଏକ, ବିଜୟିନୀ ତିରିଆ, କୈବଲ୍ୟ ନାଏକ, ଖୁଣ୍ଟା ବ୍ଲକ ବ୍ୟାଙ୍କ ସାଥି ଭାରତୀ ସିଂ,ଗଣେଶ ଚନ୍ଦ୍ର ଗାଗରାଇ, କୁଳିପଶି ପଞ୍ଚାୟତ ସରପଞ୍ଚ ସୁକମତି ସର୍ଦ୍ଦାର,ବିଶ୍ୱ ପୁର୍ତ୍ତି,ସୁକୁଲାଲ ପାଲିଆ ଓ ସୁଦାମ ମାଝୀଙ୍କ ନେତୃତ୍ୱରେ ସହସ୍ରାଧିକ ଆଦିବାସୀ ଲୋକଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା। ଅଣ ଆଦିବାସୀ କୁଡୁମୀ, କୁମ୍ଭାର ଜାତିଙ୍କୁ ଆଦିବାସୀ ସୂଚୀରେ ସାମିଲ କରିବା ଓଡିଶା ସରକାରଙ୍କ ବନ୍ଦ,ତହସିଲ ରିପୋର୍ଟ ନୁହେଁ ଟିଆରଆଇ ରିପୋର୍ଟ,ପେସା ଆଇନ ୧୯୯୬ କୁ ଓଡ଼ିଶା ରାଜ୍ୟରେ ଲାଗୁ କରିବା, ଅନୁସୂଚିତ ଅଞ୍ଚଳରେ ସମ୍ବିଧାନର ପଞ୍ଚମ ଅନୁସୂଚୀ ଶାସନ ପ୍ରଶାସନ ଵିଧି ଵ୍ୟବସ୍ଥା,ଆଦିବାସୀଙ୍କ ଜଳ, ଜଙ୍ଗଲ, ଜମି ଅଧିକାରକୁ କ୍ଷୁର୍ଣ୍ଣ କରିବାରୁ ଓଡିଶା ସରକାର ଦୂରରେ ରହିବା,ବିକାଶ ନାମରେ ଆଦିବାସୀଙ୍କୁ ବିସ୍ଥାପିତ କରିବା ଓଡିଶା ସରକାରଙ୍କ ପକ୍ଷରୁ ବନ୍ଦ, କୁଡୁମୀ, କୁମ୍ଭାର ଜାତିକୁ ଅନୁସୂଚିତ ଜନଜାତି ମାନ୍ୟତା ଦେବା ଓଡିଶା ସରକାର ବନ୍ଦ କରିବା ପ୍ରଭୃତି ଦାବୀ ଜନିତ ଦାବିପତ୍ର ପ୍ରଦାନ କରାଯାଇଥିଲା।
