Odisha news

ଭାରତ ଇସ୍ରାଏଲ ପକ୍ଷ ନେବାରୁ ପାଲେଷ୍ଟାଇନ କଲା ଆପତି : ଭାରତ ଦେଲା ଏହିଭଳି ଜବାବ 

ନୂଆଦିଲ୍ଲୀ : ସଂଯୁକ୍ତ ରାଷ୍ଟ୍ରରେ ଇସ୍ରାଏଲ ବିରୁଦ୍ଧରେ ଭୋଟ ସମୟରେ ଅନୁପସ୍ଥିତ ରହିଥିବାରୁ ନେଇ ପାଲେଷ୍ଟାଇନ ଭାରତକୁ ଅପର୍ତ୍ତି ଉଠାଇବା କାରଣରୁ ତାର ଜବାବ ପାଇଛି । ଭାରତ କହିଛି ଯେ ଏହା ପ୍ରଥମଥର ହୋଇ ନାହିଁ କୌଣସି ପ୍ରସ୍ତାବକୁ ନେଇ ମତଦାନ ସମୟରେ ଭାରତ ଅନୁପସ୍ଥିତ ରହିଛି । ଏହା ପୂର୍ବରୁ ମଧ୍ୟ ଭାରତ ସଂଯୁକ୍ତ ରାଷ୍ଟ୍ରର ମାନବାଧିକାର ପରିସ୍ଥିତିରେ ଗଜାରେ ହିଂସାର ଜାଞ୍ଚକୁ ନେଇ ଭୋଟ ସମୟରେ ଅନୁପସ୍ଥିତ ରହିଥିଲା ।
ପାଲେଷ୍ଟାଇନର ବିଦେଶ ମନ୍ତ୍ରୀ ଅଲ୍ ମାଲିକ୍ ସଂଯୁକ୍ତ ରାଷ୍ଟ୍ରରେ ଭୋଟିଂ ସମୟରେ ଭାରତର ଅନୁପସ୍ଥିତି କୁ ନେଇ ଅସନ୍ତୋଷ ଜାରି କରିଥିଲେ । ଏହାପରେ ଭାରତୀୟ ବିଦେଶ ମନ୍ତ୍ରଣାଳୟ ପ୍ରତିକ୍ରିୟା ଦେଇଥିଲା । ସଂଯୁକ୍ତ ରାଷ୍ଟ୍ରରେ ଇସ୍ରାଏ ଲ ଉପରେ ଭାରତର ସୋଭାବରେ ଦୁଃଖୀ ପାଲେଷ୍ଟାଇନ ବିଦେଶ ମନ୍ତ୍ରୀ ଭାରତର ବିଦେଶମନ୍ତ୍ରି ଜୟ ଶଙ୍କରଙ୍କୁ ଚିଠି ଲେଖିଥିଲେ । ସଂଯୁକ୍ତ ରାଷ୍ଟ୍ରରେ ଇସ୍ରାଏଲ ସହିତ ସେହି ୧୪ ଟି ଦେଶରେ ସାମିଲ ଥିଲା ଯେଉଁ ମାନେ ଇସ୍ରାଏଲ ବିରୁଦ୍ଧରେ ମତଦାନ ସମୟରେ ଅନୁପସ୍ଥିତ ଥିଲେ ।
 ଭାରତ ମଇ ୧୭ ତାରିଖରେ ପାଲେଷ୍ଟାଇନର ମୁଦାକୁ ସମର୍ଥନ କରିଥିଲା କିନ୍ତୁ ମଇ ୨୭ ତାରିଖରେ ମତଦାନ ରୁ ଦୂରେଇ ରହିଥିଲା । ଭାରତର ଏହି କାର୍ଯ୍ୟକୁ ବିରୋଧା ଭାସି ବୋଲି କୁହାଯାଇଥିଲା । ଏହାକୁ ନେଇ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚି କହିଥିଲେ ଯେ ପାଲେଷ୍ଟାଇନ ସମସ୍ତ ଦେଶକୁ ଏହି ପ୍ରକାରର ପତ୍ର ଲେଖିଛି ଯେଉଁ ମାନେ ମତଦାନରେ ଦୂରେଇ ରହିଥିଲେ । ଅମେବି ପୂର୍ବରୁ ଅନେକ ଥର ମତଦାନ ସମୟରେ ଅନୁପସ୍ଥିତ ରହିଛୁ ଏହା କୌଣସି ନୂଆ କଥା ନୁହେଁ ।

Comments are closed.