ସାଉଥମ୍ପଟନ, ୧୩ା୮ (ଏଜେନ୍ସି) : ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ସାଉଥମ୍ପଟନ୍ରେ ଆରମ୍ଭ ହୋଇଯାଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଚା’- ପାନ ବିରତି ସୁଦ୍ଧା ୩୭.୪ ଓଭର୍ରେ ୩ ୱିକେଟ୍ ହରାଇ ୧୦୪ ରନ୍ କରିଥିଲା । ବାବର୍ ଆଜନ୍ ୧୩ ରନ୍ କରି ଅପରାଜିତ ଥିଲେ । ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍ ସର୍ବାଧିକ ଦୁଇ ୱିକେଟ୍ ସଫଳତା ହାସଲ କରିଥିଲେ । ପୂର୍ବରୁ ମାଞ୍ଚେଷ୍ଟର ପ୍ରଥମ ଟେଷ୍ଟରେ ଘରୋଇ ଇଂଲଣ୍ଡ ନାଟକୀୟ ବିଜୟ ହାସଲ କରି ୧-୦ରେ ସିରିଜ୍ ଅଗ୍ରଣୀ ରହିଛି ।