ନୂଆଦିଲ୍ଲୀ : ପାକିସ୍ତାନ ର ରାଜଧାନୀ ଇସ୍ଲାମଵାଦ ଠାରେ ଗୋଟିଏ ପ୍ରସିଦ୍ଧ ବଜାର ଠାରେ ଭୀଷଣ ନିଆଁ ଲାଗି ୩୦୦ ରୁ ଉର୍ଧ୍ଵ ଦୋକାନ ଘର ଓ ଷ୍ଟଲ ଧୂଳିସାତ ହୋଇ ଯାଇଛି l ଏହି ନିଆଁ ଏତେ ଦ୍ରୁତ ବେଗରେ ବ୍ୟାପି ଯାଇଥିଲା ଯେ ଲିଭାଇବା ପାଇଁ ବାୟୁସେନା ର ସାହାଯ୍ୟ ନେବାକୁ ପଡିଥିଲା l ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ନିଅଁ ସଣ୍ଡେ ବଜାରରେ ଲାଗିଥିଲା l ସ୍ଥାନୀୟ ଅଧିକାରୀ ମାନଙ୍କ ସୂଚନା ଅନୁସାରେ କୁହାଯାଇଛି ଯେ ଦମକଳ ବାହିନୀ ର ୧୦ଟି ଗାଡି ଦୀର୍ଘ ସମୟ ଧରି ନିଆଁ ଲିଭାଇ ବାକୁ ଚେଷ୍ଟା କରିଥିଲେ l ଏହାଛଡା ବାୟୁସେନା ର ଦୁଇଟି ଦମକଳ କୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରାଯାଇ ଥିଲା l ଯାହାପରେ ନିଆଁ ଉପରେ କାବୁ କରାଯାଇ ପାରିଥିଲା l
ଇସ୍ଲାମଵାଦ ର ଏହି ସଣ୍ଡେ ବଜାର ସହରର ଜୀ ୯ ଅଂଚଳରେ ଲାଗିଥାଏ l ଏହି ବଜାରରେ ନିଆଁ ଲାଗିବା ର ଇତିହାସ ଖୁବ ପୁରୁଣା ଅଟେ l ଏହା ପୂର୍ବରୁ ୨୦୧୯ ସକାଳୁ ନିଆଁ ଲାଗି ଯାଇଥିବାର ଘଟଣା ଶୁଣିବାକୁ ମିଳିଥିଲା l ସେହି ସମୟରେ ମଧ୍ୟ ୩୦୦ ଦୋକାନ ଜଳି ପାଉଁଶ ହୋଇ ଯାଇଥିଲା l ଏହା ପୂର୍ବରୁ ୨୦୧୮ ରେ ମଧ୍ୟ ଏହି ବଜାରରେ ନିଆଁ ଲାଗିଥିଲା l ଯାହାଦ୍ୱାରା ୯୦ ଟି ଦୋକାନ ଘର ଜାଳି ଯାଇଥିଲା l
ସଣ୍ଡେ ବଜାରରେ ଖୁବ ଭିଡ଼ ରହିଥାଏ l ସପ୍ତାହ ର ମଙ୍ଗଳବାର, ଶୁକ୍ରବାର ଓ ରବିବାର ଦିନ ଏଠାରେ ବଜାର ଲାଗିଥାଏ l ସ୍ଥାନୀୟ ଲୋକେ ଏହାକୁ ସଣ୍ଡେ ବଜାର ଭାବରେ ଜାଣନ୍ତି l ଏହି ବଜାରରେ ଫଳ, ପୁରୁଣା ପୋଷାକ, ବିଭିନ୍ନ ପ୍ରକାରର ଘରୋଇ ଜିନିଷ ଓ ଗାଲିଚା ଇତ୍ୟାଦି ମିଳୁଥିବା କାରଣରୁ ଏଠାରେ ଭିଡଲାଗିଥାଏ l