Odisha news

ପାକିସ୍ତାନ ପାଇଁ କାଳ ହେଲା ବନ୍ଧୁତା, ଦେଖିବାକୁ ମିଳିଲା ପଡୋଶୀ ଦେଶର ଅସଲି ମୁଖା

0

ନୂଆଦିଲ୍ଲୀ : ଗତ ବର୍ଷ ଅଗଷ୍ଟ ମାସରେ ଆଫଗାନିସ୍ତାନ ର ରାଜଗାଦୀ ତାଲିବାନ କବ୍ଜା କରିବା ପରେ ପାକିସ୍ତାନ ରେ ଆତଙ୍କବାଦ ର କାର୍ଯ୍ୟକଳାପ ୫୧ ପ୍ରତିଶତ ବୃଦ୍ଧି ପାଇଛି l ଗୋଟିଏ ସୂଚନା ଆଧାରରେ କୁହାଯାଇଛି ଯେ ତାଲିବାନ ପଛରେ ଠିଆ ହୋଇଥିବା ପାକିସ୍ତାନ ବର୍ତମାନ ଗୋଟିଏ ବଡ ଅସୁବିଧାର ସମୁଖୀନ ହୋଇଛି l ବର୍ତମାନ ତାକୁ ବନ୍ଧୁତା ଭାରି ପଡିଛି, ତା ପାଇଁ ତାଲିବାନ କାଳ ହୋଇ ଯାଇଛି l ଇସ୍ଲାମିକ ଚାମପନ୍ଥୀ ସମୂହ ତାଲିବାନ ଗତ ବର୍ଷ ବିନା କୌଣସି ପ୍ରତିବାଦରେ ଆଫଗାନିସ୍ତାନ ର ରାଜଧାନୀ କାବୁଲ ଉପରେ ସେତେବେଳେ କବ୍ଜା କରିଥିଲା ଯେତେବେଳେ ଆମେରିକା ସୈନ୍ୟ ଫେରିବାର ପ୍ରକ୍ରିୟା ଆରମ୍ଭ କରିଥିଲେ l

ଏହା ତାଲିବାନ ର ଗୋଟିଏ ପ୍ରକାରର ବିଜୟ ଥିଲା, କାହିଁକି ନା ବିଶ୍ୱର ମହାଶକ୍ତି ମାନେ ଥାଇ ମଧ୍ୟ ତାଲିବାନ କୁ ଅଟକାଇ ପାରିନଥିଲେ l ବର୍ତମାନ ଆତଙ୍କବାଦ କୁ ଦେଖି ପାକିସ୍ତାନ ସରକାର ଭୟଭୀତ ହୋଇ ଯାଇଛନ୍ତି , କାହିଁକି ଆଗକୁ ଏହା ବଢିପାରେ l ପାକିସ୍ତାନ ର ଗୋଟିଏ ସଂସ୍ଥାର ସୂଚନା ଅନୁସାରେ ‘ ପାକିସ୍ତାନ ପାଇଁ କାବୁଲ ରେ ଆତଙ୍କବାଦ ଶାସନ ର ବିପଦ ସ୍ପଷ୍ଟ ହୋଇ ଯାଇଛି l କାରଣ ପାକିସ୍ତାନ ରେ ଗତ ଏକବର୍ଷ ମଧ୍ୟରେ ଆତଙ୍କବାଦ କାର୍ଯ୍ୟକଳାପ ରେ ବୃଦ୍ଧି ହୋଇଛି l ଗୋଟିଏ ରିପୋର୍ଟ ଆଧାରରେ ଅଗଷ୍ଟ ୧୫ ୨୦୨୧ ରୁ ୧୪ ଅଗଷ୍ଟ ୨୦୨୨ ମଧ୍ୟରେ ପାକିସ୍ତାନ ରେ ୨୫୦ ଆତଙ୍କବାଦୀ ଆକ୍ରମଣ ହୋଇ ସାରିଛି l ଯେଉଁଥିରେ ୨୫୦ ଟି ଆକ୍ରମଣ ହୋଇଛି, ୪୩୩ ଜଣଙ୍କ ମୃତ୍ୟୁ, ୭୧୯ ଜଣ ଆହତ ହୋଇଛନ୍ତି’ l

ସୂଚନା ଯୋଗ୍ୟ ଯେ ବର୍ତମାନ ଆଫଗାନିସ୍ତାନ ରୁ ତେହେରୀକ -ଏ – ତାଲିବାନ ଆତଙ୍କବାଦୀ ସଂଗଠନ ଫେରିବା ପରେ ପାକିସ୍ତାନ ରେ ଭୟର ବାତାବରଣ ଦେଖାଦେଇଛି l ଏହାଛଡା ବିଭିନ୍ନ ସ୍ଥାନରେ ଆତଙ୍କବାଦ ସଂଗଠନ ଗୁଡିକ ସକ୍ରିୟ ହେଉଛନ୍ତି l ନିକଟରେ ପୋଲିସ ପକ୍ଷରୁ ନାଗରିକ ମାନଙ୍କୁ ନିଜର ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି , ଯେପରିକି ନିଜ ସୁରକ୍ଷା ପାଇଁ ହତିଆର ରଖିବା, ବିନା କାରଣରେ ବାହାରକୁ ନବାହାରିବା ଇତ୍ୟାଦି l

Govt
Leave A Reply