ଦୀପାବଳୀ ରେ କରୋନା ନୂଆ ମାମଲା କୁ ନେଇ ଆଶଙ୍କା ଦେଖା ଦେଇଛି l ତେଣୁ କରୋନା ର ଓମୀକ୍ରାନ ର ୨ଟି ନୂଆ ସବ ଭାରୀଏଣ୍ଟ ଦେଖାଦେଇଛି, ତାର ନାମ ହେଲା BA.5.1.7 ଓ BF.7 l ଗବେଷକ ଙ୍କ ମତରେ ସେହି କାରଣରୁ ସଂକ୍ରମଣ ଦୃତ ଗତିରେ ବୃଦ୍ଧି ହୋଇପାରେ l ନେସନାଲ ଟେକ୍ନିକାଲ ଆଡ଼ଭାଇଜାରୀ ଗ୍ରୁପ ଅଫ ଇମ୍ୟୁନାଇଜେସନ (NTAGI) ଏହି ଭାରୀଏଣ୍ଟ କୁ ନେଇ ଚିନ୍ତା ପ୍ରକାଶ କରିଛି l ସୂଚନା ଅନୁଯାୟୀ ପର୍ବପର୍ବାଣୀ ସମୟରେ ବିଶେଷ ଭାବରେ ସତର୍କ ରହିବା ଜରୁରୀ l
* ୨ଟି ସବ ଭାରୀଏଣ୍ଟ କେତେ ବିପଦ ପୁର୍ଣ –
୨ଟି ଯାକ ସବ-ଭାରୀଏଣ୍ଟ ଖୁବ ସଂକ୍ରାମକ ଅଟନ୍ତି l ଏଗୁଡ଼ିକୁ ସର୍ବ ପ୍ରଥମେ ଚୀନ ର ଅନେକ ଗୁଡିଏ ରାଜ୍ୟରେ ଦେଖିବାକୁ ମିଳିଥିଲା l ତେଣୁ ଚୀନ ରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ଏହାଛଡା ଆମେରିକା, ବ୍ରିଟେନ, ଜର୍ମାନୀ, ବେଲଜିୟମ, ଫ୍ରାନ୍ସ, ଡେ଼ନମାର୍କ ଓ ଅଷ୍ଟ୍ରେଲିଆ ରେ ମଧ୍ୟ ଏହି ମାମଲା ଦ୍ରୁତ ଗତିରେ ବଢ଼ୁଥିବାର ଦେଖିବାକୁ ମିଳୁଛି l ଭାରତରେ ମଧ୍ୟ ଗୁଜୁରାଟ ରେ BF.7 ରୋଗୀ ଚିହ୍ନଟ ହୋଇଛନ୍ତି l ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଅନୁସାରେ ଓମୀକ୍ରାନ ଗୋଟିଏ ଭୟାନକ ଭାରୀଏଣ୍ଟ ଅଟେ, ତେଣୁ ଏହାର ସବ-ଭାରୀଏଣ୍ଟ ଉପରେ ମଧ୍ୟ ନଜର ରଖିବାକୁ ପଡିବ l
* କାହିଁକି ଏହି ଭାରୀଏଣ୍ଟ ପ୍ରତି ସତର୍କ ରହିବା ଆବଶ୍ୟକ ?-
ବର୍ତମାନ ସାରା ଭାରତ ବର୍ଷରେ ପର୍ବପର୍ବାଣୀ ସହିତ ଦୀପାବଳୀ ପାଇଁ ପ୍ରସ୍ତୁତି ଚାଲିଛି l ଏପରି ସ୍ଥିତିରେ ପ୍ରାୟ ସମସ୍ତ ଲୋକ ସାମାଜିକ ଦୂରତା ଓ ଫେସ ମାସ୍କ କୁ ଭୁଲି ଯାଇଛନ୍ତି l ଏହା ଦୁର୍ବଳ ଇମ୍ୟୁନ ସିଷ୍ଟମ ଲୋକଙ୍କ ପାଇଁ ବିପଦ ର ଘଣ୍ଟି ହୋଇପାରେ l ତେଣୁ ଭିଡ଼ ସ୍ଥାନକୁ ଯିବା ଆଦୌ ଉଚିତ ନୁହେଁ ଏହାଛଡା ଘରୁ ବାହାରିବା ମାତ୍ରକେ ମାସ୍କ ପିନ୍ଧିବା ଉଚିତ ଓ ଟୀକା କରଣ ନିହାତି ଜରୁରୀ l
* ଏହି ସବ-ଭାରୀଏଣ୍ଟ ଦ୍ୱାରା ଆମକୁ କେତେ ବିପଦ ରହିଛି –
ଡେ଼ଲ୍ଟା ଭାରୀଏଣ୍ଟ ପରେ ଓମୀକ୍ରାନ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି l ଏହାର ଇନଫେକ୍ସନ ଅଧିକ ରହିଥିଲେ ସୁଧା ଲକ୍ଷଣ ଖୁବ କମ ଅଟେ l ଅଧିକାଂଶ ସ୍ଥିତିରେ ଏହାର କୌଣସି ଲକ୍ଷଣ ନାହିଁ l ଏହା ବିଶେଷ ଭାବରେ ଥଣ୍ଡା, ସର୍ଦି, କାଶ, ବାନ୍ତି ଓ ଝାଡା ସହିତ ଛାତି ଯନ୍ତ୍ରଣା ଏବଂ ଶୁଣିବାରେ ବାଧା ଉପୁଜିପାରେ l ଅନ୍ୟ ଦେଶରେ କରୋନା ର ନୂଆ ସବ-ଭାରୀଏଣ୍ଟ କୁ ନେଇ WHO ପକ୍ଷରୁ ଚିନ୍ତା ଦେଖା ଦେଇଛି l