Odisha news

୨୦ ବର୍ଷ ପରେ କୌଣସି ଆତଙ୍କବାଦୀର ଶବ ପ୍ରଥମ ଥର ପାଇଁ ଗ୍ରହଣ କଲା ପାକିସ୍ତାନ

0
ନୂଆଦିଲ୍ଲୀ : ଗତ ୨ଦଶକ ରେ ପ୍ରଥମଥର ପାକିସ୍ତାନ ସେନା କୌଣସି ଆତଙ୍କବାଦୀ ର ଶବ ଭାରତ ରୁ ନେଇଛି । ସୋମବାର ଦିନ ଭାରତୀୟ ସେନା ପାକିସ୍ତାନୀ ଆତଙ୍କବାଦୀ ତବାରକ୍ ହୁସେନ ର ଶବ ପାକିସ୍ତାନ କୁ ହସ୍ତାନ୍ତର କରିଛି । ତବରକ୍ ହୁସେନ କୁ ଅଗଷ୍ଟ ୨୧ ତାରିଖ ଦିନ ଭାରତୀୟ ସେନା LOC ରେ ଅନୁପ୍ରବେଶ କରୁଥିବା ବେଳେ ଧରା ପଡ଼ିଥିଲା । ତବାରକ ଭାରତୀୟ ସେନାଙ୍କ ସହିତ ଗୁଳି ବିନିମୟ ସମୟରେ ଆହତ ହୋଇ ଡାକ୍ତରଖାନା ରେ ଚିକିତ୍ସା ଧୀନ ଥିବା ସମୟରେ ହୃଦଘାତ ରେ ମୃତ୍ୟୁ ବରଣ କରିଥିଲା ।
ମିଳିଥିବା ସୂଚନା ଅନୁସାରେ , LOC ର ପୁଁଛ ସେକ୍ଟର ରେ ଚକା – ଦା – ବାଗ୍ ପୋଷ୍ଟ ରେ ଭାରତୀୟ ସେନା ସ୍ଥାନୀୟ ପୋଲିସ ପ୍ରଶାସନ ର ଉପସ୍ଥିତି ରେ ହସ୍ତାନ୍ତର କରିଥିଲେ । ଆତଙ୍କବାଦୀ ତବରକ ହୁସେନ୍ ପାକିସ୍ତାନ ର କୋଟଲି ଅଞ୍ଚଳର ଅଟେ ଓ ସେ ଆତ୍ମଘାତୀ ଆକ୍ରମଣ ଉଦ୍ଦେଶ୍ୟରେ ଭାରତରେ ଅନୁପ୍ରବେଶ କରିଥିଲା । ସେ ଦ୍ଵିତୀୟ ଥର ପାଇଁ ଭାରତରେ ଧରା ପଡିଥିଲା , ଏହା ପୂର୍ବରୁ ସେ ଭାରତ ଆସିଥିଲେ ମଧ୍ୟ ଖସି ଯାଇଥିଲା ।
ଭାରତୀୟ ସେନା ଯେତେବେଳେ ନୌସେରା ସେକ୍ଟର ରେ ଧରି ଥିଲା ସେ ସେତେବେଳେ ଜୋର ଜୋର ରେ ଚିତ୍କାର ଛାଡ଼ି କହିଥିଲା ସେ ଏଠାରେ ମାରିବାକୁ ଆସିଥିଲା । ଧରା ପଡ଼ିବା ସମୟରେ ସେ ଡ୍ରଗସ୍ ସେବନ କରି ଥିବାର ଜଣା ପଡ଼ିଛି। ଯାଞ୍ଚ ସମୟରେ ଜଣା ପଡ଼ିଥିଲା ଯେ ସେ ନିକଟରେ ନିଜର ଛାତି , କାଖ ଓ ପ୍ରାଇଭେଟ୍ ପାର୍ଟ୍ ର ସେଭ୍ କରି ସଫା କରିଥିଲା । ଏଭଳି ଇସଲାମିକ ଜେହାଦୀ ମାନେ ଆତ୍ମଘାତୀ ଆକ୍ରମଣ ପୂର୍ବରୁ କରି ଥାଆନ୍ତି ।
ସେ ଯାଞ୍ଚ ସମୟରେ କହିଥିଲା ଯେ ପାକିସ୍ତାନ ସେନା ପକ୍ଷରୁ ତାକୁ ୩୦ ହଜାର ଟଙ୍କା ମିଳିଥିଲା ଭାରତୀୟ ସେନା ଙ୍କ ଚେକ୍ ପୋଷ୍ଟ ଉପରେ ଆକ୍ରମଣ କରିବା ପାଇଁ । ସେ ଆହୁରି ମଧ୍ୟ କହିଥିଲା ଯେ ତାକୁ ଏହି ପଇସା ପାକିସ୍ତାନ ଇଣ୍ଟେଲିଯେନ୍ସ୍ ଏଜେନ୍ସି ର କର୍ଣାଲ୍ ୟୁନସ ଚୌଧୁରୀ ଦେଇଥିଲା । ତବରକ୍ ଯେତେବଳେ ମିଲିଟାରୀ ଡାକ୍ତର ଖାନା ରେ ଭର୍ତି ହୋଇଥିଲା ସେତେବେଳେ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ଏହି ସୂଚନା ଦେଇଥିଲା ।
ଚିକିତ୍ସା ସମୟରେ ତାର କର୍ଡିଆକ୍ ଆରେଷ୍ଟ ହେବାରୁ ମୃତ୍ୟୁ ବରଣ କରିଥିଲା ।
Nalco
Leave A Reply