Odisha news

ଅଦ୍ଭୁତ ଚାକିରୀ : କାମ ନ କରିବାର ମିଳିଥାଏ ଦରମା , ଦରମା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

0
ନୂଆଦିଲ୍ଲୀ : ଯେଉଁ ଲୋକମାନେ କାମ କରିବାକୁ ପସନ୍ଦ କରି ନଥାଆନ୍ତି, ସେହିଭଳି ଲୋକଙ୍କ ପାଇଁ ଏହି ଚାକିରୀ ଖୁବ ଭଲ ଲାଗିବ l ଆଜ୍ଞା ହଁ, ଜାପାନ ର ସୋଜି ମୋରୀମୋଟ ଙ୍କୁ କୌଣସି କାମ ନକରିବା ପାଇଁ ତାଙ୍କ କମ୍ପାନୀ ତାଙ୍କୁ ମୋଟା ଅଙ୍କର ଦରମା ଦେଉଛି l ତାଙ୍କର କାମ ହେଉଛି କେବଳ କ୍ଳାଇଣ୍ଟ ସହିତ ସମୟ ବିତାଇବା l ପ୍ରତ୍ୟେକ ମିଟିଂ ପାଇଁ ତାଙ୍କୁ ୧୦ ହଜାର ୟେନ ଅର୍ଥାତ ୭୧ ଡଲାର ମିଳିଥାଏ l
ଟୋକିଓ ରେ ରହୁଥିବା ମରିମୋତୋ ସୂଚନା ଦେଇଛନ୍ତି ଯେ ‘ ମୁଁ ମୁଖ୍ୟତଃ ଭାବରେ ନିଜକୁ ଭଡାରେ ଦେଉଛି l ମୋର କାମ ହେଲା ମୋ ଗ୍ରାହକ ଯେଉଁଠାରେ କୁହନ୍ତି ସେଠାରେ ରହିଥାଏ l ଏହି ସମୟରେ ମତେ କିସିଭି କରିବାକୁ ପଡି ନଥାଏ ‘ l ଗତ ୪ ବର୍ଷରୁ ସେ ଏହି କାର୍ଯ୍ୟ କରୁଛନ୍ତି l ସେ ପାଖାପାଖି ୪ ଶହ ସେସନ ସମ୍ପୂର୍ଣ କରିଛନ୍ତି l ଏହାର ଅର୍ଥ ସେ ଚାରିବର୍ଷ ରେ ୨. ୮୪ ଡଲାର ରୋଜଗାର କରିଛନ୍ତି l
ସେ ଦେଖିବାକୁ ଖୁବ ପତଳା l ଟୁଇଟର ରେ ତାଙ୍କର ୨. ୫ ଲକ୍ଷ ଫଲୋଅର୍ସ ଅଛନ୍ତି । ଅଧିକାଂଶ ଗ୍ରାହକ ତାଙ୍କୁ ଟୁଇଟର ରେ ଯୋଗାଯୋଗ କରି ଥାଆନ୍ତି । ଏହି ସମୟରେ ତାଙ୍କୁ ବାହାରକୁ ବୁଲିଯିବା ଓ ଶାରିରୀକ ସମ୍ବନ୍ଧ ରଖିବା ପାଇଁ ମଧ୍ୟ ଆଫର ମିଳିଥିଲା , ଯାହାକୁ ସେ ମନା କରିଥିଲେ ।
Nalco
Leave A Reply