Odisha news

ପାକିସ୍ତାନ ର ଆର୍ଥିକ ସ୍ଥିତି ଦିନକୁ ଦିନ ବ୍ୟତିବ୍ୟସ୍ତ ହେବାର ଲାଗିଛି ଓ ବର୍ତ୍ତମାନ୍ ଏହାର ପ୍ରଭାବ ପାକିସ୍ତାନ ସେନା ଉପରେ ମଧ୍ୟ ପଡ଼ିବାକୁ ଲାଗିଲାଣି

0
ପାକିସ୍ତାନ ର ଆର୍ଥିକ ସ୍ଥିତି ଦିନକୁ ଦିନ ବ୍ୟତିବ୍ୟସ୍ତ ହେବାର ଲାଗିଛି ଓ ବର୍ତ୍ତମାନ୍ ଏହାର ପ୍ରଭାବ ପାକିସ୍ତାନ ସେନା ଉପରେ ମଧ୍ୟ ପଡ଼ିବାକୁ ଲାଗିଲାଣି। IMF ପକ୍ଷରୁ ଦିଆଯାଇଥିବା ଋଣ ଅନୁସାରେ ଗୋଟିଏ ସର୍ତ ଏହା ମଧ୍ୟ ରଖାଯାଇଛି ଯେ ନୂଆ ବିତ ବର୍ଷରେ  ବଜେଟ୍ ସର୍ପ୍ଲସ ର ସ୍ଥିତି କରିବା ଆବଶ୍ୟକ । ଏହି ସର୍ତ କୁ ପୁରା କରିବା ପାଇଁ ପାକିସ୍ତାନ କୁ ସୈନ୍ୟ ଙ୍କ ବଜେଟ କମ କରିବାକୁ ପଡ଼ିବ । ଜୁନ ୧୦ ତାରିଖରେ ନେସନାଲ ଆସେମ୍ୱଲି ରେ ପ୍ରେରିତ ହୋଇଥିବା ବଜେଟ ରେ ସେନା ବାହିନୀ ଉପରେ ୩୬୩ ଆରବ ଟଙ୍କା ଖର୍ଚ୍ଚ କରିବାର ଘୋଷଣା କରାଯାଇ ଥିଲା । କିନ୍ତୁ ବର୍ତ୍ତମାନ୍ ଏହା କମାଇ ୨୯୧ ଆରବ ଟଙ୍କାକୁ କମାଇ ଦିଆ ଯାଇଛି । ଏହାକୁ ନେଇ ପାକିସ୍ତାନ ତାର ସେନା ମାନଙ୍କ ଖର୍ଚ୍ଚ କୁ ୨୦ ପ୍ରତିଶତ କମାଇ ଦେଇଛି ।
ଗତ କିଛି ବର୍ଷ ରେ ଏହା ଦ୍ଵିତୀୟ ଥର ପାଇଁ ପାକିସ୍ତାନ ନିଜର ରକ୍ଷା ମନ୍ତ୍ରଣାଳୟ ବଜେଟ୍ ରେ ହ୍ରାସ କରାଯାଇଛି । ଏହା ବାର୍ଷିକ ଆର୍ଥିକ ସଙ୍କଟ ଓ IMF ପକ୍ଷରୁ ସ୍ଥିର କରାଯାଇଛି । ଏହା ପୂର୍ବରୁ ଗତ ବର୍ଷ ସେନଙ୍କ ପାଇଁ ୩୪୦ ଆରବ ଟଙ୍କାର ବଜେଟ୍ ପ୍ରସ୍ତୁତ କରାଯାଇ ଥିଲା ।
ପାକିସ୍ତାନ ଗଣମାଧ୍ୟମ ସୂତ୍ରରୁ ଏହା ଜଣାପଡ଼ିଛି ଯେ IMF ପକ୍ଷରୁ ଦିଆ ଯାଇଥିବା ଟାରଗେଟ୍ ପୁରା କରାଯାଇ ପାରିବ ।
Leave A Reply