ତାଲିବାନ ଆଫଗାନିସ୍ତାନ ସରକାରଙ୍କ ସହ କଥା ହେବେ ନାହିଁ ଅଶ୍ରଫ ଘାନି ଦେଶର ରାଷ୍ଟ୍ରପତି ଥିବା ପର୍ଯ୍ୟନ୍ତ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ
ଇସଲାମାବାଦ: ଆଫଗାନିସ୍ତାନ ସେନା ଏବଂ ତାଲିବାନ ମଧ୍ୟରେ ବ୍ୟାପକ ସଂଘର୍ଷ ଲାଗି ରହିଥିବା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଅଶ୍ରଫ ଘାନି ଦେଶର ରାଷ୍ଟ୍ରପତି ଥିବା ପର୍ଯ୍ୟନ୍ତ ତାଲିବାନ ଆଫଗାନିସ୍ତାନ ସରକାରଙ୍କ ସହ କଥାବାର୍ତ୍ତା କରିବେ ନାହିଁ।
ଗଣମାଧ୍ୟମରେ ବର୍ତ୍ତମାନର ପରିସ୍ଥିତି ଉପରେ ପ୍ରତିକ୍ରିୟା ରଖି ସେ କହିଥିଲେ ଯେ, ତିନିରୁ ଚାରି ମାସ ପୂର୍ବରୁ ସେମାନେ ଏଠାକୁ ଆସିବା ପରେ ମୁଁ ତାଲିବାନକୁ ମନାଇବା ପାଇଁ ଚେଷ୍ଟା କରିଥିଲି। ହେଲେ ଅଶ୍ରଫ ଘାନି ଦେଶର ରାଷ୍ଟ୍ରପତି ଥିବା ପର୍ଯ୍ୟନ୍ତ ଆମେ ଆଫଗାନିସ୍ତାନ ସରକାରଙ୍କ ସହ କଥାବାର୍ତ୍ତା କରିବୁ ନାହିଁ ବୋଲି ସେମାନେ କହିଥିଲେ।
ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଲିବାନକୁ ଆକ୍ରମଣ ନକରିବା ପାଇଁ ମନାଉଥିବା କଥା କହୁଥିବା ବେଳେ ଆଫଗାନ ସରକାର ଏବଂ ବାସିନ୍ଦା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ହିଁ ତାଲିବାନକୁ ଆକ୍ରମଣ କରିବାକୁ ସାହାଯ୍ୟ କରୁଥିବା ଏବଂ ଉସୁକାଉଥିବା କଥା ସୋସିଆଲ ମିଡିଆରେ କହିଛନ୍ତି ଆଫଗାନବାସୀ।
Comments are closed.