ନୂଆଦିଲ୍ଲୀ : ଭାରତକୁ ନେଇ ପାକିସ୍ତାନର ସ୍ୱର ଅଚାନକ ବଦଳି ଥିବାର ଲକ୍ଷ କରାଯାଉଛି l ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଓ ପାକିସ୍ତାନର ଆର୍ମି ମୁଖ୍ୟ ବାଜବାଙ୍କ ପରେ ପାକିସ୍ତାନର ଉଚ୍ଚାୟୁକ୍ତ ମଧ୍ୟ ଭାରତକୁ ନେଇ ବୟାନ ଜାରି କରିଛନ୍ତି l ପାକିସ୍ତାନ ଭାରତକୁ ଶାନ୍ତିର ବାର୍ତା ପଠାଇଛି l ପାକିସ୍ତାନର ଉଚ୍ଚାୟୁକ୍ତ ଆଫତାବ ହାସନ ଖାନ କହିଛନ୍ତି ଯେ ପାକିସ୍ତାନ ନିଜର ପଡୋଶୀ ରାଷ୍ଟ୍ରଙ୍କ ସହିତ ଭଲ ସମ୍ପର୍କ ରଖିବାକୁ ଚାହୁଁଛି l
ବର୍ତ୍ତମାନ ପାକିସ୍ତାନ ଚିନ୍ତା କରୁଛୁ ଯୁଦ୍ଧ ବଦଳରେ ଦରିଦ୍ରତା ଓ ଅଶିକ୍ଷାକୁ ଦୂରେଇବା ଦିଗରେ କାମ କରିବା ବଶ୍ୟକ ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ଶାନ୍ତି ରହିବ ତା ସହିତ ସେ ଆହୁରି ମଧ୍ୟ କହିଛନ୍ତି ସାନ୍ତିପାଇଁ ବିଶେଷ କରି ମୁଦା ଭାବରେ ରହିଥିବା ଜାମ୍ମୁ ଓ କାଶ୍ମୀରର ସମସ୍ୟାର ସମାଧାନ କରିବା ବଶ୍ୟକ ଯାହା ୭୦ ବର୍ଷରୁ ଚାଲି ଆସୁଛି l ତେଣୁ ଏହି ସାନ୍ତିକୁ ନେଇ ସେତେବେଳେ ରାଷ୍ଟ୍ରର ଅସୁବିଧା ସମାଧାନ ହେବ ଯେତେବେଳେ ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ବିଶେଷ ଭାବରେ ଆଲୋଚନା ରହିବ l କିଛି ଦିନ ପୂର୍ବରୁ ପାକିସ୍ତାନର ସେନା ପ୍ରମୁଖ ଭାରତ ସହିତ ଶାନ୍ତିର କଥାବାର୍ତା ପାଇଁ ଇଛା ପ୍ରକାଶ କରିଥିଲେ ଓ କହିଥିଲେ ଅତୀତର ସମସ୍ତ କଥାକୁ ଭୁଲି ଉଭୟ ଦେଶ ଆଗକୁ ଆସିବା ଆବଶ୍ୟକ l
ବାଜବା ଆହୁରି ମଧ୍ୟ କହିଥିଲେ ପାକିସ୍ତାନ ସେନା ସମସ୍ତ ମୁଦା ବିଷୟରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛି l ତାର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ମଧ୍ୟ ଭାରତ ସହିତ ଶାନ୍ତିର ଆଳାପ ପାଇଁ ଇଛା ପ୍ରକାଶ କରିଥିଲେ l ଶନିବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କର କରୋନା ପଜିଟିଭି ଆସିଥିବା କାରଣରୁ ଶୀଘ୍ର ସୁସ୍ଥ ହେବାର କାମନା ଟ୍ୱିଟ କରି ଜଣାଇଥିଲେ l ଏହାକୁ ନେଇ ବିଶେଷଜ୍ଞ ମାନେ କହିଛନ୍ତି ଯେ ଭାରତ ଆଜି ମଧ୍ୟ ପୁଲବାମା ଆକ୍ରମଣକୁ ଭୁଲି ନାହିଁ l ଏହା ସଠିକ ସମୟ ଅଟେ ପାକିସ୍ତାନକୁ ବାଟକୁ ଆଣିବା ପାଇଁ l
Comments are closed.