Odisha news

କାଙ୍ଗାଳ ପାକିସ୍ତାନର ଆଉ ଗୋଟିଏ ଲୋକହସା କାର୍ଯ୍ୟ : ପଇସା ପାଇଁ ବନ୍ଧକ ରଖିବା ପାର୍କ

0

ନୂଆଦିଲ୍ଲୀ : ପାକିସ୍ତାନ ଏତେ କାଙ୍ଗାଳ ହୋଇ ସାରିଲାଣି ଯେ ବର୍ତ୍ତମାନ ନିଜ ଦେଶର ସଂସ୍ଥାପକ ମହମଦ ଅଲି ଜିନ୍ନାଙ୍କର ସ୍ମୃତିକୁ ଅର୍ଥାତ ତାଙ୍କ ସହିତ ଯୋଡି ହୋଇଥିବା ପରିଚୟକୁ ବନ୍ଧକ ରଖିବାର ସମୟ ଆସିଯାଇଛି l  ପାକିସ୍ତାନର ଇମ୍ରାନ୍ ସରକାର ୫୦୦ ଆରବ ଟଙ୍କାର କରଜ ପାଇଁ ମହମଦ ଅଲି ଜିନ୍ନାଙ୍କ ଭଉଣୀ ନାମରେ ଥିବା ପ୍ରସିଦ୍ଧ ପାର୍କକୁ ନିଲାମ କରିବା ପାଇଁ ବିଚାର କରୁଛନ୍ତି l ପାକିସ୍ତାନର ଗଣମାଧ୍ୟମ ସୂଚନା  ଅନୁସାରେ ଇମ୍ରାନ୍ ସରକାର F-9 ସେକ୍ଟର ଇସ୍ଲାମଵାଦ ସ୍ଥିତ ସବୁଠାରୁ ବଡ଼ ପାର୍କକୁ ବନ୍ଧକ ରଖିବା ପାଇଁ ବିଚାର କରୁଛନ୍ତି l କୁହ ଯାଉଛି ଯେ ଏହି ପାର୍କଟିକୁ ବନ୍ଧକ ରଖିବା ପାଇଁ ମଙ୍ଗଳବାର ଦିନ କ୍ୟାବିନେଟ ବୈଠକରେ ପ୍ରସ୍ତାବ ରଖାଯିବ l

ଏହି ପ୍ରକଟିର ନାମ ଅଟେ ଫାତିମା ଜିନ୍ନା ପାର୍କ l ଏହି ପାର୍କଟି ୭୫୯ ଏକର ଭୂମିରେ ନିର୍ମାଣ ହୋଇଛି ଏବଂ ଏହା ପାକିସ୍ତାନରେ ଥିବା ପାର୍କ ମାନଙ୍କ ମଧ୍ୟରେ ଗୋଟିଏ ବଡ଼ ପାର୍କ ଅଟେ l ରିପୋର୍ଟ ଅନୁସାରେ ଆର୍ଥିକ ସଙ୍କଟ ସହିତ ସଂଗ୍ରାମ କରୁଥିବା ଇମ୍ରାନ୍ ସରକାର ଚିନ୍ତା କରିଛନ୍ତି ଯେ ରୁଣ ପ୍ରାପ୍ତ କରିବା ପାଇଁ ଏହି ପାର୍କଟିକୁ ବନ୍ଧା ରଖିବେ l ଏଠାରେ କହି ରଖୁଛୁ ଯେ କ୍ୟାପିଟାଲ ଡେଭଲବମେଣ୍ଟ ଅଥରିଟି ଏହି ସମ୍ବଧରେ ପୂର୍ବରୁ ମଧ୍ୟ ନୋ ଅବଜେକ୍ସନ ଷାଠିପିକେଟ ଜାରି କରି ଦେଇଛି l ବନ୍ଧକ ରଖିବା ପାକିସ୍ତାନ ସରକାରଙ୍କର ଗୋଟିଏ ସାଧାରଣ କାମ l ସେ ଦେଶର ସମସ୍ୟାକୁ ସୁଧାରିବା ପାଇଁ କିଛିନା କିଛି ବନ୍ଧକ ରଖିବାରେ ଲାଗିଛନ୍ତି l ଏହା ପୂର୍ବରୁ ମଧ୍ୟ ଅନେକ ସରକାର ତାଙ୍କ ଶାସନ ସମୟରେ ଅନେକ ସଂସ୍ଥା ,ବଡ ବଡ ବଙ୍ଗଳା ଓ ରାସ୍ତାକୁ ବନ୍ଧକ ରଖିବାର ସୂଚନା ମଧ୍ୟ ମିଳିଛି l

Leave A Reply