Odisha news

ପ୍ରଥମଥର ଗଣତନ୍ତ୍ର ଦିବସ ସମାରୋହରେ ସାମିଲ ହେବେ ବଙ୍ଗଳାଦେଶ ସୈନ୍ୟ

0

ନୂଆଦିଲ୍ଲୀ : ପ୍ରଥମଥର ପାଇଁ ବଙ୍ଗଳାଦେଶର ସଶସ୍ତ୍ର ସେନାଙ୍କ ଗୋଟିଏ ଦଳ ଦିଲ୍ଲୀରେ ଅନଉଥିତ ହେଉଥିବା ଗଣତନ୍ତ୍ର ଦିବସ ପ୍ୟାରେଡ଼ରେ ଭାଗ ନେବ l ଏହି ଦଳରେ ୧୨୨ ଜଣ ବଙ୍ଗଳାଦେଶର ଯବାନ ସାମିଲ ହେବେ l ଦୁଇ ଦିଶଙ୍କ ମଧ୍ୟରେ ରାଜନୈତିକ ସମ୍ପର୍କକୁ ନେଇ ୫୦ ବର୍ଷ ପୁର୍ଣ ହୋଇଛି l ଗଣତନ୍ତ୍ର ଦିବସ ସମାରୋହରେ ଭାରତ ନିଜ ପଡୋଶୀ ଦେଶ ବଙ୍ଗଳାଦେଶର ଭାଗିଦାରୀକୁ ବିଶେଷ ମହତ୍ୱ ଦେଇଛି l ବଙ୍ଗଳାଦେଶର ଏହି ଦଳର ନେତୃତ୍ୱ ନେବେ କମାଣ୍ଡର ଲେଫ୍ଟନେଣ୍ଟ ଫରହାନ ଇଶ୍ରାକ ଓ ଫ୍ଲାଇଟ ଲେଫ୍ଟନେଣ୍ଟ ଶିବତ ରହମାନ l ଏହି ଦଳରେ ବଙ୍ଗଳାଦେଶ ସେନାର ସୈନିକ ,ବଙ୍ଗଳାଦେଶର ନୌସେନାର ନାବିକ ଓ ବଙ୍ଗଳାଦେଶ ବାୟୁ ସେନା ସାମିଲ ହେବେ l

ବଙ୍ଗଳାଦେଶର ସଶସ୍ତ୍ର ଯବାନ ମାନେ ଦିଲ୍ଲୀ ରାଜପଥରେ ୭୨ ତମ ଗଣତନ୍ତ୍ର ଦିବସ ସମାରୋହରେ ଭାଗ ନେଉଥିବାରୁ ଉତ୍ସାହିତ ଅଛନ୍ତି l ଚଳିତ ବର୍ଷ ବଙ୍ଗଳାଦେଶର ମୁକ୍ତି ସଂଗ୍ରାମୀ ବାହିନୀର ୫୦ ତମ ବାର୍ଷିକ ସମାରୋହ ମଧ୍ୟ ଅଛି l ଦିଲ୍ଲୀରେ ଗଣତନ୍ତ୍ର ଦିବସ ପ୍ୟାରେଡ଼ରେ ଭାରତର ସମସ୍ତ ରାଜ୍ୟର ପାଖାପାଖି ୧୮ ଟି ଦଳ ସାମିଲ ହୋଇଛନ୍ତି ଏବଂ ୩୬ ଟି ବ୍ୟାଣ୍ଡ ପାର୍ଟି ସାମିଲ ଅଛନ୍ତି l ଚଳିତ ବର୍ଷ ବଙ୍ଗଳାଦେଶ ସୈନ୍ୟଙ୍କ ପ୍ୟାରେଡ଼ ଦେଖିବା ପାଇଁ ଲୋକମାନେ ଉତ୍ସାହିତ ଅଛନ୍ତି l ଏହା ତୃତୀୟ ଥର ହେଉଛି ଯେବେ କୌଣସି ଅନ୍ୟ ଦେଶର ସୈନ୍ୟ ମାନେ ଭାରତର ଗଣତନ୍ତ୍ର ଦିବସରେ ସାମିଲ ହେଉଛନ୍ତି l ଏହା ପୂର୍ବରୁ ୨୦୧୬ ରେ ଫ୍ରାନ୍ସ ଓ ୨୦୧୭ ରେ ସଂଯୁକ୍ତ ଆରବ ଅମିରଟର ସୈନ୍ୟଦଳ ସାମିଲୀ ହୋଇଥିଲେ l

Leave A Reply