Odisha news

ପାକିସ୍ତାନ ଉପରେ କଣ ପାଇଁ ବଲୁଚିସ୍ତାନର ଜନସାଧାର ଅସନ୍ତୁଷ୍ଟ ଅଟନ୍ତି , ଆସନ୍ତୁ ଜାଣିବା ପୁରା ଖବର

0

ନୂଆଦିଲ୍ଲୀ : କାନାଡ଼ାରେ ବଲୁଚୀ ସମାଜ କର୍ମୀ କାରୀମାଙ୍କର ରହସ୍ୟମୟ ଭାବରେ ମୃତ୍ୟୁ ହେବ ପରେ ବଲୁଚିସ୍ତାନରେ ପାକିସ୍ତାନ ସରକାରଙ୍କ ବିରୁଦ୍ଧରେ ପ୍ରଦର୍ଶନ ଆରମ୍ଭ ହୋଇ ଯାଇଛି l ବଲୁଚିସ୍ତାନର କାରୀମାଙ୍କର ଶବ ସୋମବାର ଦିନ କାନାଡ଼ାର ଟରଣ୍ଟରେ ମିଳିଥିଲା l କାରୀମା ବଲୁଚିସ୍ତାନରେ ପାକିସ୍ତାନ ସରକାର ଓ ସୈନ୍ୟଙ୍କ ଅତ୍ୟାଚାରକୁ ନେଇ ଆନ୍ଦୋଳନ କରି ଆସୁଥିଲେ l ତେଣୁ ତାଙ୍କୁ ପାକିସ୍ତାନରୁ ନିର୍ବାସିତ କରାଯାଇଥିଲା ,ତେଣୁ ସେ କାନାଡ଼ାରେ ରହୁଥିଲେ l କାନାଡ଼ା ପୋଲିସ କାରୀମାଙ୍କ ମୃତ୍ୟୁକୁ ଆକସ୍ମିକ ବୋଲି କହିଛନ୍ତି l

କାନାଡ଼ା ପୋଲିସ ଦ୍ୱାରା ବର୍ତ୍ତମାନ ସୁଦ୍ଧା କରାଯାଇଥିବା ଯାଞ୍ଚରେ କାରୀମାଙ୍କର ହତ୍ୟା ହୋଇଛି ବୋଲି ସ୍ପଷ୍ଟ ହୋଇପାରୁ ନାହିଁ କିନ୍ତୁ ବଲୁଚିସ୍ତାନର ସମସ୍ତ ନେତା ଏହାକୁ ହତ୍ୟା ବୋଲି କହିଛନ୍ତି l ସେମାନେ କହିଛନ୍ତି ପାକିସ୍ତାନ ସରକାର ଓ ସେନା ବନ୍ଧୁକ ବଳରେ ବଲୁଚିସ୍ତାନର ସ୍ୱରକୁ ଶାନ୍ତ କରି ପାରିବେ ନାହିଁ l ବଲୁଚିସ୍ତାନର ଜନସାଧାରଣ ପାକିସ୍ତାନ ସେନାଙ୍କ ଉପରେ ସମସ୍ତ ସମାଜ ସେବୀଙ୍କର ଅପହରଣ ,ହତ୍ୟା ଓ ମାନବ ଅଧିକାର ଉଲଙ୍ଘନର ଆରୋପ ଲଗାଇଛନ୍ତି l ସେମାନେ କହିଛନ୍ତି ଯେ ବଲୁଚିସ୍ତାନର ଜଣ ସାଧାରଣ ପାକିସ୍ତାନ ସେନାଙ୍କ ଦ୍ୱାରା ସର୍ବଦା ଆକ୍ରାନ୍ତ ହେଉଛନ୍ତି l ତେଣୁ ବଲୁଚିସ୍ତାନରୁ ସମସ୍ତ ସମାଜ ସେବି ମାନଙ୍କୁ ଅପହରଣ କରି ନେଇ ପାକିସ୍ତାନ ସେନା ହତ୍ୟା କରୁଛି l

ବଲୁଚିସ୍ତାନ ପାକିସ୍ତାନର ସବୁଠୁ ବଡ଼ ଓ ସବୁଠୁ କମ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳ ଅଟେ l ପ୍ରାକୃତିକ ଗ୍ୟାସର ଭଣ୍ଡାର ଓ ଖଣିଜ ପଦାର୍ଥରେ ଏହି ସ୍ଥାନ ସମୃଦ୍ଧ ଅଟେ l କିନ୍ତୁ ଏହାର ଲାଭ ବଲୁଚିସ୍ତାନ ବସି ପାଇ ପାରୁ ନାହାନ୍ତି l ପାକିସ୍ତାନର ପଞ୍ଜାବ ପ୍ରାନ୍ତର ବ୍ୟକ୍ତି ମାନେ ଉପଭୋଗ କରୁଛନ୍ତି l ବଲୁଚିସ୍ତାନରେ ସର୍ବଦା ଆନ୍ଦୋଳନ ଓ ହିଂସ୍ର ଘଟଣା ଦେଖା ଦେଇଥାଏ l ତା ସହିତ ପାକିସ୍ତାନ ସେନାର ଅପହରଣ ,ପ୍ରତାଡନା ଓ ହତ୍ୟା କାରଣ ହେଉଛି ଲୋକ ମାନଙ୍କ ମନରେ ପାକିସ୍ତାନ ବିରୋଧୀ ଭାବନା ସୃଷ୍ଟି ହେବା l ତେଣୁ ବଲୁଚିସ୍ତାନ ବାସି ପାକିସ୍ତାନ ସରକାରଙ୍କ କାର୍ଯ୍ୟ କଳାପକୁ ନିନ୍ଦା କରୁଛନ୍ତି l

Nalco
Leave A Reply