ବିଦୁରଙ୍କୁ ସମସ୍ତେ ବୁଦ୍ଧିଜୀବୀ ଭାବରେ ଗ୍ରହଣ କରିଥାନ୍ତି ,ସେଥିପାଇଁ ଆଜି ମଧ୍ୟ ତାଙ୍କର ବିଚାରକୁ ଆମେ ମାନେ ଆପଣାଇ ଥାଉ l ବିଦୁରଙ୍କ ନୀତିରେ ଏହି ପରି ଲୋକଙ୍କ ବିଷୟରେ ମଧ୍ୟ କୁହାଯାଇଛି ଯେଉଁ ମାନଙ୍କ ଘରେ କେବେବି ସୌଭାଗ୍ୟ ଆସି ନଥାଏ l କୁହାଯାଇଛି ଯେ ଏହି ଲୋକମାନଙ୍କ ଉପରେ ମା ଲକ୍ଷ୍ମୀ କେବେବି କୃପା ବୃଷ୍ଟି କରି ନଥାନ୍ତି l ବିଦୁରଙ୍କ ନୀତି ଅନୁସାରେ ଏହି ପ୍ରକାରର ଲୋକମାନେ ସାରା ଜୀବନ ଅସୁବିଧାର ସମ୍ମୁଖୀନ ହୁଅନ୍ତି l
* ସଫା ସୁତୁରା କରୁ ନଥିବା ଲୋକମାନେ -ମାନ୍ୟତା ରହିଛି ଯେ ଯେଉଁ ଲୋକମାନଙ୍କ ଘରେ ସଫା ସୁତୁରା ଉପରେ ଧ୍ୟାନ ଦିଆଯାଏ ନାହିଁ ,ସେମାନଙ୍କ ଘରେ ମା ଲକ୍ଷ୍ମୀ ବାସ କରି ନଥାନ୍ତି l କୁହାଯାଏ ଯେ ଅଳିଆ ଆବର୍ଜନା କାରଣରୁ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳେ ନାହିଁ l ସେଥିପାଇଁ ଘରକୁ ସଦା ସର୍ବଦା ସଫା ସୁତୁରା ରଖିବା ଆବଶ୍ୟକ l
* ପୂଜା ପାଠ -କୁହାଯାଏ ଯେ ଯେଉଁ ଘରେ ପୂଜା ପାଠ ହୋଇଥାଏ ,ସେହି ଘରକୁ ସାକାରାତ୍ମକ ଶକ୍ତି ସବୁବେଳେ ଆସିଥାଏ l ମାନ୍ୟତା ରହିଛି ଯେ ଘରେ ପୂଜା ପାଠ କରିବା ଦ୍ୱାରା ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ ଏବଂ ଲକ୍ଷ୍ମୀଙ୍କର ବାସ ଯୋଗୁ ଘରେ ସର୍ବଦା ସୁଖ ସମୃଦ୍ଧି ରହିଥାଏ l
* ବଡ଼ ମାନଙ୍କର ସମ୍ମାନ ଓ ଆଦର -ବିଦୁରଙ୍କ ନୀତି ଅନୁସାରେ ଯେଉଁ ଘରେ ବଡ଼ ମାନଙ୍କର ଆଦର ଓ ସମ୍ମାନ ହୋଇଥଏ ସେହି ଘରେ ମା ଲକ୍ଷ୍ମୀ ବାସ କରନ୍ତି l କୁହାଯାଏ ଯେ ଯେଉଁ ଲୋକମାନେ ବଡ଼ ମାନଙ୍କର ଅସମ୍ମାନ କରନ୍ତି ଓ ଅପଶବ୍ଦ କୁହନ୍ତି ସେହିଭଳି ଘରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ l ଆମର ପୁରାଣ ଶାସ୍ତ୍ର ଅନୁସାରେ ମଧ୍ୟ ଯେଉଁ ଘରେ ବଡ଼ ମାନଙ୍କୁ ଆଦର ପୂର୍ବକ ସମ୍ମାନ ଦିଆଯାଏ ସେଠାରେ ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ବଦା ରହିଥାଏ l
* କଥା ଦେଖିଚାହିଁ କୁହନ୍ତୁ -ବିଦୁରଙ୍କ ନୀତି ଅନୁସାରେ ଯେଉଁ ଲୋକମାନେ କଥାକୁ ଦେଖିଚାହିଁ ଠିକରେ ପ୍ରୟୋଗ କରନ୍ତି ସେହି ପ୍ରକାରର ବ୍ୟକ୍ତି ମାନଙ୍କ ଉପରେ ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ l ବିଦୁରଙ୍କ ନୀତି ଅନୁସାରେ ଯେଉଁ ଲୋକମାନେ ଅଭଦ୍ର ଭାବରେ ଶବ୍ଦର ବ୍ୟବହାର କରି ଥାନ୍ତି ସେମାନଙ୍କୁ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ କଦାପି ମିଳେନାହିଁ l
