ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ ବୋତ୍ସବାନା ଜଙ୍ଗଲରେ ବନ୍ୟପ୍ରାଣୀ ବିଶେଷଜ୍ଞ ଗୋଟିଏ ସିଂହର ଆକ୍ରମଣରୁ ଅଳ୍ପକେ ବର୍ତି ଗଲେ l ନେସନାଲ ଜୋଗ୍ରାଫିକ ସୋସାଇଟି ଦ୍ୱାରା ୮ ଜଣ ସଦସ୍ୟ ଏହି ଜଙ୍ଗଲକୁ ବନ୍ୟପ୍ରାଣୀଙ୍କ ଉପରେ ଗବେଷଣା କରିବା ପାଇଁ ଫାଂଡେଡ଼ ୱାଇଲଡ ଟ୍ରଷ୍ଟ ପକ୍ଷରୁ ଏହି ଜଙ୍ଗଲକୁ ଯାଇଥିଲେ , ସେମାନଙ୍କ ମଧ୍ୟରେ ୩୨ ବର୍ଷୀୟ ଗବେଷକ ଗୋଟସ ନିଫ ନିଜ ଜୀବନର ସବୁଠାରୁ କଷ୍ଟ ଦାୟକ ସମୟ ବିତାଇ ଥିଲେ l ରାତିର ପ୍ରାୟ ସାଢେ ଗୋଟାଏ ବେଳେ ନିଫଙ୍କ ଟେଣ୍ଟ ବାହାରେ ତାଙ୍କୁ ଗୋଟିଏ ବନ୍ୟ ଜଂତୁର ଛାଇ ଦେଖାଗଲା l ବିପଦର ଆଭାସ ଦେଖି ସେ ଜୋରରେ ଟେଣ୍ଟ ଭିତରେ ରହି ସିଂହର ନାକକୁ ମୂଥା ମାରିଥିଲେ l
ସିଂହ ମଧ୍ୟ ନିଫଙ୍କ ଉପରେ ଆକ୍ରମଣ କରି ତାଙ୍କୁ ଖାଇବା ପାଇଁ ସମସ୍ତ ପ୍ରୟାସ କରିଥିଲା l ଦକ୍ଷିଣ ଆଫ୍ରିକାର କେପ ଟାଉନରେ ରହୁଥିବା ଡ.ବୋନ ବନ୍ୟପ୍ରାଣୀ ବୋର୍ଡର ଗବେଷକ ମୁଖ୍ୟ ଅଟନ୍ତି l ସେ ନିଫଙ୍କର ଚିତ୍କାର ଶୁଣି ତୁରନ୍ତ ତାଙ୍କ ପାଖରେ ପହଂଚିଥିଲେ l ଏହି ଘଟଣା ବିଷୟରେ ବୋନ କହିଛନ୍ତି ଯେ ମୁଁ ନିଁଫଂକ ସ୍ୱର ଶୁଣି ଭାବିଲି କିଛି ଗୋଟିଏ ବଡ ଧରଣର ଅସୁବିଧା ହୋଇଛି ତେଣୁ ମୁଁ ତାଙ୍କ ପାଖକୁ ଦୌଡ଼ି ଆସିଲି l ମୋର ମୁଣ୍ଡରେ ଲାଗିଥିବା ଟର୍ଚ୍ଚ ଲାଇଟ ସାହାଯ୍ୟରେ ମୁଁ ଦେଖିଲି ମୋ ଆଗରେ ଠିଆ ହୋଇଥିବା ସିଂହଟି ନିଫଙ୍କ ଟେଣ୍ଟକୁ ଓପାଡିବାକୁ ଚେଷ୍ଟା କରୁଛି l ସେ କହିଛନ୍ତି ସିଂହର ଗୋଟିଏ ପଞ୍ଜା ନିଫଙ୍କ ଉପରେ ଥିଲା ଓ ସେ ନିଫଙ୍କୁ କାବୁ କରିବାକୁ ଚେଷ୍ଟା କରୁଥିଲା l ନିଫ ମଧ୍ୟ ଲଗାତାର ସଂଘର୍ଷ କରି ଚାଲିଥିଲେ l ମୁଁ ସିଂହଟି ଉପରକୁ ଗଛର ଡାଳ ଓ ପଥର ଫୋପାଡ଼ି ଚାଲିଥିଲି କିନ୍ତୁ ତା ଉପରେ କୌଣସି ଅସର ହେଉନଥିଲା l
ବର୍ତ୍ତମାନ ସିଂହଟି ନିଫଙ୍କର କହୁଣୀ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା ଓ ତାଙ୍କୁ ମାରିବାକୁ ଚେଷ୍ଟା କରୁଥିଲା l ଏହି ସମୟରେ ଆମର ଆଉଜଣେ ସାଥି ଆସି ପହଂଚିଥିଲେ ଆମେ ଦୁଇଜଣ ସିଂହକୁ ଆକ୍ରମଣ କରିବାକୁ ଲାଗିଲୁ l ଏହା ପରେ ଆମର ହେଡ଼ ରେଞ୍ଜର ସିଂହ ଉପରକୁ ଫ୍ଲାସ ବେଙ୍ଗର ଫୋପାଡ଼ି ଥିଲେ l ଫ୍ଲାସଁ ବେଙ୍ଗର ଦ୍ୱାରା ଜୋରରେ ଶବ୍ଦ ହୋଇ ଚାରିଆଡେ ଆଲୋକ ଖେଳି ଯାଇଥାଏ ଏବଂ କିଛି ଦେଖାଯାଇ ନଥାଏ l ସିଂହଟି କିଛି ସମୟ ପାଇଁ ଡରି ଯାଇଥିଲେ ମଧ୍ୟ ପୁନର୍ବାର ନିଫଙ୍କୁ ଆକ୍ରମଣ କରିଥିଲା l ଆମେ ଲ୍ୟାଣ୍ଡ କୄଯ ଗାଡିକୁ ଚଳାଇ ସିଂହ ଉପରକୁ ଚଢ଼ିବାକୁ ଚେଷ୍ଟା କରିବାରୁ ସେ ନିଫଙ୍କୁ ଛାଡି ଦେଇଥିଲା l ନିଫଙ୍କ ଶରୀରରେ ସିଂହର ମୁନିଆ ଦାନ୍ତ ଦ୍ୱାରା ୧୬ ଟି କ୍ଷତ ହୋଇଥିଲା l ବର୍ତ୍ତମାନ ନିଫ ଠିକ ଅଛନ୍ତି l
