Odisha news

ଗୃହ ଯୁଦ୍ଧର ବିଭିଷୀକାରେ ଜଳୁଛି ପାକିସ୍ତାନ

0

ବର୍ତମାନ ସାରା ବିଶ୍ୱରେ ଚାଲିଛି ଯୁଦ୍ଧର ତାଣ୍ଡବ, ୟୁକ୍ରେନ ରୁଷ ଯୁଦ୍ଧ ତ, ପୁଣି ଇସ୍ରାଏଲ ହମାସ ଯୁଦ୍ଧ , ଯେଉଁଠି ଦେଖିବ ରକ୍ତ ରଂଜିତ ପୃଥିବୀ l ଠିକ ଏହି ସମୟ ରେ ପାକିସ୍ତାନ ରେ ଚାଲିଛି ଗୃହ ଯୁଦ୍ଧ l କିନ୍ତୁ ଏହି ଗୃହ ଯୁଦ୍ଧ ହେବାର ମୁଖ୍ୟ କାରଣ କଣ ?

ପାକିସ୍ତାନ ର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜେଲ ହୋଇ ରହିଛନ୍ତି ବନ୍ଦୀ ହୋଇ, ଇମ୍ରାନ ଙ୍କ ସମର୍ଥକ ଇମ୍ରାନ ଙ୍କ ରିହା ପାଇଁ ଓଲ୍ହାଇଛନ୍ତି ରାଜରାସ୍ତାକୁ l ଯାହାକୁ ନେଇ ପାକିସ୍ତାନ ର ସ୍ଥିତି ବିଗିଡ଼ିବାରେ ଲାଗିଛି l ଇମ୍ରାନ ଙ୍କର ହଜାର ହଜାର ସମର୍ଥକ ଇସ୍ଲାମଵାଦ ରେ ପସି ହିଂସା ସୃଷ୍ଟି କରିବାରେ ଲାଗି ପଡିଛନ୍ତି l ପାକିସ୍ତାନ ସ୍ଥିତ ଶ୍ରୀନଗର ହାଇୱେ ରେ ପ୍ରଦର୍ଶନକାରୀ ମାନେ ସୁରକ୍ଷା ରେଞ୍ଜର୍ସ ଙ୍କ ଉପରେ ଚାରି ଜଣଙ୍କୁ ଗାଡି ଚଢାଇ ମାରି ଦେଇଛନ୍ତି l ମିଳିଥିବା ସୂଚନା ଅନୁସାରେ ବର୍ତମାନ ସୁଧା ଏହି ହିଂସା ରେ ୬ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି ଏବଂ ୧୦୦ ରୁ ଉର୍ଧ୍ଵ ପୁଲିସ କର୍ମୀ ଆହତ ହୋଇଛନ୍ତି l ସ୍ଥିତି ଅଣାୟତ୍ତ ହେବାରୁ ଧାରା ୨୪୫ ଅନୁସାରେ ସେନାଙ୍କୁ ବର୍ତମାନ ସୁରକ୍ଷା ଦାୟିତ୍ୱ ଦିଆଯାଇଛି ଏବଂ ବିଦ୍ରୋହୀ ଙ୍କୁ ଦେଖିବା ମାତ୍ରକେ ଗୁଳି କରିବାର ନିର୍ଦେଶ ଦିଆଯାଇଛି l

ପ୍ରଦର୍ଶନକାରୀ ମାନଙ୍କୁ ରାଷ୍ଟ୍ରପତି ଭବନ, ପ୍ରଧାନମନ୍ତ୍ରୀ ଆବାସ , ସଂସଦ ଠାରୁ ଦୁରେଇ ରଖିବା ପାଇଁ ରାସ୍ତାରେ ବଡ଼ ବଡ଼ ସପିଙ୍ଗ କଣ୍ଟେନର ବ୍ୟାରିକେଟସ ଭାବରେ ରଖାଯାଥିଲା l କିନ୍ତୁ ପ୍ରଦର୍ଶନକାରୀ ମାନେ ସିପିଙ୍ଗ କଣ୍ଟେନର ଓ ବ୍ୟାରିକେଟସ କୁ ମେସିନ ସାହାଯ୍ୟରେ ହଟାଇ ଦେଇଛନ୍ତି l ବର୍ତମାନ ଇମ୍ରାନ ଙ୍କ ପତ୍ନୀ ବୁଶରା ବିବି ଏହି ପ୍ରଦର୍ଶନ ମୈଦାନ କୁ ଓଲ୍ହାଇଛନ୍ତି l ପୂର୍ବରୁ ସେ ପରୋକ୍ଷ ଭାବରେ ପ୍ରଦର୍ଶନକାରୀ ଙ୍କୁ ସମର୍ଥନ କରୁଥିଲେ କିନ୍ତୁ ବର୍ତମାନ ପ୍ରତ୍ୟକ୍ଷ ରେ  ସମର୍ଥନ କରୁଛନ୍ତି l ଏହାଛଡା ସେ ଏଥିପାଇଁ ପ୍ରଦର୍ଶନକାରୀ ଙ୍କୁ ଉତେଜିତ କରି ବିଭିନ୍ନ ସ୍ଥାନରେ ସଭା କରୁଛନ୍ତି l ଯାହାକି ଦେଶର ପରିସ୍ଥିତିକୁ ଅଶାନ୍ତ କରୁଛି ବୋଲି ସରକାରୀ ସ୍ତରରେ ସୂଚନା ଦିଆଯାଇଛି l

ବୁଶରା ବିବି ଇମ୍ରାନ ଙ୍କ ସମର୍ଥକ ଙ୍କୁ କହିଛନ୍ତି ଯେ ରାଜଧାନୀ ରେ ପହଞ୍ଚ ଓ ନିଜର ବିଦ୍ରୋହ ଜାରି ରଖ l ବୁଶରା ବିବି କହିଛନ୍ତି ଯେ ଏହା କେବଳ ଇମ୍ରାନ ଙ୍କ ରିହା ହେବାକୁ ନେଇ ପ୍ରଶ୍ନ ଉଠୁନି ଏହା ଦେଶ ଓ ତାର ନେତୃତ୍ୱ କୁ ନେଇ ପ୍ରଶ୍ନ ଉଠୁଛି l ସେ କହିଛନ୍ତି ଯେ ଏହି ପ୍ରଦର୍ଶନ ସେତେଦିନ ପର୍ଯ୍ୟନ୍ତ ଜାରି ରହିବ ଯେତେଦିନ ପର୍ଯ୍ୟନ୍ତ ଇମ୍ରାନ ରିହା ନହୋଇଛନ୍ତି l

ଏହି ସ୍ଥିତି ସହବାଜ ସରକାର ଙ୍କ ପାଇଁ ଗୋଟିଏ ଚ୍ୟାଲେଞ୍ଜ ହୋଇଯାଇଛି l କିପରି ବିଦ୍ରୋହୀଙ୍କୁ ଆୟତ୍ତ କରିବେ ଓ ନିଜ ଗାଦି କୁ ସୁରକ୍ଷିତ ରଖିବେ ତାହା ତାଙ୍କ ପାଇଁ ଗୋଟିଏ ବଡ଼ ଚିନ୍ତାର ବିଷୟ ଭାବରେ ଦେଖା ଦେଇଛି l

Leave A Reply