ପଡୋଶୀ ଦେଶ ବଙ୍ଗଳାଦେଶ ରେ ହିନ୍ଦୁ ମାନଙ୍କ ଉପରେ ନିର୍ଯ୍ୟାତନା ଗୋଟିଏ ବଡ଼ ସମସ୍ୟା ହୋଇଯାଇଛି l ଏବଂ ଲଗାତାର ସେମାନଙ୍କ ଉପରେ ଆକ୍ରମଣ ଜାରି ରହିଛି l ସନ୍ଥ ଚିନ୍ମୟ କୃଷ୍ଣ ଙ୍କ ଗିରଫକୁ ବିରୋଧ କରି ରାଜରାସ୍ତା କୁ ଓଲ୍ହାଇଥିବା ହିନ୍ଦୁ ସମାଜ ଉପରେ ଆକ୍ରମଣ କରାଯାଇଛି l କେବଳ ଏତିକି ନୁହେଁ, ବର୍ତମାନ ବଙ୍ଗଳାଦେଶ ରେ ହିନ୍ଦୁ ମାନଙ୍କ ଉପରେ ଓ ଇସ୍କନ ବିରୋଧ ରେ ଖୋଲାଖୋଲି ପ୍ରତିବାଦ କରାଯାଉଛି l ଏପରିକି ହିନ୍ଦୁ ମାନଙ୍କୁ ହାଣିଦେବାର ଧମକ ମଧ୍ୟ ଦିଆଯାଉଛି l ରାଲି ଗୁଡିକ ରେ ହିନ୍ଦୁଙ୍କୁ ମାର ଓ ଇସ୍କନ ଲୋକ ଙ୍କୁ ହାଣି ଦିଅ ନାରା ଦିଆଯାଉଛି l ଏହାଛଡା ରାସ୍ତାରେ ଯାଉଥିବା ହିନ୍ଦୁ ବ୍ୟକ୍ତିଙ୍କର ନାମ ପଚାରି ପିତା ଯାଉଛି l ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଭାରତୀୟ ଲୋକେ ଆକ୍ରୋଶ ରେ ରହିଛନ୍ତି l
ବଙ୍ଗଳାଦେଶ ର ଏଭଳି କାର୍ଯ୍ୟକୁ ଆଧାର କରି ଭାରତ ନିନ୍ଦା କରିଛି l ଭାରତୀୟ ବିଦେଶ ମନ୍ତ୍ରଣାଳୟ କହିଛି ଯେ ଚିନ୍ମୟ ଦାସ ଙ୍କୁ ଗିରଫ କରାଯିବା ନିନ୍ଦନୀୟ ଅଟେ l ବଙ୍ଗଳାଦେଶ ରେ ଅଳ୍ପସଂଖ୍ୟକ ଙ୍କ ହିନ୍ଦୁ ଙ୍କ ପାଇଁ ଯେଉଁ ବର୍ବାରଚିତ କାର୍ଯ୍ୟ ହେଉଛି ତାହା କଦାପି ଗ୍ରହଣୀୟ ନୁହେଁ l ଅଳ୍ପସଂଖ୍ୟକ ଙ୍କ ଘରୁ ଚୋରୀ ହେବା, ସେମାନଙ୍କୁ କଷ୍ଟ ଦେବା, ଦେବତା ଙ୍କ ମଦିର କୁ କ୍ଷତି କରିବା ନିନ୍ଦନୀୟ ଅଟେ l ବିଦେଶ ମନ୍ତ୍ରଣାଳୟ କହିଛି ଯେ ଏଭଳି ଘଟଣା ଘଟାଇ ବଙ୍ଗଳାଦେଶ ଅଳ୍ପସଂଖ୍ୟକ ଙ୍କ ଭାବନା ଓ ଅଧିକାର ସହିତ ଖେଳୁଛି l