Odisha news

ବାପା ହେଉଛନ୍ତି IPL ସ୍ୱନସର , ପୁଅ ୪୦ କୋଟିର ସମ୍ପତ୍ତିକୁ ଏଡାଇ ହୋଇଗଲେ ବୌଦ୍ଧ ଭିକ୍ଷୁ

0

ମାଲେସିଆ ର ଟେଲିକମ ଦିଗଜ ଆନନ୍ଦ କୃଷ୍ଣନ ଙ୍କ ସୁପୁତ୍ର ବେନ ଜାନ ସିରିପାନୟୋ ନିଜ ପିତାଙ୍କ ଅମାପ ସମ୍ପତି ଓ ଭୋଗବିଳାସ ପୁର୍ଣ ଜୀବନକୁ ଛାଡି ବୌଦ୍ଧ ଭିକ୍ଷୁ ହୋଇ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛନ୍ତି , ଆନନ୍ଦ କୃଷ୍ଣନ ମାଲେସିଆ ର ତୃତୀୟ ଧନୀ ବ୍ୟକ୍ତି ଅଟନ୍ତି , ତାଙ୍କର ସମ୍ପତ୍ତିର ମୂଲ୍ୟ ୪୦ କୋଟିରୁ ଉର୍ଧ୍ଵ l ସେ ପୂର୍ବ ଟେଲିକମ କମ୍ପାନୀ ଏୟାର ସେଲ ର ମାଲିକ ଥିଲେ l ଏୟାର ସେଲ IPL ର ପ୍ରସିଦ୍ଧ ଟିମ ଚେନାଇ ସୁପର କିଙ୍ଗ କୁ ସ୍ପନସର କରିଥିଲା l

ଆନନ୍ଦ କୃଷ୍ଣନ ଙ୍କ ବ୍ୟବସାୟ ଟେଲିକମ ବ୍ୟତୀତ ସ୍ୟାଟେଲାଇଲ , ମିଡ଼ିଆ, ଅଏଲ, ଗ୍ୟାସ ଓ ରିଅଲଇଷ୍ଟେଟ ସେକ୍ଟର ରେ ମଧ୍ୟ ବ୍ୟାପିଛି l ବେନ ଙ୍କ ମା ଏମ .ସୁପ୍ରିନ୍ଦ୍ରl ଚକଵାନ ଙ୍କ ପାରିବାରିକ ସମ୍ବନ୍ଧ ଥାଇଲ୍ୟାଣ୍ଡ ର ରାଜପରିବାର ସହିତ ରହିଛି l

ବେନ କିପରି ହେଲେ ବୌଦ୍ଧ ଭିକ୍ଷୁ –
ବେନ ଯେତେବେଳେ ୧୮ ବର୍ଷର ହୋଇଥିଲେ ସେ ନିଜ ମାଙ୍କ ସହିତ ଥାଇଲ୍ୟାଣ୍ଡ ନିଜ ମାମୁଁ ଘରକୁ ଯାଇଥିଲେ, ଏବଂ ସେଠାରେ ସେ ଗୋଟିଏ ବୌଦ୍ଧ ମଠକୁ ମଧ୍ୟ ବୁଲିବାକୁ ଯାଇଥିଲେ l ସେମାନଙ୍କ ଜୀବନଶୈଳୀ ରେ ଅନୁପ୍ରାଣିତ ହୋଇ ବୌଦ୍ଧ ଭିକ୍ଷୁ ହେବାର ନିଷ୍ପତି ନେଲେ l ସେ ଧୀରେ ଧୀରେ ବୌଦ୍ଧ ସନ୍ୟାସୀ ଙ୍କ ସହିତ ମିଶି ସେମାନଙ୍କ ଜୀବନଶୈଳୀ ସହିତ ନିବିଡ଼ ହୋଇଥିଲେ l ଏବଂ ୨୦ ବର୍ଷ ପରେ ସମସ୍ତ ଭୋଗ ବିଳାସ କୁ ତ୍ୟାଗ କରି ଜଙ୍ଗଲ ରେ ଥିବା ଗୋଟିଏ ବୌଦ୍ଧ ମଠ କୁ ଯାଇ ଭିକ୍ଷୁକ ଭଳି ଜୀବନ ଅତିବାହିତ କରୁଛନ୍ତି l

ବେନ ଙ୍କ ପିଲାବେଳ ବ୍ରିଟେନ ରେ ଅତିବାହିତ ହୋଇଛି l ତାଙ୍କର ଦୁଇଟି ଭଉଣୀ ଅଛନ୍ତି, ସେ ୮ଟି ଭାଷା ଜାଣିଛନ୍ତି l ପିଲାଟି ଦିନରୁ ନିଜକୁ ସଂସ୍କୃତି ଓ ଶିକ୍ଷା ସହିତ ନିବିଡ଼ କରି ରଖିଛନ୍ତି ବେନ l

Leave A Reply