Odisha news

ଯଦି ଦେଶରେ UCC ଲାଗୁ କରାଯାଏ ତେବେ କଣ ଲିଭ-ଇନ ରିଲେସନସିପ କରିବାକୁ ପଡିବ ରେଜିଷ୍ଟ୍ରେସନ ?

0

ପଶ୍ଚିମବଙ୍ଗ ର ନୂଆ ବିଜେପି ସରକାର ଷୋମବାର ଜୁନ ୨୯ ତାରିଖ ରେ ବିଧାନସଭା ରେ ଗୋଟିଏ ଦିନର ଅଧିବେଶନ ରେ ଅନେକ ଗୁଡିଏ ବିଲ ପାସ କରିବାର ଲକ୍ଷରେ ରହିଛନ୍ତି, ଏଥିରେ ସବୁଠୁ ଚର୍ଚାରେ ରହିଛି ସମାନ-ନାଗରିକତା-ସଂହିତା ଅର୍ଥାତ ୟୁନିଫର୍ମ ସିଭିଲ କୋଡ଼, ଯଦି ଏହା ଗୃହରେ ପାସ ହୋଇଗଲା ତେବେ ରାଜ୍ୟ ରାଜନୀତିରେ ଗୋଟିଏ ନୂଆ ହଲଚଲ ସୃଷ୍ଟି ହେବ l

ଯେତେବେଳେ ଏହି ପ୍ରସ୍ତାବ ସାମ୍ନାକୁ ଆସିଲା ଲୋକଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଚି, ସବୁଠୁ ବଡ଼ ପ୍ରଶ୍ନ ଉଠିଛି ଯଦି ଏହି ନିୟମ ବା ବିଧେୟକ ପାରିତ ହେଲା ତେବେ ବିବାହ ସହିତ ଜଡିତ ସବୁ ଧର୍ମର ବିବାହ ନୀତି ସମାନ ହୋଇଯିବ କି ? ଏବଂ ଏହା ମଧ୍ୟ ପ୍ରଶ୍ନ ଉଠିଛି ଯେ କଣ ତଲାକ, ଉତ୍ତରାଧିକାରୀ ଓ ସମ୍ପତି ଭାଗକୁ ନେଇ ପୂର୍ବର ନିୟମ ରେ ପରିବର୍ତ୍ତନ ହୋଇ ଗୋଟିଏ ନିୟମ ହୋଇଯିବ ? ଏବଂ କଣ ଲିଭ-ଇନ -ରିଲେସନସିପ କୁ ନେଇ ମଧ୍ୟ ରେଜିଷ୍ଟ୍ରେସନ କରିବାକୁ ପଡିବ ?

ବିବାହକୁ ନେଇ କଣ ନିୟମ ରହିବ ?

ଯଦି କୌଣସି ରାଜ୍ୟରେ UCC ଲାଗୁ କରାଯାଏ ତେବେ ବିବାହକୁ ନେଇ ନିୟମ ସମସ୍ତ ସମୁଦାୟ ପାଇଁ ଗୋଟିଏ ରହିବ, ଏଥିରେ ବିବାହ ର ନିମ୍ନ ଆୟୁ, ବିବାହ ରେଜିଷ୍ଟ୍ରେସନ, ବୈବାହିକ ଅଧିକାର ମଧ୍ୟ ସାମିଲ ରହିବ l

ବିବାହ ବିଚ୍ଛେଦ ଓ ଗୁଜୁରାଣ ଭତା ଉପରେ ପଡି଼ବକି ପ୍ରଭାବ ?

ବର୍ତମାନ ବିବାହ ବିଛେଦ କୁ ନେଇ ରହିଛି ସବୁ ଧର୍ମରେ ଅଲଗା ଅଲଗା ନିୟମ, କିନ୍ତୁ UCC ଲାଗୁ ହେବାପରେ ବିବାହ ବିଛେଦ, ସମ୍ପତି ର ଅଧିକାର ଓ ଭରଣ-ପୋଷଣ କୁ ନେଇ ନିୟମ ସମାନ ହୋଇଯିବ, ବିଭିନ୍ନ ନିୟମ ବିଶେଷଜ୍ଞ ଙ୍କ ମତରେ ଏହାଦ୍ୱାରା ମହିଳା ଓ ଛୋଟ ପିଲାଙ୍କୁ ନେଇ ରହିବ ବିଶେଷ ନିୟମ l

ସମ୍ପତ୍ତିର ଉତ୍ତରାଧିକାରୀ ପାଇଁ କଣ ରହିବ ନିୟମ ?

ଉତ୍ତରାଧିକାରୀ ଓ ସମ୍ପତି ଭାଗବାଣ୍ଟା କୁ ନେଇ ଅଲଗା ଅଲଗା ବ୍ୟକ୍ତିଗତ ନିୟମ ସଞ୍ଚାଳିତ ହେବ, ଏଥିରେ ଅଧିକାର ଓ ଉତ୍ତରାଧିକାରୀ ଙ୍କ ପାଇଁ ସମାନ ନିୟମ ରହିବ l

ଲିଭ-ଇନ ରିଲେସନସିପ ଉପରେ ପଡିବ କି ପ୍ରଭାବ ?

ସମାନ ନାଗରିକ ସଂହିତା ରେ ସବୁଠୁ ଅଧିକ ଲିଭ-ଇନ – ରିଲେସନସିପ କୁ ନେଇ ରହିଛି ଚର୍ଚା , ସରକାର ଦେଶରେ ବଢୁଥିବା ହତ୍ୟା ଓ ଆତ୍ମହତ୍ୟା କୁ ନେଇ ମଧ୍ୟ ନିୟମ ଜାରି କରି ପାରନ୍ତି, କାହିଁକିନା UCC ଲାଗୁ ହେବାଦ୍ବାରା ଯୁବ ପିଢ଼ି ଙ୍କୁ  କୋର୍ଟ ରେ ରେଜିଷ୍ଟ୍ରେସନ କରିବାକୁ ପଡିପାରେ l

Nalco
Leave A Reply