ପାକିସ୍ତାନ ବିଦେଶମନ୍ତ୍ରୀ ବିଲାବଲ ଭୁଟୋ ଜରଦାରୀ ସାଂଘାଇ ସହଯୋଗ ସଂଗଠନ ର ବୈଠକ ରେ ଅଂଶ ଗ୍ରହଣ କରିବା ପାଇଁ ଭାରତରେ ଆସି ପହଂଚିଛନ୍ତି l ଏହା ଗୋଟିଏ ଦଶକ ରୁ ମଧ୍ୟ ଅନେକ ବର୍ଷ ହୋଇ ଗଲାଣି କୌଣସି ପାକିସ୍ତାନୀ ବିଦେଶ ମନ୍ତ୍ରୀଙ୍କ ର ଏହା ପ୍ରଥମ ବିଦେଶ ଯାତ୍ରା l ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ରୁ ଆତଙ୍କବାଦ ସମେତ ଅନେକ ମୁଦା କୁ ନେଇ ଦ୍ୱିପାକ୍ଷିକ କଥାବାର୍ତା ବନ୍ଦ ରହିଛି l ଏଭଳି ସ୍ଥିତିରେ ବିଲାବଲ ଭୁଟୋ ଜରଦାରୀ ଙ୍କ ଭାରତ ଗସ୍ତ କୁ ନେଇ ପାକିସ୍ତାନ ରେ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି l ଆହୁରି ମଧ୍ୟ ବିଲାବଲ ଭୁଟୋ ଜରଦାରୀ ଙ୍କ ଭାରତ ଗସ୍ତ କୁ ନେଇ ପାକିସ୍ତାନ ରେ ଖୁବ ଅସନ୍ତୋଷ ଦେଖା ଦେଇଛି l ପାକିସ୍ତାନ ର ବିପକ୍ଷ ଦଳ ଗୁଡିକ ବିଲାବଲ ଭୁଟୋ ଜରଦାରୀ ଙ୍କ ବିରୁଦ୍ଧରେ ବିଭିନ୍ନ କଟୁ ମନ୍ତବ୍ୟ ଦେବାରେ ଲାଗିଛନ୍ତି l ବର୍ତମାନ ଏସସିଓ ମିଟିଂ ଆରମ୍ଭରେ ଏସ ଜୟଶଙ୍କର ଙ୍କ ସମୁଖରେ ବିଲାବଲ ହାତ ଯୋଡିବା କୁ ପାକିସ୍ତାନ ରାଜନେତା ଆହୁରି ଉତେଜିତ ହୋଇଛନ୍ତି l ଅନେକ ରାଜନେତା ବିଲାବଲ ଭୁଟୋ ଜରଦାରୀ ଙ୍କ ଏହି କାର୍ଯ୍ୟକୁ ଲଜ୍ଜା ଜନକ ବୋଲି କହିଛନ୍ତି l
ବିଲାଵଲ କାହିଁକି ହାତ ଯୋଡ଼ି ନମସ୍କାର କଲେ –
ସୂଚନାଯୋଗ୍ୟ ଯେ ଏସସିଓ ମିଟିଂ ର ଔପଚାରିକ ଭାବରେ ପ୍ରାରମ୍ଭିକ କାର୍ଯ୍ୟକ୍ରମ ରେ ଭାରତୀୟ ବିଦେଶ ମନ୍ତ୍ରୀ ଏସ ଜୟସଙ୍କର ସଦସ୍ୟ ଦେଶ ମାନଙ୍କର ବିଦେଶ ମନ୍ତ୍ରୀ ମାନଙ୍କୁ ସ୍ବାଗତ କରିଥିଲେ । ଏହି ସମୟରେ ସେ ଋଷ୍, ଚୀନ ସମେତ ଅନ୍ୟ ଦେଶର ବିଦେଶ ମନ୍ତ୍ରୀ ମାନଙ୍କ ସହିତ ହାତ ମିଳାଇ ଅଭିବାଦନ କରିଥିଲେ । କିନ୍ତୁ ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାବଲ୍ ଭୁଟୋ ଙ୍କୁ ହାତଯୋଡି ନମସ୍କାର କରି ଅଭିବାଦନ କରିଥିଲେ । ଏହାର ପ୍ରତିବଦଳ ରେ ବିଲବଲ୍ ଭୁଟୋ ମଧ୍ୟ ହାତ ଯୋଡ଼ି ନମସ୍କାର କରିଥିଲେ । ପାକିସ୍ତାନ ରେ ବିପକ୍ଷ ଦଳ ବିଲାବଲ୍ ଭୁଟୋ ଙ୍କ ଏହି ନମସ୍କାର କରିବାର ଶୈଳୀ କୁ ନେଇ ତିରସ୍କାର କରିଛନ୍ତି ।
ଭାରତ ରେ ଏସସିଓ ବୈଠକ ପରେ ପ୍ରେସ କନ୍ଫରେନ୍ସ ରେ ବିଲାବଲ୍ ଭୁଟୋ କହିଥିଲେ ଯେ ସିନ୍ଧ ରେ ଏହିଭଳି ଭାବରେ ସ୍ବାଗତ କରାଯାଏ ଓ ଏହାକୁ ସଭ୍ୟ କୁହାଯାଇ ଥାଏ । ବିଲା ବଲ୍ ଭୁଟୋ ଙ୍କ ଜେଜେ ଜୁଲ ଫିକର ଅଲି ଭୁଟୋ ସିନ୍ଧ ପ୍ରାନ୍ତର ଅଟନ୍ତି , ଯିଏ କି ପାକିସ୍ତାନ ର ପୂର୍ବତନ ପ୍ରଧାନମନ୍ତ୍ରୀ ଥିଲେ ଓ ତାଙ୍କ ମା ବେନେଜିର ଭୁଟୋ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଥିଲେ ଓ ପିତା ଆସିଫ ଅଲ୍ଲୀ ଜରଦରୀ ପାକିସ୍ତାନ ର ପୂର୍ବତନ ରାଷ୍ଟ୍ରପତି ରହି ସାରିଛନ୍ତି ।