Odisha news

ପାକିସ୍ତାନ ପତ୍ରକାର ମାନଙ୍କ ପାଇଁ ମରଣଯନ୍ତା, ପାକିସ୍ତାନ ମନ୍ତ୍ରୀ କହିଲେ ଗତ ୨ବର୍ଷ ମଧ୍ୟରେ ହୋଇଛି ୪୨ ଜଣ ପତ୍ରକାରଙ୍କ ହତ୍ୟା

0

ନୂଆଦିଲ୍ଲୀ : ପାକିସ୍ତାନ ପତ୍ରକାର ମାନଙ୍କ ପାଇଁ ସୁରକ୍ଷିତ ଦେଶ ନୁହେଁ , ଏହି କଥା ନିଜେ ସଂସଦୀୟ ମାମଲା ର ମନ୍ତ୍ରୀ ମୂର୍ତଯା ଜାଭେଦ ଆବାସୀ କହିଛନ୍ତି l  ପାକିସ୍ତାନ ର ଡନ ଖବରକାଗଜ ର ରିପୋର୍ଟ ଅନୁସାରେ ସଂସଦୀୟ ମାମଲା ର ମନ୍ତ୍ରୀ ଶୁକ୍ରବାର ଦିନ ସଂସଦ କୁ କହିଛନ୍ତି ଗତ ୨ବର୍ଷ ମଧ୍ୟରେ ୪୨ ଜଣ ପତ୍ରକାର ଙ୍କୁ ହତ୍ୟା କରାଯାଇଛି l

ସୂଚନା ମନ୍ତ୍ରଣାଳୟ ର ତଥ୍ୟ ଅନୁସାରେ ହତ୍ୟା କରାଯାଇଥିବା ପତ୍ରକାର ମାନଙ୍କ ମଧ୍ୟରୁ ୧୫ ଜଣ ପଞ୍ଜାବ ପ୍ରଦେଶ ର, ୧୧ ଜଣ ସିନ୍ଧ, ୧୩ ଜଣ ଖେବର ପାଖତୁନଖବା ରୁ ଓ ୩ଜଣ ବଲୁଚିସ୍ତାନ ର ଅଟନ୍ତି l  ଆତଙ୍କବାଦୀ ଙ୍କ ଦ୍ୱାରା ଏହିସବୁ ପତ୍ରକାର ମାନଙ୍କୁ ଗୁଳି କରି ହତ୍ୟା କରା ଯାଇଥିଲା l ଏହାପରେ ପଞ୍ଜାବ ରୁ ୭ଜଣ ସନ୍ଦିଗ୍ଧ ଙ୍କୁ ଗିରଫ କରାଯାଇ ଥିଲା l  ଯେଉଁଥିରେ ୨ଜଣ ଜାମିନ ରେ ବାହାରକୁ ଆସିଥିଲେ l ଗିରଫ ହୋଇଥିବା ୭ ଜଣଙ୍କ ମଧ୍ୟରୁ ୫ଜଣ ଙ୍କ ଉପରେ କେଶ ଚାଲିଛି l ୮ଜଣ ସନ୍ଦିଗ୍ଧ ଫେରାର ଅଛନ୍ତି l  ଗୋଟିଏ ଆରୋପି କୁ କୋର୍ଟ ରୁ ଖଲାସ କରାଯାଇଛି l  ସିନ୍ଧ ପ୍ରାନ୍ତରେ ୪ଜଣ ସନ୍ଦିଗ୍ଧ ଙ୍କୁ ଗିରଫ କରାଯାଇଛି l  ଆହୁରି ୭ଜଣ ଙ୍କ ଉପରେ ମୋକଦମା ଚାଲିଛି l

ଯେଉଁ ପାକିସ୍ତାନ ରେ ନିଜର ପତ୍ରକାର ସୁରକ୍ଷିତ ନାହାନ୍ତି, ସେ କିନ୍ତୁ ସର୍ବଦା ଅନ୍ୟ ଦେଶର ମାମଲାରେ ମୁଣ୍ଡ ପୁରାଇ ବିଭିନ୍ନ ସମୟରେ ବିଭିନ୍ନ ଭ୍ରାନ୍ତିକର ଟିପ୍ପଣୀ ଦେଉଛି l ଯାହା ସତରେ ହାସ୍ୟାସ୍ପଦ ର ବିଷୟ l ସମ୍ପୂର୍ଣ ପାକିସ୍ତାନ ଯେତେବେଳେ ଅନ୍ଧକାର ମଧ୍ୟରେ ରହିଛି ସେହି ସମୟରେ ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାବଲ ଭୁଟୋ କାଶ୍ମୀର ରାଗ ଛାଡିଛନ୍ତି l ସେ କାଶ୍ମୀର କୁ ୟୁକ୍ରେନ ସହିତ ତୁଳନା କରିଛନ୍ତି l  ସେ ନିଜର ବିବାଦିତ ବୟାନ ପାଇଁ ସର୍ବଦା ଚର୍ଚାରେ ରହି ଥାଆନ୍ତି l

Nalco
Leave A Reply