Odisha news

ପଦ୍ମପୁରରେ ଚାଲିଥିବା ଚାଷୀ ଆନେ୍ଦାଳନ ଓ ନୂତନ ଜିଲ୍ଲା ଘୋଷଣା ଦାବିର ଆନେ୍ଦାଳନକୁ ବିଜେପିର ଦୃଢ ସମର୍ଥନ

ଆନେ୍ଦାଳନକାରୀଙ୍କ ଅନୁରୋଧରେ ଆଜି ନାମାଙ୍କନ ଦାଖଲ କଲେ ନାହିଁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ

0

ପଦ୍ମପୁର/ ଭୁବନେଶ୍ୱର, ତା.୧୪/୧୧: ଆଜିକୁ ୯ ମାସ ହେଲାଣି ସମଗ୍ର ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଚାଷୀ ଭାଇମାନେ ଇନପୁଟ ସବସିଡ୍ ଓ ଫସଲ ବୀମାରେ କ୍ଷତିପୂରଣ ପାଇବା ଦାବିରେ ରାଜ ରାସ୍ତାରେ । ସେହିଭଳି ପଦ୍ମପୁରକୁ ଏକ ନୂତନ ଜିଲ୍ଲା ଘୋଷଣା ଦାବିରେ ମଧ୍ୟ ସ୍ଥାନୀୟ ଓକିଲ ସଙ୍ଘ ଓ ଅନ୍ୟାନ୍ୟ ସାମାଜିକ ସଙ୍ଗଠନମାନେ ଆନେ୍ଦାଳନ ଚଲାଇ ଆସିଛନ୍ତି । ସେମାନେ ପଦ୍ମପୁର ଉପନିର୍ବାଚନରେ ସାମିଲ ନହେବା ପାଇଁ ଡାକରା ଦେଇଛନ୍ତି ।

ଆଜି ପଦ୍ମପୁର ଉପନିର୍ବାଚନରେ ବିଜେପିର ପ୍ରାର୍ଥୀ ହୋଇଥିବା ପ୍ରଦୀପ ପୁରୋହିତ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଥିବା ବେଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆନେ୍ଦାଳନକାରୀମାନେ ଶ୍ରୀ ପୁରୋହିତଙ୍କୁ ନାମାଙ୍କନ ପତ୍ର ଦାଖଲ ନକରିବା ପାଇଁ ଅନୁରୋଧ କରିଥିଲେ ଯାହାକୁ ଶ୍ରୀ ପୁରୋହିତ ସମ୍ମାନ ଦେଇ ନାମାଙ୍କନ ପତ୍ର ଦାଖଲ କରିନଥିଲେ । ପଦ୍ମପୁରରେ ଥିବା ଚାଷୀଙ୍କ ସମସ୍ୟା ଓ ନୂତନ ଜିଲ୍ଲା ଘୋଷଣା ଦାବି ଆନେ୍ଦାଳନ ସହିତ ଶ୍ରୀ ପୁରୋହିତ ବହୁ ଦିନରୁ ଜଡିତ ଅଛନ୍ତି ।

ନିଜେ ଶ୍ରୀ ପୁରୋହିତ ୨୦୧୮ରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ପଦ୍ମପୁରକୁ ଏକ ନୂତନ ଜିଲ୍ଲା ଭାବରେ ଘୋଷଣା କରାଯାଉ ବୋଲି ଦାବି କରିଥିଲେ ହେଲେ ରାଜ୍ୟ ସରକାର ସେକଥା ଶୁଣିନଥିଲେ । ସେହିଭଳି ବିଧାନସଭାରେ ୨୦୧୪ ରୁ ୨୦୧୯ମସିହା ଭିତରେ ମଧ୍ୟ ଏନେଇ ବାରମ୍ବାର ଦାବି ଉଠାଇ ଆସିଥିଲେ ପ୍ରଦୀପ ପୁରୋହିତ । ଏହାପରେ ୨୦୧୯ମସିହାରୁ ବିଧାନସଭାରେ ବିଜେଡିର ବିଧାୟକ ଏନେଇ କୌଣସି ଦାବି ରଖିନଥିଲେ ।

ଚାଷୀଙ୍କ ଇନପୁଟ ସବସିଡ ପାଇବା ପାଇଁ ଚାଲିଥିବା ଆନେ୍ଦାଳନରେ ନିଜେ ପ୍ରଦୀପ ପୁରୋହିତ ପ୍ରଥମ ଦିନରୁ ସାମିଲ ଥିଲେ । ସେହିଭଳି ରାଜ୍ୟ ସରକାର ଓ ବୀମା କମ୍ପାନୀମାନଙ୍କ ଭିତରେ ଚାଲିଥିବା ମଧୁଚନ୍ଦ୍ରିକା ପାଇଁ ଚାଷୀମାନେ ଫସଲ ବୀମା କ୍ଷତି ପୂରଣ ପାଉ ନାହାନ୍ତି ଯାହାର ପ୍ରତିବାଦରେ ଚାଷୀମାନେ ଅନେକ ଦିନ ଧରି ଚଲାଇ ଆସିଥିବା ଆନେ୍ଦାଳନ ପ୍ରତି ଶ୍ରୀ ପୁରୋହିତ ସବୁବେଳେ ସମର୍ଥନ ଦେଇଆସିଛନ୍ତି ।

ନାମାଙ୍କନ ଦାଖଲ କରିବା ପାଇଁ ବିଜେପି ପୁରା ପ୍ରସ୍ତୁତ ଥିବା ସତ୍ୱେ ଏହି ଦୁଇ ଜନସମସ୍ୟାର ସମାଧାନ ପାଇଁ ଚାଲିଥିବା ଆନେ୍ଦାଳନକାରୀମାନଙ୍କର କଥାକୁ ମାନି ଶ୍ରୀ ପୁରୋହିତ ଆଜି ନାମାଙ୍କନ ଦାଖଲ କରିନାହାନ୍ତି ।

 

Leave A Reply