Odisha news

ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ଉପସଭାନେତ୍ରୀ ଭାବେ ମନୋନୀତ ହେଲେ ବିଶିଷ୍ଟ ବିଜେପି ନେତ୍ରୀ ସୁଭାଷିନୀ ପ୍ରଧାନ

ପଦ୍ମପୁର( ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ପାଇକମାଲ ଗ୍ରାମର ବିଶିଷ୍ଟ ବିଜେପି ନେତ୍ରୀ ଶ୍ରମତୀ ସୁଭାଷିନୀ ପ୍ରାଧାନ ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ଉପସଭାନେତ୍ରୀ ଭାବେ ମନୋନୀତ ହୋଇଛନ୍ତି । ଶ୍ରୀ ମତୀ ପ୍ରଧାନ ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ପଦବୀ ପାଇଥିବାରୁ ନିଜେ ଖୁସି ବ୍ୟକ୍ତ କରିବା ସହ ବିଜେପି ରାଜ୍ୟ ସଭାପତି ସମିର ମହାନ୍ତି,ବରଗଡ଼ ସୁରେଶ ପୂଜାରୀ,ଜିଲ୍ଲା ସଭାପତି ଅଶ୍ଵିନୀ ଷଡ଼ଙ୍ଗୀ,ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କୁ କୃତଜ୍ଞତା ଜଣାଇବା ସହ ଅଞ୍ଚଳ ର ମହିଳା ମାନଙ୍କର ଅଗ୍ରାଧିକାର ପାଇଁ ସବୁବେଳେ ପ୍ରତିଜ୍ଞାବଦ୍ଧ ଅଟନ୍ତି ବୋଲି ପ୍ରକାଶ କରିଛନ୍ତି ।

ବିଜେପି କର୍ମକର୍ତ୍ତା ଙ୍କ ଆର୍ଶିବାଦ ଏବଂ ଅଞ୍ଚଳ ର ସମସ୍ତ ସ୍ତରର ବିଜେପି କର୍ମୀ ଙ୍କ ସହଯୋଗ କାମନା କରିଛନ୍ତି । ଶ୍ରୀମତୀ ପ୍ରଧାନ ବିଜେପି ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ପଦବୀ ମନୋନୀତ ହୋଇଥିବା ରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏବଂ ବିଶେଷ କରି ମହିଳା ମାନ ମଧ୍ୟ ରେ ଶ୍ରୀମତୀ ପ୍ରଧାନ ଙ୍କୁ ଶୁଭେଚ୍ଛା ବାର୍ତ୍ତା ଛୁଟୁଛି । ଶ୍ରୀ ମତୀ ପ୍ରଧାନ ବିଜେପି ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ପଦବୀ ରେ ମନୋନୀତ ହୋଇଥିବା ରୁ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ମହିଳା ଙ୍କ ବିକାଶ ଦିଗରେ ପଦକ୍ଷେପ ନେବା ପାଇଁ ଆଶା ବ୍ୟକ୍ତ କରାଯାଇଛି । ଶ୍ରୀମତୀ ପ୍ରଧାନ ଙ୍କୁ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଶୁଭେଚ୍ଛା ଜଣାଇଛନ୍ତି ।

 

Comments are closed.