ନୂଆପଡା- ୧୨/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ନୂଆପଡା ବ୍ଲକ ଅନ୍ତର୍ଗତ ଅମାନାରା ଗ୍ରାମ ପଞ୍ଚାୟତ ର ଦଲଦଳି ଗ୍ରାମକୁ ୧୦ ବର୍ଷର ଶିଶୁ ପଳାଇ ଆସିଅଛି। ସେ କଥା କହିପାରନ୍ତି ନାହିଁ। ଏହି ସମ୍ପର୍କରେ ଶିଶୁ ସହାୟତା ନଂମ୍ବର ୧୦୯୮ କୁ ଏକ କଲ ଆସିଥିଲା। ଏହାର ସୂଚନା ପାଇ ଚାଇଲ୍ଡ ଲାଇନ ର ଏକ ଦଳ ଆମାନାରା ସରପଞ୍ଚ ସବିତା ସାହୁ,ଜଗଦୀଶ ସାହୁ ସାରାବଙ୍ଗ ସରପଞ୍ଚ ଭରତ ମାଝୀ ସହିତ ଶିଶୁଙ୍କୁ ଦଲଦଳି ଗ୍ରାମରୁ ଉଦ୍ଧାର କରିଥିଲେ।
ଶିଶୁଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ରେ ସ୍ବାସ୍ଥ୍ୟ ପରୀକ୍ଷା କରି ଚାଇଲ୍ଡ ଲାଇନ ସେଲଟର ରେ ରଖାଯାଇଛି। ଅନଲାଇନ ରେ ଶିଶୁ ମଙ୍ଗଳ ସମିତିକୁ ହାଜର କରାଯାଇଥିଲା। ବିଭିନ୍ନ ମାଧ୍ୟମରେ ଶିଶୁର ପରିଚୟ ଜାଣିବାକୁ ଚେଷ୍ଟା କରିଥିଲେ। ଶିଶୁ ଜନକ କେନ୍ଦୁବହାରା ଗ୍ରାମପଂଚାୟତ ର ବ୍ରାହ୍ମଣୀ ଗ୍ରାମର ବୋଲି ଜଣାପଡିଅଛି। ଶିଶୁ ମଙ୍ଗଳ ସମିତି ସଦସ୍ୟ କୁମୁଦ କୁମାର ହୋତା ଏବଂ ଚାଇଲ୍ଡ ଲାଇନ ସଦସ୍ୟ ଉପସ୍ଥିତି ରେ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରିଛନ୍ତି। ଶିଶୁ ଙ୍କୁ ପାଇବା ପରେ ପରିବାର ରେ ଆନନ୍ଦ ପ୍ରକାଶ ପାଇଛି, ସେମାନେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
Comments are closed.