କର୍ନାଟକ : କରୋନା କାଳରେ ସବୁଠୁ ଅଧିକ ଜରୁରୀ ଉତ୍ତମ ଚିକିତ୍ସା ଓ ଅମ୍ଳଜାନ । କର୍ନାଟକର ବେଲଗାମରେ ରହୁଥିବା ଭେଙ୍କଟେଶ ପାଟିଲ ଗରିବ ଲୋକଙ୍କୁ ମାଗଣାରେ ଅକ୍ସିଜେନ୍ ସିଲିଣ୍ଡର ଯୋଗାଉଛନ୍ତି । ସେ ବେଲଗାମ ଅକ୍ସିଜେନ୍ ପ୍ରାଇଭେଟ୍ ଲିମିଟେଡ୍ ନାମରେ କମ୍ପାନୀ ଚଲାଉଛନ୍ତି । ଏହି ସମୟରେ ସିଲିଣ୍ଡର୍ ରିଫିଲ୍ କରିବାରେ ବହୁତ ଅଧିକ ସମସ୍ୟା ହେଉଛି । ଭେଙ୍କଟେଶ ଖାଲି ସିଲିଣ୍ଡର୍ ରିଫିଲ୍ କରି ଗରିବ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି । ଏବେ ସୁଦ୍ଧା ସେ ୧୮୮୨ ସିଲିଣ୍ଡର୍ ଡୋନେଟ୍ କରିସାରିଲେଣି । ଖାଲି ସିଲିଣ୍ଡର୍ ରିଫିଲ୍ କରିବା ପାଇଁ ୨୬୦ ଟଙ୍କା ଖର୍ଚ୍ଚ ହେଉଛି ।
