ଆଜିକାଲି ଓପନ ମ୍ୟାରେଜ ର ଟ୍ରେଣ୍ଡ ଖୁବ ଜୋରରେ ଚାଲିଛି, କିନ୍ତୁ ଆପଣ କଣ ଜାଣିଛନ୍ତି ଓପନ ମ୍ୟାରେଜ କଣ ? ତେବେ ଆସନ୍ତୁ ପ୍ରଥମେ ଜାଣିବା ଓପନ ମ୍ୟାରେଜ କାହାକୁ କୁହାଯାଇ ଥାଏ l
ଓପନ ମ୍ୟାରେଜ କଣ ?
ଓପନ ମ୍ୟାରେଜ ର ଅର୍ଥ ଯେତେବେଳେ ଦୁଇଜଣ ବିବାହିତ ସ୍ୱାମୀ-ସ୍ତ୍ରୀ ଉଭୟ ଉଭୟଙ୍କର ଏକ୍ସଟ୍ରା ମୋରିଟାଲ ଆଫେୟାର୍ସ ରେ ସହମତି ହୋଇ ଥାଆନ୍ତି l ଏବଂ ସ୍ୱାମୀ-ସ୍ତ୍ରୀ ଯଦି ବିବାହ ପରେ ଜଣେ ଅନ୍ୟ ଜଣଙ୍କ ଜ୍ଞାତ ରେ କୌଣସି ମହିଳା କିମ୍ବା ପୁରୁଷ ଙ୍କ ସହିତ ସମ୍ପର୍କ ରଖି ଥାଆନ୍ତି ତେବେ ତାହାକୁ ଧୋକା ବୋଲି ଗ୍ରହଣ କରାଯାଇ ନଥାଏ l ଓପନ ମ୍ୟାରେଜ ମ୍ୟୁଚୁଆଲ ଅଣ୍ଡରଷ୍ଟାଣ୍ଡିଙ୍ଗ ରେ ହୋଇଥାଏ l ଏହି ରିଲେସନସିପ ଦ୍ୱାରା କେହି ଯେପରି ମର୍ମାହତ ନହୁଅନ୍ତି l
ଯଦି ସାଧାରଣ କଥାରେ କହିବା ବିବାହ ପରେ ସ୍ୱାମୀ ଯଦି ନିଜ ପାଇଁ ଗାର୍ଲ ଫ୍ରେନ୍ଡ ଖୋଜି ପାରିବ ତେବେ ସ୍ତ୍ରୀ ମଧ୍ୟ ନିଜ ପାଇଁ ବଏ ଫ୍ରେଣ୍ଡ ଖୋଜି ପାରିବ , ଏବଂ ଗୋଟିଏ ସୁଖୀ ଜୀବନ ଉଭୟ ଅତିବାହିତ କରିପାରିବେ l କିଛି ଲୋକଙ୍କର ଧାରଣା ରହିଛି ଯେ ଓପନ ମ୍ୟାରେଜ ସେମାନଙ୍କୁ ସ୍ୱତନ୍ତ୍ରତା ଦେଇଥାଏ l ଏହାଛଡା ଆଉ କିଛି ଲୋକଙ୍କର ଧାରଣା ରହିଛି ଯେ ଓପନ ମ୍ୟାରେଜ ରିଲେସନ ଗୋଟିଏ ସଚୋଟ ସ୍ୱଭାବର ପ୍ରତୀକ ଅଟେ l
ଏହାଦ୍ୱାରା ଜଣା ପଡିଥାଏ ଯେ ଆପଣ ଆପଣଙ୍କର ପାର୍ଟନର କୁ ଧୋକା ଦେଉ ନାହାନ୍ତି କିମ୍ବା ମିଛ ମଧ୍ୟ କହୁ ନାହାନ୍ତି l ଅନେକ ସ୍ଥାନରେ ଏହା ସମ୍ପର୍କ କୁ ମଜବୁତ କରିଥାଏ ଏବଂ ଅନେକ ସ୍ଥାନରେ ସମ୍ପର୍କ ରେ ଫାଟ ମଧ୍ୟ ଆଣିଥାଏ l
କଣ ପ୍ରଭାବ ପକାଉଛି ଓପନ ମ୍ୟାରେଜ ରିଲେସନସିପ –
ଓପନ ମ୍ୟାରେଜ ରିଲେସନସିପ ଦ୍ୱାରା ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ସହିତ ପିଲା ମାନଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପକାଉଛି l ଏହାଦ୍ୱାରା ଖୁବ ଛୋଟ ବୟସ ରୁ ପିଲାମାନେ ଡିପ୍ରେସନ , ରାଗ, ମାନସିକ ଚାପର ଶିକାର ହେଉଛନ୍ତି l ଏହା ଗୋଟିଏ ସୁଖୀ ଦାମ୍ପତ୍ୟ ଜୀବନକୁ ପ୍ରଭାବିତ କରୁଛି l ଏହାଛଡା ପିଲା ମାନଙ୍କର ଶିକ୍ଷା ବିଶେଷ ଭାବରେ ପ୍ରଭାବିତ ହେଉଛି l ଗୋଟିଏ ସୁନ୍ଦର ଓ ସୁଖୀ ସମାଜ ଉପରେ ମଧ୍ୟ ଖରାପ ପ୍ରଭାବ ପକାଉଛି l