Odisha news

ମାତ୍ର ଗୋଟିଏ କଞ୍ଚା ପିଆଜ ନିୟମିତ ଖାଲି ପେଟରେ ସେବନ କରନ୍ତୁ ଓ ପାଆନ୍ତୁ ସମସ୍ତ ରୋଗରୁ ମୁକ୍ତି

0

ଆଧୁନିକ ସମାଜର ରହଣି ଶୈଳୀ ଦ୍ୱାରା ସମସ୍ତ ଙ୍କ ଜୀବନ ପ୍ରଭାବିତ ହେଉଛି l ଆମେ ସମସ୍ତେ ପ୍ରାୟ ବିଭିନ୍ନ ରୋଗରେ ପୀଡିତ ରହୁଛୁ l ସେଥିପାଇଁ ବିଭିନ୍ନ ପ୍ରକାରର ଔଷଧ ସେବନ କରୁଛୁ l କିନ୍ତୁ ବେଳେବେଳେ ରୋଗ ପାଇଁ ଔଷଧ ସେବନ କରି ମଧ୍ୟ ଚିଡି ଯାଇଥାଉ l କିନ୍ତୁ ଆୟୁର୍ବେଦ ଅନୁସାରେ ପିଆଜ ଗୋଟିଏ ଏପରି ପରିବା ଯାହା ଅନେକ ର୍ଗାରୁ ଆମକୁ ମୁକ୍ତି ଦେଇଥାଏ, ସେଥିପାଇଁ କେବଳ ତାହାକୁ ଠିକ ଉପାୟରେ ସେବନ କରିବା ଜରୁରୀ l

ଆପଣ ଭାବୁଥିବେ ଛୋଟ ବେଳରୁ ଖାଉଥିବା ପିଆଜ ଦ୍ୱାରା ମୋର କିଛିତ ଲାଭ ହୋଇନାହିଁ, କିନ୍ତୁ ବର୍ତମାନ କି ଲାଭ ହେବ l କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ପିଆଜ କୁ ରାନ୍ଧିବା ଦ୍ୱାରା ତା ଭିତରେ ଥିବା ସମସ୍ତ ପୌଷ୍ଟିକ ତତ୍ୱ ନଷ୍ଟ ହୋଇ ଯାଇଥାଏ l ଯାହାଦ୍ୱାରା ଆମ ଶରୀରକୁ କୌଣସି ଲାଭ ମିଳି ନଥାଏ l ତେଣୁ ପିଆଜ କୁ ସବୁବେଳେ କଞ୍ଚା ଖାଇବା ଆବଶ୍ୟକ l

– ଖାଲି ପେଟରେ କଞ୍ଚା ପିଆଜ ଖାଇବା ଦ୍ୱାରା ଆମ ଶରୀରରେ ଇନ୍ସୁଲିନ ପ୍ରସ୍ତୁତ ହୋଇଥାଏ, ଯେଉଁ କାରଣରୁ ଆମେ ମଧୁମେହ ଠାରୁ ଦୂରେଇ ରହିଥାଉ l

– କଞ୍ଚା ପିଆଜ ଖାଲି ପେଟରେ ଖାଇବା ଦ୍ୱାରା ଆମ ଶରୀରକୁ ଫାଇବର ମିଳିଥାଏ l ଯାହାଦ୍ୱାରା ଓଜନ ହ୍ରାସ ହୋଇଥାଏ ଓ କୋଷ୍ଠ କାଠିନ୍ୟ ସମସ୍ୟା ଦୂର ହୋଇଥାଏ l ଏହାଛଡା ଆମର ମେଟାବୋଲିଯିମ ବୃଦ୍ଧି ହୋଇଥାଏ ଓ ଡାଇଜେସନ ପାୱାର ମଧ୍ୟ ବୃଦ୍ଧି ହୋଇଥାଏ l ଯଦି ଆପଣ ୩ମାସ ଲଗାତାର କଞ୍ଚା ପିଆଜ ସେବନ କରିବେ ତେବେ ଆପଣଙ୍କ ଓଜନ ହ୍ରାସ ହେବ l

– ଓଜନ ହ୍ରାସ କରିବା ସହିତ କଞ୍ଚା ପିଆଜ ଆମ ଚକ୍ଷୁ ର ଦୃଷ୍ଟିଶକ୍ତି ମଧ୍ୟ ବୃଦ୍ଧି କରିଥାଏ l ତେଣୁ ସକାଳୁ ଖାଲି ପେଟରେ କଞ୍ଚା ପିଆଜ ସେବନ କରିବା ଆବଶ୍ୟକ l

– ଉଚ ରକ୍ତଚାପ ପାଇଁ କଞ୍ଚା ପିଆଜ ଖୁବ ଉପକାରୀ l ଉଚ ରକ୍ତଚାପ ରୋଗୀମାନେ ନିୟମିତ କଞ୍ଚା ପିଆଜ ଖାଇ ନିଜ ରକ୍ତଚାପ କୁ ନିୟନ୍ତ୍ରଣ କରି ପାରିବେ l

– କଞ୍ଚା ପିଆଜ ଖାଲି ପେଟରେ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ନିୟନ୍ତ୍ରିତ ହୋଇଥାଏ ଓ ହାର୍ଟର ବ୍ଳକେଜ ମଧ୍ୟ ଠିକ ହୋଇଥାଏ l କାହିଁକି ନା ଉଚରକ୍ତଚାପ ସମସ୍ୟା ଥିଲେ ହାର୍ଟ ଆଟାକ ହେବାର ସମ୍ଭାବନା ରହିଥାଏ , ତା ସହିତ ବ୍ରେନ ହାମରେଜ ମଧ୍ୟ ହୋଇପାରେ l ତେଣୁ ସକାଳୁ ଗୋଟିଏ କଂଚା ପିଆଜ ଖାଲି ପେଟରେ ଖାଇ ଏହି ସମସ୍ତ ସମସ୍ୟାକୁ ଠିକ କରି ପରିବା l

– କଞ୍ଚା ପିଆଜ ସକାଳୁ ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ l ଯାହାଦ୍ୱାରା ଆମେ ବିଭିନ୍ନ ସଂକ୍ରମଣ ରୁ ନିଜକୁ ରକ୍ଷା କରିଥାଉ l ଯେପରିକି ଥଣ୍ଡା କାଶ ଇତ୍ୟାଦି l କଞ୍ଚା ପିଆଜ ସେବନ ଦ୍ୱାରା ଆମ ଶରୀରକୁ ଭିତରୁ ଶକ୍ତି ମିଳିଥାଏ l

–  କଞ୍ଚା ପିଆଜ ଆଣ୍ଟି ବ୍ୟାକ୍ଟେରିଆଲ , ଆଣ୍ଟି ଅକ୍ସିଡାଂଟ ଓ ଆଣ୍ଟି ଭାଇରଲ ଗୁଣରେ ଭରପୁର ଅଟେ l ସକାଳୁ ଯଦି ଆପଣ ଗୋଟିଏ କଞ୍ଚା ପିଆଜ ଖାଲି ପେଟରେ ସେବନ କରିବେ ତେବେ ଜୀବନ ରେ କଦାପି ରକ୍ତ ହୀନତାର ଶିକାର ହେବେ ନାହିଁ l

– ଆମ ସମସ୍ତଙ୍କ ଶରୀରରେ କ୍ୟାନ୍ସର ସେଲ ରହିଛି l କିନ୍ତୁ ଆମେ ଏହାକୁ କଦାପି ବିକଶିତ ହେବାକୁ ଦେବା ଉଚିତ ନୁହେଁ l ପିଆଜରେ ଆଣ୍ଟି ଅକ୍ସୀ ଡାଂଟ ଗୁଣ ରହିଛି ଯାହା ଆମକୁ କ୍ୟାନ୍ସ ଠାରୁ ଦୁରେଇ ରଖିଥାଏ l ତେଣୁ ନିୟମିତ ଖାଲି ପେଟରେ କଞ୍ଚା ପିଆଜ ଖାଇବା ଆବଶ୍ୟକ l

– କଞ୍ଚା ପିଆଜର ଥିବା ସଲଫର କେଶ ପାଇଁ ଖୁବ ହିତକର l ତେଣୁ ନିୟମିତ କଞ୍ଚା ପିଆଜ ଖାଇବା ଆବଶ୍ୟକ , ମାତ୍ର ଗୋଟିଏ ମାସ କଞ୍ଚା ପିଆଜ ସେବନ କରିବା ଦ୍ୱାରା କେଶ ଝାଡ଼ିବା ସମସ୍ୟା ଠିକ ହୋଇ ଯାଇଥାଏ l

Leave A Reply