ପୋଲସରା ୦୮/୦୫/୨୦୨୦ : ଆଜି ପୋଲସରା ବ୍ଳକ ଅନ୍ତର୍ଗତ ଢୁଙ୍କାପଡା ସଂଗରୋଧ କେନ୍ଦ୍ର ରେ ଜଣେ ଅନ୍ତେବାସୀ ମଧ୍ୟାହ୍ନ ଭୋଜନ ଖାଇବା ସମୟରେ ପ୍ରାଣ ହରାଇଥିବା ଜଣା ଯାଉଛି। ମିଳିଥିବା ସୂଚନା ଅନୁସାରେ ପୋଲସରା ବ୍ଳକ ଅନ୍ତର୍ଗତ ମଧୁପଲଗ ଗ୍ରାମ ନିବାସୀ କୃଷ୍ଣ ବେହେରା ଙ୍କ ପୁଅ ପ୍ରଫୁଲ୍ଲ ବେହେରା ଗୁଜରାଟ ର ସୁରାଟ ସହର ରେ ରହୁଥିଲେ। ଗତ ୬ ତାରିଖ ଦିନ ପ୍ରଫୁଲ୍ଲ ଟ୍ରେନ ରେ ଫେରିବା ପରେ ତାଙ୍କୁ ଢୁଙ୍କାପଡା ଗୁପ୍ତେଶ୍ୱର ଉଚ ବିଦ୍ୟାଳୟ ର ସଂଗରୋଧ କେନ୍ଦ୍ର ରେ ରଖା ଯାଇଥିଲା। ଗୁରୁବାର ଦିନ ପ୍ରଫୁଲ୍ଲ କୁ ଥଣ୍ଡା ଓ ଜ୍ୱର ହେବାରୁ ସଂଗରୋଧ କେନ୍ଦ୍ର ଦାୟିତ୍ୱ ରେ ଥିବା ବ୍ୟକ୍ତି ଙ୍କ ଜଣାଇଥିଲେ। କେନ୍ଦ୍ର ଦାୟିତ୍ୱ ରେ ଥିବା ବ୍ୟକ୍ତି ଡାକ୍ତର ଙ୍କୁ ଡକାଇ ଚିକିତ୍ସା ବ୍ୟବସ୍ଥା କରିଥିଲେ। ଡାକ୍ତର ପ୍ରଫୁଲ୍ଲ ଙ୍କୁ କିଛି ଔଷଧ ଦେଇଥିଲେ। ତେବେ ଥଣ୍ଡା ଓ ଜ୍ୱର କରୋନା ରୋଗର ପ୍ରମୁଖ ଲକ୍ଷଣ ହୋଇଥିଲେ ମଧ୍ୟ ଏବଂ ପ୍ରଫୁଲ୍ଲ ସୁରାଟ ରୁ ଫେରି ସଂଗରୋଧ କେନ୍ଦ୍ର ରେ ଥିବା ସତ୍ତ୍ୱେ ଯେତିକି ଗୁରତ୍ୱ ଦେବା କଥା ପ୍ରଫୁଲ୍ଲ କୁ ସେତିକି ଗୁରୁତ୍ୱ ଦିଆ ଯାଇନଥଗଲା ବୋଲି ପ୍ରଫୁଲ୍ଲ ର ସ୍ତ୍ରୀ ରିତା ବେହେରା ଅଭିଯୋଗ କରିଛନ୍ତି। ଏଥିସହିତ ଚିକିତ୍ସା ରେ ଅବହେଳା ଯୋଗୁଁ ତାଙ୍କ ସ୍ୱାମୀ ଙ୍କ ଜୀବନ ଅକାଳ ରେ ଚାଲିଗଲା ବୋଲି କହିଛନ୍ତି। ପ୍ରଫୁଲ୍ଲ ମଧ୍ୟାହ୍ନ ପ୍ରାୟ ୧୨ ଘଣ୍ଟ ସମୟରେ ମୃତ୍ୟୁବରଣ କରିଥିଲେ ମଧ୍ୟ ରିପୋର୍ଟ ଲେଖିବା ପର୍ଯ୍ୟନ୍ତ ତାଙ୍କର ଶବ ସଂଗରୋଧ କେନ୍ଦ୍ର ରେ ପଡି ରହିଛି। ତାଙ୍କର ଶବ କୁ ବ୍ୟବଛଛଦ ନିମନ୍ତେ ପଠାଯିବ କିମ୍ବା ପରିବାର କୁ ହସ୍ତାନ୍ତର କରାଯିବ ଗଞ୍ଜାମ ଜିଲାପାଳ ନିଷ୍ପତ୍ତି କରିବେ ବୋଲି ସ୍ଥାନୀୟ ଜଣେ ଅଧିକାରୀ କହିଛନ୍ତି। ପ୍ରବାସୀ ଓଡିଆ ମାନେ ଫେରିବା ପରେ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଉଛି। ଏହି ପରିପ୍ରେକ୍ଷୀରେ ପ୍ରଫୁଲ୍ଲ ଙ୍କ ମୃତ୍ୟୁ ପରେ ସମଗ୍ର ପୋଲସରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।