ନୂଆଦିଲ୍ଲୀ: କୋଭିଡ-୧୦ ସହିତ ସାରାପୃଥିବୀ ଯୁଦ୍ଧ କରୁଥିବା ବେଳେ ମଙ୍ଗଳବାର ଦିନ ସୁପର ପିଙ୍କ୍ ମୁନ୍ ପୃଥିବୀବାସୀ ଦେଖିଲେ । ସାରାବିଶ୍ୱରେ ବର୍ତ୍ତମାନ ଲକ୍ଡାଉନ୍ ଚାଲିଛି । ଏହି ସମୟରେ ଏହି ବର୍ଷର ସବୁଠାରୁ ସୁନ୍ଦର ଚନ୍ଦ୍ର ଦର୍ଶନ ସାରାପୃଥିବୀ କରିପାରିଲା । ସୁପର ପିଙ୍କ୍ ମୁନ୍ ଏହି ଦୃଶ୍ୟକୁ ବୈଜ୍ଞାନିକମାନଙ୍କ ସହିତ ସାଧାରଣ ଲୋକ ବି ଉପଭୋଗ କଲେ ।
ଏପ୍ରିଲ୍ ୨୦୨୦ରେ ଏହି ସୁନ୍ଦର ମୁନ୍ ପୃଥିବୀର ସବୁଠାରୁ ନିକଟତର ସୁନ୍ଦର ସୁପର ମୁନ୍ ଅଟେ । ଏହି ମାସରେ ପୃଥିବୀର ବହୁତଗୁଡ଼ିଏ ଜାଗାରେ ଗୋଲାପୀ ରଙ୍ଗ ଦେଖାଯାଏ ।
ବେଜିଂ ନିବାସୀ ଡିଙ୍ଗ୍ ଲିନ୍ଲିନ୍ ଏହି ସୁପର ମୁନ୍ ଦେଖି କହିଲେ ଯେ, ଚିନ୍ର ଅବସ୍ଥା ସୁଧୁରୁଛି । ଚୀନ୍ରେ ମଙ୍ଗଳବାର ଦିନ କୋଭିଡ଼-୧୯ରେ ଗୋଟିଏ ବି ମୃତୁ୍ୟ ହୋଇନାହିଁ । ସେଠାରେ ଏହି ମହାମାରୀର ଆରମ୍ଭ ଦିନରୁ ପ୍ରଥମଥର ଏହିପରି ହୋଇଛି ।