Odisha news

ସ୍ପେଶାଲ ଟ୍ରେନରେ ୮୭୭ ପ୍ରବାସୀ ଭଦ୍ରକରେ ପହଞ୍ଚିଲେ

0

ଭଦ୍ରକ : ଗତକାଲି ରାତିରେ ୨ଟି ସ୍ପେଶାଲ ଟ୍ରେନରେ ଭଦ୍ରକ ଷ୍ଟେସନରେ ୮୭୭ ପ୍ରବାସୀ ଉହ୍ଲାଇଛନ୍ତି । ସେମାନଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲାର ୪୭୭ଜଣ ହୋଇଥିବା ବେଳେ ଅନ୍ୟାନ୍ୟ ଜିଲ୍ଳାର ୪ଶହ ଶ୍ରମିକ ଅଛନ୍ତି । ଗୋଟିଏ ଟ୍ରେନ କୋଏମ୍ବାଟୁରରୁ ଆସିଥିବା ବେଳେ ଅନ୍ୟ ଟ୍ରେନଟି ହାଇଦ୍ରାବାଦ୍ରୁ ଆସିଛି ।

ଜିଲ୍ଲାର ସମସ୍ତ ପ୍ରବାସୀଙ୍କୁ ବିଭିନ୍ନ କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଇ ଦିଆଯାଇଥିବା ବେଳେ ବାହାର ଜିଲ୍ଳାର ପ୍ରବାସୀଙ୍କୁ ସେମାନଙ୍କ ନିଜ ନିଜ ଜିଲ୍ଲାକୁ ପଠା ଯାଇଛି । ସେହିପରି କୋବିଡ଼ ୧୯ର ସୁପରିଚାଳନା ପାଇଁ ରାଜ୍ୟ ସରକାର ୬ଜଣ ଅତିରିକ୍ତ ଅଧିକାରୀଙ୍କୁ ଭଦ୍ରକ ଜିଲ୍ଲାକୁ ପଠାଇଛନ୍ତି

Leave A Reply