ନିମାପଡା :ଆଜି ଅଖିଳ ଭାରତ କୃଷକ ସଭା ପକ୍ଷରୁ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ୧୨ ଦଫା ସମ୍ବଳିତ ଏକ ଦାବୀପତ୍ର ସ୍ଥାନୀୟ ତହସିଲଦାରଙ୍କୁ ପ୍ରଦାନ କରାଯାଇଛି ।ଅଖିଳ ଭାରତ କୃଷକ ସଭା ପୁରୀ ଜିଲ୍ଲା କମିଟୀ ସଂପାଦକ କୃଷ୍ଣଚନ୍ଦ୍ର ରାଉତ,କୃଷକ ନେତା ସନାତନ ପାତ୍ର,ଦେବେନ୍ଦ୍ର ସାହୁ,ପ୍ରଫୁଲ୍ଲ ସାହୁ,ପୂର୍ବତନ କାଉନସିଲର ଜୟକୃଷ୍ଣ ପାତ୍ର,ସନ୍ତୋଷ କୁମାର ବେହେରା,ଜୟରାମ ମାଝୀ,ଶଙ୍କର ପରିଡା,ବାବୁଲି ନାୟକ ପ୍ରମୁଖ ତହସିଲାଦର ଚନ୍ଦ୍ରକାନ୍ତ ମଲ୍ଲିକଙ୍କୁ ୧୨ଦଫା ସମ୍ବଳିତ ଦାବୀପତ୍ର ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ପ୍ରଦାନ କରିଥିଲେ ।
ଦାବୀଗୁଡିକ ମଧ୍ୟରେ କରୋନା ଲକଡାଉନ ସମୟରେ କୃଷି ଓ କୃଷକ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି,କୃଷକମାନଙ୍କ ସମସ୍ୟାକୁ ଅଣଦେଖା ନକରି ସରକାର ଦୃଷ୍ଟି ଦେବା,କୃଷକମାନଙ୍କ ଉପରେ ଥିବା ସମସ୍ତ ବକେୟା କୃଷି ରୁଣ ଛାଡ କରିବା,ବିନା ସୁଧରେ କୃଷିରୁଣ ଯୋଗାଇ ଦେବା,ପ୍ରଧାନମନ୍ତ୍ରୀ ଫସଲ ବୀମାର ବୀମା ରାଶି କେନ୍ଦ୍ର ସରକାର ବହନ କରିବା,କେନ୍ଦ୍ର ସରକାରଙ୍କ ବାର୍ଷିକ କୃଷି ସହାୟତା ୬ହଜାର ଟଙ୍କା ପରିବର୍ତେ ୧୬ ହଜାର ଟଙ୍କାକୁ ବୃଦ୍ଧି କରାଯିବା,ଚଳିତ ବର୍ଷ ଖରିଫ ଚାଷ ପାଇଁ ସାର,ବିହନ ଓ ପୋକମରା ଔଷଧ ମାଗଣାରେ ଯୋଗାଇ ଦେବା,ଚାଷୀ ଓ ଚାଷୀ ମୁଲିଆଙ୍କୁ ୬୦ ବର୍ଷରେ ୩ହଜାର ଟଙ୍କା ପେନସନ ପ୍ରଦାନ କରିବା,ସମସ୍ତ ଗରିବ ଲୋକଙ୍କ ଉପରେ ଥିବା ବକେୟା ବିଦୁ୍ୟତ ଶୁକ୍ଲ ଛାଡ କରାଯିବା,ତୁରନ୍ତ ଧାନ ମଣ୍ଡି ଖୋଲାଯାଇ ଚାଷୀମାନଙ୍କ ଠାରୁ ଡାଳୁଅ ଧାନ କ୍ରୟ କରାଯିବା,କୃଷକ ମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରିବା ଆଦି ଅନ୍ୟତମ