Odisha news

ଓମୀ କ୍ରାନର ନୂଆ ଷ୍ଟ୍ରେନ ବିଏ ୨ ବଢ଼ାଇଲା ଟେନସନ , ଏହିପରି କରନ୍ତି ନିଜକୁ ରକ୍ଷା

0

କରୋନା ମହାମାରୀ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ସମ୍ପୂର୍ଣ ବିଶ୍ୱକୁ ପ୍ରଭାବିତ କରିଛି l ଏହା ସହିତ ମଣିଷ ସମାଜର ସଂଘର୍ଷ ରହିଥିବା ସମୟରେ ଓମୀ କ୍ରାନ ର ଗୋଟିଏ ନୂଆ ଭାରୀଏଣ୍ଟ ସାମ୍ନାକୁ ଆସିଛି l  ଯାହା ଗୋଟିଏ ନୂଆ ବିପଦ ଆମ ପାଇଁ ଆଣିଛି l ଓମୀ କ୍ରାନ ର ଏହି ଭାରୀଏଣ୍ଟ ବିଏ 2 ଦ୍ରୁତ ଗତିରେ ବଢିବାକୁ ଲାଗିଛି l ଯଦି କୌଣସି ବ୍ୟକ୍ତି ଓମୀ କ୍ରାନ  ଦ୍ୱାରା ଆକ୍ରାନ୍ତ ହୋଇଛି ତେବେ ତା ଶରୀରରେ ନୂଆ ଭାରୀଏଣ୍ଟ ବିଏ 2 ପାଇଁ ଇମ୍ୟୁନିଟି ବିକଶିତ ହେବ ନାହିଁ l ତେବେ ଆସନ୍ତୁ ଜାଣିବା କିପରି ନିଜକୁ ନୂଆ ଭାରିଏଣ୍ଟ ଠାରୁ ରକ୍ଷା କରି ପାରିବେ l

* ଓମୀ କ୍ରାନ ର ନୂଆ ଭାରିଏଣ୍ଟ ବିଏ2 ର ଲକ୍ଷଣ ପ୍ରଥମ ଭାରୀଏଣ୍ଟ ତୁଳନାରେ ସମ୍ପୂର୍ଣ ଅଲଗା ନୁହେଁ l ଏହାର ଅର୍ଥ ହେଲା ଯେ ଲକ୍ଷଣ ମଧ୍ୟ ସେହିପରି ରହିଛି ଯେପରି ମୁଣ୍ଡ ବିନ୍ଧା, ନାକରୁ ପାଣି ବୋହିବା, ଥକା ଲାଗିବା, କାଶ ଲାଗି ରହିବା, ନିଶ୍ୱାସ ନେବାକୁ କଷ୍ଟ ହେବା, ଦେହ ଘୋଳା ବିନ୍ଧା, ତଂଟି କାଟିବା, ଝାଡା ବାନ୍ତି ଲାଗି ରହିବା ଇତ୍ୟାଦି ସମସ୍ୟା ଲାଗି ରହିବା l

* ଏହି ଭାରୀଏଣ୍ଟ ବିଏ 2 ଦ୍ରୁତ ଗତିରେ ବ୍ୟାପୁଛି l ତେଣୁ ସର୍ବ ପ୍ରଥମେ ଟୀକା ନେବା ନିହାତି ଆବଶ୍ୟକ, ସାମାଜିକ ଦୂରତା, ମାସ୍କ ପରିଧାନ ଇତ୍ୟାଦି ରଖିବା ନିହାତି ଜରୁରୀ l

* କିନ୍ତୁ ବିଶେଷ ଧ୍ୟାନ ଦେଇ ଦେଖନ୍ତୁ ଯେ ଆପଣଙ୍କ ଶରୀରର ଉତାପ ବୃଦ୍ଧି ପାଉଛି କି l ଯଦି ଉତାପ ବୃଦ୍ଧି ପାଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l

* ନିଶ୍ୱାସ ନେବାକୁ ଯଦି କଷ୍ଟ ଲାଗୁଚି ତେବେ ତୁରନ୍ତ ଖୋଲା ସ୍ଥାନକୁ ଯାଆନ୍ତୁ ଏବଂ ଦୀର୍ଘ ନିଶ୍ୱାସ ନେବାକୁ ଚେଷ୍ଟା କରନ୍ତୁ l ଦୀର୍ଘ ନିଶ୍ୱାସ ନେବା ଦ୍ୱାରା ଧୀରେ ଧୀରେ ଶରୀର ସାମାନ୍ୟ ସ୍ଥିତିକୁ ଯାଇଥାଏ l

* ପ୍ରତିଦିନ ସକାଳୁ ଉଷୁମ ପାଣି କିମ୍ବା ଧଣିଆ ସିଝା ପାଣି ପିଇ ସାରି କିଛି ସମୟ ପରେ ଅଲୁଲୋମ ଵିଲୋମ କରନ୍ତୁ l ଏହାଦ୍ୱାରା ଛାତି କ୍ଳିଅର ରହିବା ସହିତ ନିଶ୍ୱାସ ନେବାକୁ ସହଜ ହେବ l

* ଯଦି ଥଣ୍ଡା କାଶ ହେଉଛି ତେବେ ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ସେବନ କରନ୍ତୁ ଏବଂ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଲୁଣ ପାଣିରେ ଗୋଡ଼ ବୁଡାଇ ସୂଅନ୍ତୁ l ଏହାଦ୍ୱାରା ଥଣ୍ଡା ଓ ସର୍ଦି ନିୟନ୍ତ୍ରଣ ହେବ l

Leave A Reply