Odisha news

ଟୋକିଓ ଅଲିମ୍ପିକ୍ସ : ରୌପ୍ୟ ପଦକ ଜିତିଲେ ଭାରତର କୁସ୍ତି ଯୋଦ୍ଧା ରବି ଦହିଆ

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି ଭାରତର କୁସ୍ତି ଯୋଦ୍ଧା ରବି ଦହିଆ । ଆଜି ୫୭ କିଲୋଗ୍ରାମ କୁସ୍ତି ଫାଇନାଲରେ ସେ ଋଷର କୁସ୍ତିଯୋଦ୍ଧା ଜାଭୁର ଉଗେଭଙ୍କଠାରୁ ହାରିଯିବା ପରେ ତାଙ୍କୁ ରୋପ୍ୟ ପଦକ ମିଳିଛି । ଉଗେଭ ସ୍ବର୍ଣ୍ଣ ପଦକ ପାଇଛନ୍ତି ।

ହରିୟାଣାର ସୋନିପତ ଜିଲ୍ଲାର ବାସିନ୍ଦା ରବି ଅଲମ୍ପିକ୍ସ ପ୍ରି-କ୍ବାର୍ଟରରେ କଲମ୍ବିଆର ଓସ୍କାର ଏଡୁଆର୍ଡୋଙ୍କୁ ହରାଇଥିବାବେଳେ କ୍ବାର୍ଟରରେ ବୁଲଗେରିଆର ଗୋରୋଗୀ ଭାଲେଣ୍ଟନୋଭଙ୍କୁ ପରାସ୍ତ କରି ସେମିରେ ପ୍ରବେଶ କରିଥିଲେ । ସେମିରେ ସେ କାଜାଖସ୍ତାନର କୁସ୍ତିଯୋଦ୍ଧା ସାନାୟେଭଙ୍କୁ ହରାଇଥିଲେ ।

ରବି ପୂର୍ବରୁ ଏସୀୟ ଚାମ୍ପିଅନସିପରେ ସ୍ବର୍ଣ୍ଣ ଜିତିଥିବାବେଳେ ୨୦୧୯ ବିଶ୍ବ ଚାମ୍ପିଅନସିପରେ ବ୍ରୋଞ୍ଜ ଜିତିଥିଲେ ।

Comments are closed.