ପ୍ରଧାନମନ୍ତ୍ରୀ ଓଲିଙ୍କ ନିର୍ଦେଶ ,ଅଯୋଧ୍ୟା ଭଳି ନେପାଳରେ ମଧ୍ୟ ତିଆରି ହେବ ରାମ ମନ୍ଦିର : ପ୍ରଧାନମନ୍ତ୍ରୀ ଓଲିଙ୍କର ଏହି ବୟାନକୁ ଭାରତରେ ତୀବ୍ର ନିନ୍ଦା
ନୂଆଦିଲ୍ଲୀ : ନେପାଳ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ନେପାଳରେ ଭଗବାନ ରାମଙ୍କର ଭବ୍ୟ ମନ୍ଦିର ତିଆରି କରିବେ ବୋଲି କହିଛନ୍ତି l ସେ ଏହା ପୂର୍ବରୁ ରାମଙ୍କର ଜନ୍ମ ସ୍ଥାନ ନେପାଳ ବୋଲି ଦାବି କରିଥିଲେ l ଗତମାସ ଓଲି ନେପାଳର ଠୋରୀ ନିକଟରେ ଅଯୋଧ୍ୟା ପୁରୀରେ ଭଗବାନ ରାମଙ୍କର ଜନ୍ମ ସ୍ଥାନ ବୋଲି ଦାବି କରିଥିଲେ l ସେ କହିଥିଲେ କି ରାମଙ୍କର ଅସଲ ଜନ୍ମ ସ୍ଥାନ ନେପାଳ ଅଟେ l ଭାରତର ସଂସ୍କୃତିକୁ ଅତିକ୍ରମ କରି ଭୁଲ ତଥ୍ୟ ଆଧାରରେ ଉତରପ୍ରଦେଶରେ ଅଯୋଧ୍ୟାରେ ରଣମାଙ୍କର ଅସଲ ଜନ୍ମ ଭୂମି ବୋଲି କୁହ ଯାଉଛି l
ପ୍ରଧାନମନ୍ତ୍ରୀ ଓଲିଙ୍କର ଏହି ବୟାନକୁ ଭାରତରେ ତୀବ୍ର ନିନ୍ଦା କରାଯିବ ସହିତ ବିରୋଧ କରାଯାଇଥିଲା l ନେପାଳରେ ମଧ୍ୟ ରାଜନୈତିକ ଦଳ ଓ ସାଧାରଣ ଜନତା ଏହାକୁ ବିରୋଧ କରିଥିଲେ l ଓଲିଙ୍କ ପାର୍ଟିର ନେତା ମଧ୍ୟ ଓଲିଙ୍କ ତଥ୍ୟକୁ ବିରୋଧ କରିଥିଲେ l ଏହା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ଓଲି ସେହି କଥାରେ ଅଡ଼ିରହିଲେ ଓ ବର୍ତ୍ତମାନ ସେ ସେହି ସ୍ଥାନରେ ଭବ୍ୟ ରାମମନ୍ଦିର ନିର୍ମାଣ କରିବାର ନିର୍ଦେଶ ଦେଇଛନ୍ତି l
ନେପାଳର ସରକାରୀ ଗଣମାଧ୍ୟମ ଏଜେନ୍ସି “ରାଷ୍ଟ୍ରୀୟ ସମାଚାର ସମିତି “ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଓଲି ଫୋନ ଯୋଗେ ଠୋରୀ ଓ ମାଡିର ସ୍ଥାନୀୟ ଜନ ପ୍ରତିନିଧିଙ୍କୁ କାଠମାଣ୍ଡୁ ଡାକି ଭଗବାନ ରାମଙ୍କର ଜନ୍ମଭୁମିରେ ଭବ୍ୟ ମନ୍ଦିର ତିଆରି କରିବାପାଇଁ ନିର୍ଦେଶ ଦେଇଛନ୍ତି l ପ୍ରଧାନମନ୍ତ୍ରୀ ଓଲି ଠୋରୀ ନିକଟରେ ଥିବା ମାଡି ନଗର ପାଳିକାର ନାମ ପରିବର୍ତନ କରି ଅଯୋଧ୍ୟାପୁରୀ ରଖିବା ପାଇଁ କହିଛନ୍ତି l ତା ସହିତ ନିକସ୍ଥ ଜାଗା ଗୁଡିକୁ ଅଧିଆଗ୍ରହଣ କରି ଅଯୋଧ୍ୟା ଭାବରେ ବିକଶିତ କରିବା ,ରାମଙ୍କ ଜନ୍ମ ସ୍ଥାନରେ ଭବ୍ୟ ମନ୍ଦିର ନିର୍ମାଣ କରିବା ଓ ରାମ ସୀତା ଓ ଲକ୍ଷ୍ମଣଙ୍କର ବଡ ପ୍ରତିମା ସ୍ଥାପନ କରିବା ପାଇଁ କହିଛନ୍ତି l
ରାଷ୍ଟ୍ରୀୟ ସମାଚାର ସମିତି ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଓଲି ଚଳିତ ବର୍ଷ ଦଶହରାରେ ଭୂମି ପୂଜନ କାର୍ଯ୍ୟକ୍ରମ ସ୍ଥିର କରିବା ପାଇଁ କହିଛନ୍ତି ଓ ଦୁଇବର୍ଷ ମଧ୍ୟରେ ସମସ୍ଥ ମୂର୍ତ୍ତିର ଅନାବରଣ କରିବେ ବୋଲି ସ୍ଥିର କରିଛନ୍ତି l ମନ୍ଦିର ନିର୍ମାଣ ପାଇଁ ନେପାଳ ସାରକଙ୍କ ପକ୍ଷରୁ ଆର୍ଥିକ ସହଯୋଗ ଦିଆଯିବ ବୋଲି ଆଶ୍ୱାସନା ଦିଆଯାଇଛି l