Odisha news

ଅସ୍ତରଙ୍ଗ :ଜାହାନିଆଁ ଉପକୂଳରେ ଅଲିଭରିଡଲ କଇଁଛ ଙ୍କ ଅଣ୍ଡାଦାନ , ୩୩୩ ବଷାରୁ ୨୯,୯୮୮ ଅଣ୍ଡା ସଂଗ୍ରହ

0

ଅସ୍ତରଙ୍ଗ ୨୦ /୦୪ : ଅସ୍ତରଙ୍ଗ ବନ୍ୟପ୍ରାଣୀ ବନଖଣ୍ଡ ଅଧିନର ଜାହାନିଆଁ ଉପକୂଳରେ ଜଙ୍ଗଲ ବିଭାଗ ତରଫରୁ ୫ ଟି କ୍ୟାମ୍ପ କରାଯାଇ ସେହି କ୍ୟାମ୍ପ ମାଧ୍ୟମରେ ୩୩୩ ଟି ବଷାରୁ ୨୯,୯୮୮ ଅଣ୍ଡା ସଂଗ୍ରହ କରାଯାଇଥିବା ବନ ବିଭାଗ ସୁତ୍ରରୁ ଜଣାପଡିଅଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଅଲିଭରିଡ୍ଲ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ କରିବା ଓ ସେମାନେ ଅଣ୍ଡା ଦେଇ ସାରିଲେ ଅଣ୍ଡାକୁ ଆଣି ଜତ୍ନ ସହକାରେ ହାଚେରିରେ ରଖିବା ପାଇଁ ଦେବୀ ନାସି, ଜାହାନିଆଁ, ଗଙ୍ଗାଦେବି, ଡାଳୁଅକଣି ଓ ଦେବୀ ଆଇଲ୍ୟାଣ୍ଡରେ କ୍ୟାମ୍ପ କରାଯାଇଅଛି ।

ସେହିପରି ସେହି କ୍ୟାମ୍ପ ଅଧିନରେ ଥିବା ସମୁଦ୍ର ବେଳାଭୂମୀର ନିର୍ଜ୍ଜନ ସ୍ଥାନରେ ଅଣ୍ଡା ଦେଇ ଫେରିଯିବା ପରେ ସେହି ଅଣ୍ଡାକୁ ସଂଗ୍ରହ କରି ହାଚେରିରେ ରଖିବା ପାଇଁ ୧୦ଜଣ ବନ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ୩ ଗୋଟି ହାଚେରି ତଥା ଦେବି ନାସି , ଡାଳୁଅକଣି ଓ ଜାହାନିଆଁ ରେ ପ୍ରତିଷ୍ଠା କରାଯାଇଅଛି ।

ଏହି ହାଚେରିରେ ଚଳିତବର୍ଷ ୩୩୩ ଗୋଟି ବାସାରୁ ୨୯,୯୮୮ ଟି ଅଣ୍ଡା ସଂଗ୍ରହ କରାଯାଇ ୫୦ ରୁ ୫୫ ଦିନ ହାଚେରିରେ ରଖି ଛୁଆ ଫୁଟିବା ପରେ ବନବିଭାଗ ଏମାନଙ୍କୁ ସୁରକ୍ଷିତ ଅବସ୍ଥାରେ ସମୁଦ୍ରରେ ଛାଡିଅଛି ବୋଲି ଅସ୍ତରଙ୍ଗ ରେଞ୍ଜ ଅଫିସର ହିମାନ ନାୟକ ଓ ଫରେଷ୍ଟର ମାନସ ରଞ୍ଜନ ବେହେରା ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।

Har Ghar Tiranga

Leave A Reply