ବାଲିଗୁଡା 21/4: ତାଲାବନ୍ଦ ପାଇଁ ତଳି ତଳାନ୍ତ ଚାଷୀ । ବିଲରେ ପରିବା ପଚୁଛି, ବାଧ୍ୟହୋଇ ଚାଷୀ କମ ଦାମରେ ବିକୁଛି । କେମିତି ସୁଝିବ ଋଣ ଚାଷୀ ମୁଣ୍ଡରେ ଚିନ୍ତା ଘାରିଛି,ପଚିଗଲାଣି ବାଇଗଣ । ଝଡି ଗଲାଣି କଦଳୀ, ବିକ୍ରି ହୋଇପାରୁନି ପୋଟଳ । ପରିବା ଚାଷୀଙ୍କ ଉପରେ କରୋନା ମାଡ । ହଜାର ହଜାର ଟଙ୍କା ଋଣ କରି ପରିବା ଓ କଦଳୀ ଚାଷ କରିଥିଲା ଚାଷୀ । ହେଲେ ପରିବା ବିକ୍ରି ନହୋଇ ଜମିରେ ପଚିବାରେ ଲାଗିଛି । କେମିତି ଋଣ ସୁଝିବେ ଏବେ ସେହିଚିନ୍ତାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳର ଚାଷୀ ।ଗଛରେ ପାଚିଗଲାଣି ବାଇଗଣ । ଝଡି ଗଲାଣି କଦଳୀ ଖାନ୍ଦୀ, ପୋଟଳ ଅବସ୍ଥା ମଧ୍ୟ ଉଣାଅଧିକେ ସେୟା ।
ଯାହା ପରିବା ଅମଳ କରିଥିଲା ଚାଷୀ ତାହା ବିକ୍ରି ହୋଇପାରୁନି । କରୋନା ଏମିତି ମାଡ ମାରିଛି ଯେ ଚାଷୀର ନିଦ ହଜିଯାଇଛି । କନ୍ଧମାଳ ଜିଲ୍ଲାର ଏକର ଏକର ଜମିରେ ପରିବା ଓ କଦଳୀ ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇବସିଛି । କାରଣ ବଜାରରେ କଦଳୀ ଓ ପରିବା ବିକ୍ରି ହୋଇପାରୁନି । ଯଦି ବିକ୍ରି ହେଉଛି ତେବେ ତାହା ଶାଗ ମାଛ ଦରରେ ପୁଣି ସମୟ ସୀମା ମଧ୍ୟରେ । ଚାଷୀ ଉପରେ କରୋନା ମାଡ଼ । କେମିତି ଋଣ ସୁଝିବ ଚାଷୀ? ଏକର ଏକର ଜମିରେ ୨୦ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ କରି ପରିବା ଚାଷ କରିଥିଲା ଚାଷୀ । ଆଶା କରିଥିଲା ଭଲ ଦି ପଇସା ରୋଜଗାର ହେବ ବୋଲି ।
କିନ୍ତୁ କରୋନା ପ୍ରଭାବରେ ଚାଷୀର ଅଂଟା ଭାଙ୍ଗି ଯାଇଛି । ପରିବା ପୋଚା ହେବା ଏବଂ ବିକ୍ରି ନହେବା କାରଣରୁ ଏବେ କେମିତି ଋଣ ସୁଝିବ ଚାଷୀ ସେହି ଚିନ୍ତା ଘାରିଛି । ଚାଷ ଉଜୁଡିଯିବା ପରେ ଏବେ ପରିବା ଚାଷୀ ଅପେକ୍ଷା କରିଛନ୍ତି ସରକାରୀ ସହାୟତାକୁ । ସହାୟତା ନମିଳିଲେ ଆଗକୁ ପରିବାର ଚଳାଇବା କଷ୍ଟକର ହୋଇପଡିବ ବୋଲି କହିଛନ୍ତି ଚାଷୀ ।