ଦୁନିଆରେ ରହିଥିବା ସମସ୍ତ ଖାଦ୍ୟ ପଦାର୍ଥ ରେ କିଛିନା କିଛି ଭଲ ଗୁଣ ଲୁଚି ରହିଛି l ଏହାଦ୍ୱାରା ସ୍ୱାସ୍ଥ୍ୟକୁ କିଛିଟା ଲାଭ ମଧ୍ୟ ହୋଇଥାଏ ଏବଂ କିଛିଟା କ୍ଷତି ମଧ୍ୟ ହୋଇଥାଏ l ସେହି ଜିନିଷ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ପାନରେ ବ୍ୟବହାର ହେଉଥିବା ଗୁଆ l ଆମେ ମଧ୍ୟ ଜାଣିଛୁ ଯେ ଗୁଆ ମୁଖ ଗହ୍ୱର କ୍ୟାନ୍ସର ମଧ୍ୟ କାରଣ ଅଟେ ବୋଲି, କିନ୍ତୁ ଏହି ଗୁଆ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଗତ ଲାଭ ମଧ୍ୟ ହୋଇଥାଏ l
ଗୁଆ ରେ ରହିଥିବା ପୋଷାକ ତତ୍ୱ ଗୁଡିକ ହେଲା -:
ପ୍ରୋଟିନ, ଫ୍ୟାଟ, କ୍ୟାଲସିୟମ୍ ,ଭିଟାମିନ ବି 1, ଭିଟାମିନ ବି 2 , ସୋଡିୟମ, ପୋଟାସିୟମ, ଫସଫରସ, ଲୌହ ଇତ୍ୟାଦି ରହିଥାଏ l ଯାହାକି ଶରୀର ପାଇଁ ଖୁବ ଉପଯୋଗୀ l
– ଗୁଆ ସେବନ ଷ୍ଟ୍ରୋକ ସେବନ ପାଇଁ ହିତକର ଅଟେ l ଏହା ମାଂସପେଶୀ କୁ ଶକ୍ତ କରିଥାଏ,ଓ ଷ୍ଟ୍ରୋକ ସମସ୍ୟାରେ ସୁଧାର ଆଣିବାରେ ସାହାଯ୍ୟ କରିଥାଏ l ଏପରିକି ଗୁଆ ଆମ ସ୍ୱରରେ ସୁଧାର ଆଣିବାରେ ସାହାଯ୍ୟ କରେ l
– ଗୁଆର ବ୍ୟବହାର ମଧୁମେହ ର ଉପଚାର ପାଇଁ ମଧ୍ୟ କରାଯାଇ ଥାଏ l ଗୁଆ ଚୋବାଇବା ଦ୍ୱାରା ପାଟି ରୁ ଅଧିକ ମାତ୍ରାରେ ଲାଳ ର ଉତ୍ପାଦନ ହୋଇଥାଏ, ଯାହାକି ମଧୁମେହ ସମସ୍ୟା କୁ ନିୟନ୍ତ୍ରଣ ରଖିଥାଏ l
– ଗୁଆ ଚୋବାଇଲେ ଦାନ୍ତ ସଫା ରହିଥାଏ ଓ କାଭିଟି ସମସ୍ୟା ମଧ୍ୟ ଦେଖାଯାଏ ନାହିଁ l ଗୁଆ ଖାଇବା ଦ୍ୱାରା ପାଟିରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଥାଏ , ଯେଉଁ କାରଣରୁ ଦାନ୍ତ କୁ ନଷ୍ଟ ହୁଏ ନାହିଁ l
– ଗୁଆ କୋଷ୍ଠ କାଠିନ୍ୟ ସମସ୍ୟା ଦୂର କରିଥାଏ l ଏହାଛଡା ପେଟ ସମ୍ବନ୍ଧୀୟ ଅନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ l ଯେପରିକି ଏସିଡ଼ିଟି ସମସ୍ୟା ଠିକ ହୁଏ ଓ ଖାଦ୍ୟ ହଜମ ହେବାରେ ସାହାଯ୍ୟ ମିଳିଥାଏ l
– ଗୁଆ ରକ୍ତଚାପ ନିୟନ୍ତ୍ର କରିବାରେ ସାହାଯ୍ୟ କରିଥାଏ , ବିଶେଷ ଭାବରେ ଉଚ୍ଚ ରକ୍ତଚାପ ଗତିବିଧି ନିୟନ୍ତ୍ରିତ ହୋଇଥାଏ l ଗବେଷଣାରୁ ଜଣା ପଡିଛି ଯେ ଗୁଆ ରେ ଏଣ୍ଟି ଡିପ୍ରେସନ ରୋଧି ଗୁଣ ରହିଛି l ଯାହାକି ଅବସାଦ ଦୂର କରିଥାଏ l ଗୁଆରେ ଥିବା ଅବସାଦ ବିରୋଧୀ ଗୁଣ ମଣିଷ କୁ ଡିପ୍ରେସନ ରୁ ବାହାରିବାରେ ସାହାଯ୍ୟ କରିଥାଏ l
– ଗୁଆ ତ୍ୱଚା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦୂର କରିଥାଏ l ଗୁଆ କୁ ରାଶି ତେଲରେ ଘୋରି କୁଣ୍ଡିଆ ଇତ୍ୟାଦି ଉପରେ ଲଗାଇବା ଦ୍ୱାରା ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଠିକ ହୋଇଥାଏ l