ନୂଆପଡ଼ା -୧୫/୪ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ବନାଞ୍ଚଳ ତଥା ରଜନା ବନପାଳ ଅଧୀନସ୍ଥ ବୋଡେ଼ନ ବ୍ଲକ ନାଗପଡା ପଞ୍ଚାୟତ ର ଝରଣାମାଲ ଓ ଭୂଇଁପାଣି ଗ୍ରାମ ଅଂଚଳ ରେ ଚିତା ବାଘ ର ଉତ୍ପାତ ଦିନକୁ ଦିନ ବଢ଼ିବାରେ ଲାଗିଛି. ବିଗତ କିଛି ମାସର ଅବଧିରେ ଉକ୍ତ ଚିତା ବାଘ ଝରଣାମାଲ ଗ୍ରାମ ମଧ୍ୟରେ ଥିବା ଗାଇଗୁହାଳ ରୁ ଦୁଇ ପୃଥକ ଘଟଣାରେକ୍ଷୀରସିନ୍ଧୁ ମାଝୀ ଙ୍କ ଗାଈ ଓ ନର ସିଂ କଟା ଙ୍କ ବଳଦ ଓ ଗୋଟିଏ ପୋଷା କୁକୁର କୁ ମାରି ଖାଇବା ଘଟଣା ଉକ୍ତ ଅଞ୍ଚଳର ଜନମାନସ ରୁ ଅପସରି ନ ଥିବାବେଳେ ବିଜୁ କଟା ନାମକ ସମାଜସେବୀ କିଛିଦିନ ତଳେ ରାତିରେ ବୋଲେରୋ ରେ ନିଜ ଗାଁ କୁ ଫେରିବା ବେଳେ ଦେଘାଟ ପୋଲ ଉପରେ ଚିତା ବାଘ କୁ ହାବୁଡ଼ିବା ଓ ଦୁଇ ଦିନ ପୂର୍ବେ ବଡ଼ି ଭୋର ରେ ଭୂଇଁପେନ ଗ୍ରାମରେ ପଶି ଗୁହାଳ ରେ ଥିବା ବଳଦ କୁ ଆକ୍ରମଣ କରି ଘାଇଲା କରିବା ପରେ ମରିଯିବା ଘଟଣା ଜଣାଯିବାପରେ ଜଙ୍ଗଲ ନିକଟରେ ଥିବା ଗାଁ ଲୋକେ ଆତଙ୍କିତ ଅବସ୍ଥା ରେ ଦିନ ବିତାଉଥିବା ଲକ୍ଷ୍ୟ କରାଯାଇଛି।ଅଂଚଳବାସୀ ବର୍ତ୍ତମାନ ଗାଁ କୁ ପଶି ଗୃହପାଳିତ ପ୍ରାଣୀ ଙ୍କୁ ମାରି ଖାଉଥିବା ବାଘ ସୁଯୋଗ ଉଣ୍ଡି ମଣିଷ ମାରି ଖାଇଯିବା ଆଶଙ୍କା କରୁଥିବା ପ୍ରକାଶ କରି ତାଟିକବାଟ ଦେଇ ଅଧିକାଂଶ ସମୟ ଘର ଭିତରେ ରହିବା ସହ ପେଟ ପାଟଣା ପାଇଁ ପଦା କୁ କିମ୍ବା ଜଙ୍ଗଲ ଭିତର କୁ ଯିବାକୁ ବିପଦ ମଣୁଛନ୍ତି।ଅପରପକ୍ଷେ ରଜନା ବନପାଳ ବାଘ ର ଗତିବିଧି ପ୍ରତି ସତର୍କ ଦୃଷ୍ଟି ନିକ୍ଷେପ କରିବା ପରିବର୍ତ୍ତେ ଭୂଇପାଣି ଗ୍ରାମବାସୀ ଙ୍କ ଅନୁରୋଧ ସତ୍ୱେ ଗ୍ରାମ ପରିଦର୍ଶନ ରେ ଆସୁନଥିବାରୁ ଗ୍ରାମବାସୀ ନିରାଶ ଅଭିଯୋଗ କରୁଛନ୍ତି।ଏ ସମ୍ବନ୍ଧରେ ସମ୍ପୃକ୍ତ ବନପାଳ ଗୋପାଳ ମହାନନ୍ଦ ଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବାରୁ ଭୂଇଁପାଣି ଗ୍ରାମରେ ଚିତା ଆକ୍ରମଣ ରେ ବଳଦ ଆହତ ହେବାନେଇ କୌଣସି ଅଭିଯୋଗ ମିଳିନଥିବା ଓ ଅଭିଯୋଗ ମିଳିଲେ ତଦନ୍ତ କରି ଆବଶ୍ୟକ କ୍ଷତି ପୂରଣ ଯୋଗେଇ ଦିଆଯିବ ବୋଲି ଦାୟିତ୍ୱହୀନ ମନ୍ତବ୍ୟ ପ୍ରଦାନ କରିଛନ୍ତି। ବନ୍ୟପ୍ରାଣୀ ଙ୍କ ଆକ୍ରମଣ ଗୃହପାଳିତ ପ୍ରାଣୀ ମରିବା ପରେ କିମ୍ବା କ୍ଷତାକ୍ତ ହେବାପରେ କ୍ଷତି ପୂରଣ ଦେବା ବ୍ୟତୀତ ଧନଜୀବନ ରକ୍ଷା ପାଇଁ ପ୍ରତିକାରାତ୍ମକ ପଦକ୍ଷେପ ଗ୍ରହଣ କରିବା ସହ ପ୍ରଭାବିତ ଅଂଚଳ କୁ ସ୍ଥାନୀୟ ବନପାଳ ଘନ ଘନ ପରିଦର୍ଶନ କରି ପରାମର୍ଶ ଦେବା ଏକାନ୍ତ ଆବଶ୍ୟକ ହୋଇଥିବା ବେଳେ ଗ୍ରାମବାସୀ ଙ୍କ ଅଭିଯୋଗ ଅପେକ୍ଷାରେ ରହିବା ଘଟଣା କୁ ବୁଦ୍ଧିଜୀବୀ ନାପସନ୍ଦ କରିବା ସହ ନିନ୍ଦା କରିଛନ୍ତି। ସୁତରାଂ ପ୍ରଶାସନ ଯୁଦ୍ଧ କାଳୀନ ଭିତ୍ତି ରେ ଉକ୍ତ ଚିତା ବାଘ କୁ ଯନ୍ତା ସାହାଯ୍ୟରେ ଧରି କୌଣସି ଚିଡିଆଖାନା ଖାନା କୁ ସ୍ଥାନାନ୍ତର କରାଯାଇଛି ଜନ ଜୀବନ ରକ୍ଷା ରେ ସହାୟକ ହେବାକୁ ସାଧାରଣରେ ଦାବୀ ହେଉଛି।