Odisha news

ହଜାରେ ଏକର ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ପାଇ ଖୁସିରେ ଅଧିର କୋଟଗାଁ ବାସୀ

0
ନୂଆପଡା – ୧୫/୪ (ସୁରେନ୍ଦ୍ର ତିୱାରୀ) : ଆଜି ବୋଡ଼େନ ବ୍ଲକ୍ କୋଟଗାଁ ରେ ଏକ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏଠାରେ ମୁଖ୍ୟ ଅତିଥି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସହିତ ଡି ଏଫ୍ ଓ ଅଜିଜ ଖାନ,ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ବିଡ଼ିଓ ସୁଶାନ୍ତ କୁମାର ରଣା, ତହସିଲଦାର ଅନୁସୁୟା ବାଗ୍ ଦେବି, ଭଇଁସାଦାନୀ ସରପଂଚ ଗିରିଜା ମାଝୀ, ଘଣ୍ଟିଗୁଡ଼ା ସରପଞ୍ଚ ଖୁଟୁରାମ ସୁନାନୀ,ୟାର ଅନୁଷ୍ଠାନ ନିର୍ଦ୍ଦେଶକ ମହେନ୍ଦ୍ର ଯୋଶୀ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଅବସରରେ କୋଟଗାଁ ର ଆଦିବାସୀ ମାନେ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାରରେ ପ୍ରାପ୍ତି ଓ ପରିଚାଳନା ସମ୍ପର୍କୀୟ ଏକ ଉତ୍ସବ ମନାଇ ଥିଲେ । ଗାଁ ର ଗୋଟିଏ ବୟୋବୃଦ୍ଧା ହାତରେ ବୃକ୍ଷ ପୂଜା କରି ଜିଲ୍ଲାପାଳ ସଭାର ଶୁଭାରମ୍ଭ କରିଥିଲେ ।
 405 ହେକ୍ଟର ଜଙ୍ଗଲ ଏବଂ ଜମିର ସୁରକ୍ଷା ତଥା ସଂରକ୍ଷଣ କରିବାର ଗୁରୁ ଦାୟିତ୍ଵ ଆଦିବାସୀ ନେତୃ ବୃନ୍ଦଙ୍କୁ ଜିଲ୍ଲାପାଳ ଅର୍ପଣ କରି ସେମାନଙ୍କ ମୁଣ୍ଡରେ ସମ୍ମାନଜନକ ପଗଡ଼ି ବାନ୍ଧିଥିଲେ । ସ୍ଵେଚ୍ଛାସେବୀ ସଂଗଠନ ୟାର YAAR ର ନିର୍ଦେଶକ ମହେନ୍ଦ୍ର କୁମାର ଯୋଶୀ ଏହି ମହତ୍ କାମ ପାଇଁ ଜିଲ୍ଲାପାଳ, ବନଖଣ୍ଡ ଅଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ପ୍ରାପ୍ତି ଓ ପରିଚାଳନା ସମ୍ପର୍କୀୟ ଉତ୍ସବ  ଗ୍ରାମବାସୀମାନେ ଅତ୍ୟନ୍ତ ଉତ୍ସାହର ସହିତ ମନାଇଥିଲେ । ବିଭିନ୍ନ ଦେଶୀ ଫଳମୂଳ ଅତିଥି ମାନଙ୍କୁ ପରିବେଷଣ କରିଥିଲେ ।  ଆଜିର ଏହି  ମନୋହର କାର୍ଯ୍ୟକ୍ରମ ପାଇଁ କୋଟ ଗାଁ ଆନନ୍ଦ ମୁଖର ହୋଇ ଉଠିଥିଲା l   ସମସ୍ତ ଜିଲ୍ଲା ସ୍ତରୀୟ ତଥା ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କ ସହିତ ଶହ ଶହ ଗ୍ରାମବାସୀ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।  ଏହାପରେ ଜିଲ୍ଲାପାଳ ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀ ମାନଙ୍କୁ କୋଟଗାଁର  ମହିଳାମାନେ ଆମନ୍ତ୍ରଣ କରି ଗୋମତୀ କଟା ଘରେ ପଖାଳ ଭାତ, ମାଣ୍ଡିଆ ପେଜ, ବାଇଗଣ ଭାର୍ତ୍ତା , ଶାଗ ଓ ବଡ଼ିଚୁରାରେ ଆପ୍ୟାୟୀତ କରିଥିଲେ ।
Leave A Reply