ନୂଆପଡା ୧୩-୪( ସୁରେନ୍ଦ୍ର ତିୱାରୀ) ଉପଭୋକ୍ତା ସୁରକ୍ଷା ଅଭିଯାନ ଓଡିଶା, ରାଜ୍ୟର ଉପଭୋକ୍ତା ସଂଗଠନ ମାନଙ୍କର ୱବେନାର ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଉକ୍ତ ବୈଠକରେ ଅଭିଯାନର ସଭାପତି ବିଜୟ କୁମାର ମହାପାତ୍ର ସଭାପତିତ୍ୱ କରିଥିଲେ। ରାଜ୍ୟରେ ଖାଉଟିମାନେ ବିଭିନ୍ନ ପ୍ରକାର ଠକେଇରେ ଶିକାର ହେଉଥିବା ବିଷୟରେ ଆଲୋଚନା କରାଯାଇଥିଲା। ଯଥା ବସଯାତ୍ରୀ, ବିଦ୍ୟୁତ ସେବା , ପାନୀୟ ଜଳ, ରନ୍ଧନ ଗ୍ୟାସ,ଅପମିଶ୍ରଣ ଖାଦ୍ୟ, ଅନଲାଇନ ସାମଗ୍ରୀ କ୍ରୟ, ଅନ୍ୟାନ ଦ୍ରବ୍ୟ ଓ ସେବାରେ ଠକେଇ ବହୁ ପରିମାଣରେ ବଢ଼ି ବଢ଼ି ଚାଲିଛି। ଜନସାଧାରଣ ବା ଖାଉଟି ସଚେତନତାରେ ଅଭାବ ଦେଖାଦେଇଛି। ସେଥିପାଇଁ ସବୁ ସ୍ଥରରେ ସଚେତନତା ହେବାର ଆବଶ୍ୟକତା ରହିଛି। ଏଣୁ ଆସନ୍ତା ୨୬ତାରିଖରେ ରାଜଧାନୀ ଭୁବନେଶ୍ୱର ଠାରେ ସମସ୍ତ ଉପଭୋକ୍ତା ସଂଗଠନ ମାନଙ୍କ ମିଳିତ ବୈଠକ କରାଯାଇ ଖାଉଟି ମାନଙ୍କୁ ଠକେଇରୁ ରକ୍ଷା କରିବା ପାଇଁ ନିଦ୍ଧିଷ୍ଟ ରାସ୍ତା ବାହାର କରି ଲୋକପ୍ରିୟ ସରକାର ଓ ଉପଭୋକ୍ତା ସଂଗଠନ ମାନେ ମିଳିତ ଭାବେ ସଚେତନତା କରିବାକୁ ସ୍ଥିରକରି, ସାମ୍ବାଦିକ ସମିଳନୀ କରିବାପାଇଁ ଉପସ୍ଥିତ ଖାଉଟି ସଂଗଠନ ପ୍ରତିନିଧି ଉପଭୋକ୍ତା ସୁରକ୍ଷା ଅଭିଯାନ ଓଡିଶାର ଉପସଭାପତି ଶ୍ରୀଯୁକ୍ତ ପ୍ରସନ୍ନ ମିଶ୍ର କେଉଁଝର , ସହ ସମ୍ପାଦକ ଶ୍ରୀଯୁକ୍ତ ଶ୍ରୀନିବାସ ସାହୁ ଢେଙ୍କାନାଳ ,କାର୍ଯ୍ୟକାରୀଣି ସଦସ୍ୟା ଶ୍ରୀମତୀ ବିଜୟ ଲଷ୍ମୀ ମହାପାତ୍ର, ଅନ୍ୟତମ କାର୍ଯ୍ୟକାରୀ ସଦସ୍ୟ ଶ୍ରୀଯୁକ୍ତ ଶୂନ୍ୟଜୟୀ ମିଶ୍ର ନୟାଗଡ ,ନୂଆପଡା “ପରଦା”ର ଶ୍ରୀଯୁକ୍ତ ରୁଦ୍ର ପଟନାୟକ, ରାଉରକେଲାର ଶ୍ରୀଯୁକ୍ତ ରଣଧିର ଲେଙ୍କା,ଭୁବନେଶ୍ୱରର ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା,ଜଗତସିଂହପୁରର ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଶ୍ରୀଯୁକ୍ତ ରାଜେଶ ଚୌଧୁରୀ ପ୍ରମୁଖ ଯୋଗଦେଇ ମତାମତ ଦେଇଥିବା ବେଳେ ଅଭିଯାନର ସମ୍ପାଦକ ଗୋବିନ୍ଦ ଓଝା ଆଲୋଚନାର ବିଷୟ ବସ୍ତୁ ଉପସ୍ଥାପନା କରିଥିଲେ ଶେଷରେ ଅଭିଯାନର କୋଷାଧକ୍ଷ ଶ୍ରୀଯୁକ୍ତ ହୃଷିକେଶ ପଣ୍ଡା ଯାଜପୁର ଧନ୍ୟବାଦ ପ୍ରଦାନ କରିଥିଲେ।
